ଦିନ ଦ୍ବିପ୍ରହରରେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଚୋରି, ସିସିଟିଭି କଏଦ ଘଟଣାର ଦୃଶ୍ୟ
2/06/2023 at 10:56 PM

ଖଲ୍ଲିକୋଟ, ୦୨/୦୬: ଦିନଦ୍ବିପ୍ରହରରେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଚୋରି। ଏଭଳି ଏକ ଘଟଣା ଘଟିଛି ଛତ୍ରପୁର ଥାନା ଜଗନ୍ନାଥ ବିହାର ଅଞ୍ଚଳରେ। ଚୋରିର ପୂରା ଘଟଣା କଏଦ ହୋଇଛି ସିସିଟିଭିରେ।
ସୂଚନା ଅନୁଯାୟୀ, ଜଗନ୍ନାଥ ବିହାର ଅଞ୍ଚଳରେ ଭଡ଼ାରେ ରହୁଥିବା ଛତ୍ରପୁର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ଘରେ ଚୋରି ହୋଇଛି। କନିଷ୍ଠ ଯନ୍ତ୍ରୀ ଘରେ ନଥିବାର ସୁଯୋଗ ନେଇ ଦିନ ୨.୪୪ରେ ଦୁଇ ଜଣ ବ୍ୟକ୍ତି ଘରର ତାଲା ଭାଙ୍ଗି ଘର ଭିତରକୁ ପଶି ଚୋରି କରିଥିଲେ।
ଆହୁରି ପଢ଼ନ୍ତୁ: ବାଲିପାଟଣାରେ ଚୋର ଆତଙ୍କ, ଦୋକାନ ସଟର ତାଡି ନେଇଗଲେ ଟଙ୍କା ଓ ମଦ
ଘରର ବିଭିନ୍ନ ଆସବାବପତ୍ର ସମେତ ୧୫ ହଜାର ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୁତ୍ତ। ଜୟସେନ ସନ୍ଧ୍ୟାରେ ଘରକୁ ଆସିଵା ପରେ ଘରର ତାଲା ଭାଙ୍ଗି ପଡ଼ିଥିବା ସହ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ତେବେ ଘରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି। ଏନେଇ ସେ ଛତ୍ରପୁର ଥାନାରେ ଜୟସେନ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଜାରି ରଖିଛି।
ଆହୁରି ପଢ଼ନ୍ତୁ: ବନ ବିଭାଗ ଗୁଳିରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ; ଏକାଧିକ ଶିକାରୀଙ୍କୁ ଦେଖି ଫାଙ୍କା ଗୁଳି ଚଳାଇଥିଲେ ବନ କର୍ମଚାରୀ