ମନ୍ଦିର ଭିତରୁ ଚୋରି କରି ଧରା ପଡ଼ିବା ପରେ ପୋଲରୁ ନଦୀକୁ ଡେଇଁଲା ଚୋର, ଉପରେ ଜଗିଛି ପୋଲିସ

Published By : Prameya-News7 Bureau | July 03, 2021 IST

ପଟ୍ଟାମୁଣ୍ଡାଇ, ୦୩/୦୭: ପାଣି ଭିତରେ ଚୋର । ମନ୍ଦିର ଭିତରୁ ଚୋରି କରି ଧରା ପଡିବା ପରେ ପୋଲରୁ ନଦୀକୁ ଚୋର ଡେଇଁ ପଡ଼ିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଉଛନ୍ତି ନାହିଆଡିଆ ଗାଁର  ଭରତ ମଳିକ ।

wp:embed {"url":"https://www.youtube.com/watch?v=BbsILGWbbHo","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=BbsILGWbbHo
/wp:embed

ଗତକାଲି ଦଣ୍ଡିସାହି ଲଷ୍ମୀ ନାରାୟଣ ମନ୍ଦିରରୁ ଚୋରି ହୋଇଥିଲା ମୂର୍ତ୍ତି । ତେବେ ଦୁଇ ଘଣ୍ଟା ହେଲା ଚୋରକୁ କାବୁ କରିବାକୁ ପୋଲିସ ଉଦ୍ୟମ କରି ବିଫଳ ହେବା ପରେ ଏବେ ଅଗ୍ନିଶମ ବାହିନୀଙ୍କ ସାହାଯ୍ୟ ନେଇଛି ପୋଲିସ । ଘଟଣା ସ୍ଥଳରେ ଅଗ୍ନିଶମ ବହିନୀ ପହଁଚି ଚୋରକୁ ଧରିବାକୁ ଉଦ୍ୟମ କରୁଛି । ଅନ୍ୟପଟେ ନଦୀରେ କୁମ୍ଭୀର ଭୟ ଥିବାରୁ ମଧ୍ୟ ଚୋରର ଜୀବନ ପ୍ରତି ବିପଦ ରହିଛି । ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ, ପୋଲିସ ଓ ଅଗ୍ନିଶମ ବହିନୀ ଜଗି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.