ବାଇକ୍ ଡିକି ଖୋଲି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ତୁରୁମୁଙ୍ଗା ପୋଲିସ ଛାନଭିନ ଆରମ୍ଭ
26/05/2023 at 10:51 PM

ପାଟଣା: ଦିବାଲୋକରେ ବାଇକ୍ ଡିକି ଖୋଲି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରେ ଘଟିଛି ଲୁଟର ଏଭଳି ଘଟଣା । ଲୁଟର ପରିମାଣ ଏକ ଲକ୍ଷ ୧୫ ହଜାର ଟଙ୍କା ହୋଇଥିବା ଜଣାପଡିଛି । ତୁରୁମୁଙ୍ଗା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମର ସୁବଳ ସାହୁ ।

ଖବର ଅନୁଯାୟୀ ସୁବଳ ନିଜ ଘର କାମ ପାଇଁ ତୁରୁମୁଙ୍ଗା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ଲକ୍ଷ ୧୫ ହଜାର ଟଙ୍କା ଉଠାଇ ଫେରୁଥିଲେ । ତେବେ ତୁରୁମୁଙ୍ଗା ବଜାରରେ ଟର୍ଚ୍ଚ ଲାଇଟ୍ ମରାମତି ପାଇଁ ସେ ଅଟକିଥିଲେ । ଏହି ସମୟରେ ତାଙ୍କ ବାଇକର ଡିକିକୁ ଅନ୍ୟ ଚାବିରେ ଖୋଲି ଟଙ୍କା ସହ ପାସ ବୁକ୍ ଓ ଚେକ୍ ବୁକ୍ ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଅଭିଯୋଗ ପରେ ତୁରୁମୁଙ୍ଗା ପୋଲିସ ଛାନଭିନ ଆରମ୍ଭ କରିଛି ।