ଚୋରଙ୍କ ଅମାନବୀୟ କାଣ୍ଡ, ହସ୍ପିଟାଲରୁ କାଟି ନେଲେ ଅକ୍ସିଜେନ ପାଇପ୍, ସଂକଟରେ ୨୦ ଶିଶୁ
6/02/2023 at 2:01 PM

ଜୟପୁର: ଚୋରଙ୍କ କାରନାମା ପାଇଁ ଶିଶୁ ଜୀବନରେ ସଂକଟରେ । ହସ୍ପିଟାଲର ଅକ୍ସିଜେନ୍ ଗ୍ୟାସ୍ ପାଇପ୍ ଲାଇନ୍ କାଟି ନେବା ଫଳରେ ୨୦ ନବଜାତ ବିପଦରେ ପଡ଼ିଛନ୍ତି । ଅମ୍ଳଜାନ ଅଭାବରୁ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଶିଶୁ । ଏଭଳି ସମ୍ବେଦନଶୀଳ ଘଟଣା ରାଜସ୍ଥାନ ଅଲଓ୍ବାରରୁ ସାମ୍ନାକୁ ଆସିଛି ।
ରବିବାର ବିଳମ୍ବିତ ରାତିରେ ୪ଜଣ ଚୋର ଗୀତାନନ୍ଦ ଶିଶୁ ହସ୍ପିଟାଲ ପରିସରରେ ପଶିଥିଲେ । ମେଡ଼ିକାଲରେ ଲାଗିଥିବା ଅକ୍ସିଜେନ୍ ସପ୍ଲାଏ ପାଇପ୍ ଲାଇନକୁ ଚୋରି କରିବା ପ୍ରୟାସରେ କାଟି ଦେଇଥିଲେ । ଏହି ସମୟରେ ଜରୁରିକାଳୀନ ଓ୍ବାର୍ଡରେ ଅକ୍ସିଜେନ୍ ସପୋର୍ଟରେ ୨୦ ନବଜାତ ଥିଲେ । ସପ୍ଲାଏ ଲାଇନ୍ ବନ୍ଦ ହୋଇଯିବାରୁ ଅଣନିଶ୍ବାସୀ ହୋଇଯାଇଥିଲା ଶିଶୁ । ମେଡିକାଲ କର୍ମଚାରୀ ତୁଦନ୍ତ ୧୦ ଅମ୍ଳଜାନ ସିଲିଣ୍ଡର ମାଧ୍ୟମରେ ନବଜାତଙ୍କୁ ବଞ୍ଚାଇ ନେଇଥିଲେ ।
ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ସହଯୋଗରେ ହସ୍ପିଟାଲ ଗାର୍ଡ ୨ ଚୋରଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ପରେ ଏବାବଦରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କର୍ମଚାରୀ ଅବଗତ କରାଇଥିଲେ । ଇଞ୍ଜିନିୟର ଟିମ୍ ତୁରନ୍ତ ମେଡିକାଲରେ ପହଞ୍ଚି ଅକ୍ସିଜେନ ପାଇପ୍ ଲାଇନ୍କୁ ଠିକ୍ କରିଥିଲେ ।