ହନୁମାନ ମନ୍ଦିରରୁ ଅଳଙ୍କାର ଚୋରି କରିନେଇଥିଲା, ୫ ଦିନ ପରେ ଫେରାଇଦେଲା ଚୋର

Published By : Prameya-News7 Bureau | March 02, 2024 IST

ବୋରିଗୁମ୍ମା ୨।୩: ବଦଳିଲା ଚୋରର ମନ । ଚୋରି କରି ନେଇଥିବା ଅଳଙ୍କାର ଫେରାଇଦେଲା ଚୋର । କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୂଜାରିପୁଟ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୂଜାରିପୁଟ ହନୁମାନ ମନ୍ଦିରରେ ଚୋରି ହୋଇଥିଲା । ହନୁମାନ ମନ୍ଦିରରେ ଥିବା ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ରୌପ୍ୟ ମୁକୁଟ ଏବଂ ପିତ୍ତଳ ହଣ୍ଡା, ଘଣ୍ଟି ଇତ୍ୟାଦି ଦୁର୍ବୃତ୍ତ ଚୋରି କରିଥିବା ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମନ୍ଦିରର ମୁଖ୍ୟ ପୂଜକ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ୫ ଦିନ ପରେ ଚୋର ସମସ୍ତ ଅଳଙ୍କାର, ରୁଦ୍ରାକ୍ଷ ମାଳ ଆଣି ମନ୍ଦିର ନିକଟରେ ରଖି ଚାଲିଯାଇଛି ।

You Can Read :

wp:embed {"url":"https://www.prameyanews7.com/mla-arabinda-dhali-resigns-from-the-primary-membership-of-bjd/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mla-arabinda-dhali-resigns-from-the-primary-membership-of-bjd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.