ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଦୁର୍ବୃତ୍ତମାନେ କୁଲରରେ ନିଶା ଔଷଧ ମିଶାଇ ପୂରା ପରିବାରକୁ ବେହୋସ୍ କରି ଲୁଟିଲେ ଲକ୍ଷ ଲକ୍ଷ ଟଙ୍କା

1/07/2019 at 2:38 PM

ନୂଆଦିଲ୍ଲୀ ୧/୭: ନୂଆଦିଲ୍ଲୀରେ ଏକ ବଡ଼ ଘଟଣା ସାମନାକୁ ଆସିଛି। ଏଠାରେ ମୁଖା ପିନ୍ଧିଥିବା କେତେକ ଦୁର୍ବୃତ୍ତ ଗୋଟିଏ ଘରେ କଳା କନା ବୁଲାଇଛନ୍ତି। ଏହି ଦୁର୍ବୃତ୍ତ ରାତିରେ ଘରେ ପଶି ସୁନା ଗହଣା ଏବଂ ଟଙ୍କା ଲୁଟ୍ କରିଛନ୍ତି। ଘରେ ଶୋଇଥିବା ପରିବାର ଲୋକଙ୍କୁ ଚୋରି ହେଉଥିବା କଥା ଜଣା ପଡ଼ିନଥିଲା। କାରଣ ଚୋରମାନେ କୁଲରର ପାଣିରେ ନିଶା ଜିନିଷ ମିଶାଇ ଦେଇଥିଲେ। ଯାହା ଦ୍ବାରା ଘରେ ଶୋଇଥିବା ପରିବାର ଲୋକେ ବେହୋସ୍ ହୋଇଯାଇଥିଲେ। ଏହାପରେ ଦୁର୍ବୃତ୍ତ ଲୁଟ୍ କରି ଚମ୍ପଟ ହୋଇଯାଇଥିଲେ। ସକାଳେ ପରିବାର ଲୋକେ ଉଠିବାରୁ ଘଟଣା ସମ୍ପର୍କରେ ଜାଣି ପାରିଥିଲେ।

ସୂଚନା ଅନୁଯାୟୀ ଏହି ମାମଲା ଘଟିଛି ବାହାର ଦିଲ୍ଲୀର କଞ୍ଝାବଲା ଅଞ୍ଚଳର। କଳାମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ ଗୋଟିଏ ଘରେ ପଶି ଚୂନକାଳି ବୋଳି ଗହଣା ଏବଂ ଟଙ୍କା ଲୁଟ୍ କରିଛନ୍ତି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ କୁଲରରେ କୈାଣସି ନିଶାଯୁକ୍ତ ଜିନିଷ ମିଶାଇଥିଲେ ଯେଉଁଥିପାଇଁ ଘର ଲୋକେ ବେ​‌ହୋସ୍ ହୋଇଯାଇଥିଲେ। ଏହାପରେ ଚିନ୍ତାମୁକ୍ତ ହୋଇ ଚୋରମାନେ ଘରୁ ଚୋରି କରିଥିଲେ।

   Related Posts