୪ ଦିନ ଭିତରେ ଡାକ୍ତରଖାନାରୁ ୨ ଥର ଚୋରି; ଅପରାଧିଙ୍କ ଟେର୍‌ ପାଉନି ପୋଲିସ

Published By : Prameya-News7 Bureau | October 16, 2022 IST


ନୀଳଗିରି ୧୬/୧୦: ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚଳିତ ସପ୍ତାହ ୪ ଦିନ ପୂର୍ବରୁ ଚୋରି ହୋଇଥିଲା। ଏଥିରେ ପୋଲିସର ତଦନ୍ତ ପ୍ରକ୍ରିୟା ସରିନଥିବା ବେଳେ ପୁଣି ଚୋରି ଅଭିଯୋଗ। ଦୁର୍ବୃତ୍ତମାନେ ଡାକ୍ତରଖାନାର ନୂଆ ଜିନିଷ ଓ ପଙ୍ଖା ନେଇଯାଇଛନ୍ତି। ପୁଣି ଶନିବାର ରାତିରେ ଏଭଳି ଅପରାଧିକ ଘଟଣା ହେବା ପରେ ପୋଲିସର ଚିନ୍ତା ବଢ଼ିଛି। ସୂଚନାଥାଉକି, ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ଚୋରମାନେ ନିଜର ଦୌରାତ୍ମ୍ୟ ଦେଖାଇଛନ୍ତି। ଶନିବାର ଡାକ୍ତରଖାନାକୁ ଆସିଥିବା ନୂଆ କମ୍ପ୍ୟୁଟର, ଡାକ୍ତରୀ ସାମଗ୍ରୀ, ୧୦ଟି ପଙ୍ଖା ଚୋରି ହୋଇଥିବା ଜଣା ପଡ଼ିଛି।

ଖବର ଅନୁସାରେ, ସଜନାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୪ ଦିନ ପୂର୍ବରୁ ବିଳମ୍ବିତ ରାତିରେ ଚୋରି ହୋଇଥିଲା। ଡାକ୍ତରଖାନାରେ ଅବ୍ୟବସ୍ଥା ପାଇଁ ଶନିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପରିଦର୍ଶନ କରିଥିଲେ। ଡାକ୍ତରଖାନାରେ ଅଳ୍ପଦିନ ମଧ୍ୟରେ ରାତି ଜଗୁଆଳ ରହିବାର ବ୍ୟବସ୍ଥା ହେବ ବୋଲି ସିଡିଏମଓ ପ୍ରତିଶୃତି ଦେଇଛନ୍ତି। କିନ୍ତୁ ପରିଦର୍ଶନର ୧୨ଘଣ୍ଟା ନପୁରୁଣୁ ପୁଣି ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଅଭିଯୋଗ ପରେ ନୀଳଗିରି ପୋଲିସ ପୁଣି ଘଟଣାର ତଦନ୍ତ କରିଛି। ଅନ୍ୟପଟେ ଚୋରି ହେବାପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନୂଆ କମ୍ପ୍ୟୁଟର ଆସିବା ବିଷୟରେ ଚୋରମାନେ କେମିତି ଜାଣିଲେ? ଏନେଇ ସନ୍ଦେହ ଘନିଭୂତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.