ରାତିସାରା ଅନିଦ୍ରା ହେଲେ, ଚୋରକୁ କାବୁ କଲେ ଗ୍ରାମବାସୀ ; ଖସିଗଲେ ୩
23/08/2020 at 8:41 AM

ସାନଖେମୁଣ୍ଡି ୨୩।୦୮: ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡରେ ପଡିଲା ଚୋର । ରାତିସାରା ଚୋରକୁ ଗ୍ରାମବାସୀ ଅଟକ ରଖିବା ସହ ସକାଳ ସମୟରେ ପୋଲିସ ଜିମା ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡପଡ଼ା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି ଘଟଣା ।

ସୂଚନାଯୋଗ୍ୟ ଯେ, ହିଞ୍ଜିଳି ଥାନା ଆଡ଼ପଡ଼ା ପାଣ୍ଡି ଠାରୁ ମାତ୍ର ୧୦୦ମିଟର ଦୂରରେ ପେଣ୍ଡୁରାଲୁଣି ଛକ । ବିଳମ୍ବିକା ରାତି ପ୍ରାୟ ୨ଟା ସମୟ ହେବ , ୪ଜଣ ଚୋର ଏକ କାର୍ ଯୋଗେ ଚୋରି ଉଦ୍ୟମରେ ଆସିଥିଲେ । ଛକରେ ଥିବା ୫ଟି ଦୋକାନ କବାଟ ଭାଙ୍ଗିବା ସହ ଟ୍ରାକ୍ଟର ବ୍ୟାଟେରୀ ଚୋରୁ କରୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଯାଇଥିଲେ ।

କିନ୍ତୁ ଗ୍ରାମବାସୀମାନେ ସମସ୍ତ ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ୩ଜଣ ଖସିଯିବାରେ ସକ୍ଷମ ହୋଇଥିଲେ , ଏବଂ ଗ୍ରାମବାସୀମାନେ ଜଣେ ଚୋରକୁ କାବୁ କରିନେଇଥିଲେ । ରାତିସାରା ଗ୍ରାମବାସୀମାନେ ଚୋରାକୁ ଅଟକ ରଖିଥିଲେ । ସକାଳ ସମୟରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଚୋରକୁ ନେଇଯାଇଥିଲେ ।

ତେବେ ଗିରଫ ହୋଇଥିବା ଯୁବକଙ୍କ ଘର ସଦରଥାନ ବାଲିପଡ଼ା ଗାଁ ବୋଲି ଜଣାପଡିଛି । ସେହିପରି ଅନ୍ୟ ତିନିଜଣ ମିଶି ଚୋରି କରିବାକୁ ଆସିଥିଲେ ବୋଲି ସ୍ୱୀକାର ମଧ୍ୟ କରିଥିବାର ସୂଚନା ମିଳିଛି । ପୋଲିସ ଫାଣ୍ଡି ନିକଟରେ ଥିବାରୁ ବାରମ୍ବାର ଏପରି ଚୋରି ହେଉଥିବାର ଅଭିଯୋଗ ହେଉଛି ।