ହରିୟାନାରୁ ଚୋରି , ବାଲେଶ୍ୱର ସୋରରୁ ଚୋର ଗିରଫ

Published By : Prameya-News7 Bureau | September 23, 2019 IST

ସୋର - ହରିୟାନା ସେକ୍ଟର ୫ ଗୁଡ଼ଗାଁଓରୁ ଚଳିତମାସ ଚୋରି ୩00 ଗ୍ରାମ ସୁନା  ଅଢେଇ ଲକ୍ଷ ଟଙ୍କା ଚୋରୀ ଘଟଣାରେ ଖଇରା ଥାନା ମଛାଦା ଗ୍ରାମରୁ ଜଣେ ଯୁବକ ଗିରଫ।  ଚୋରି ସୁନା ଗହଣାରୁ ସୋର ମୁଥୁଟ ବ୍ୟାଙ୍କରୁ ୫୦ ଗ୍ରାମ ସୁନା ଜବତ କରିଛି ପୁଲିସ ।

ଖଇରା ଓ ହରିୟାଣା ପୁଲିସ  ଅଭିଯୁକ୍ତ ଠାରୁ ୧ ଲକ୍ଷ ଟଙ୍କା ଜବତ କରିବା ସହ ମଦନ ଦାସ ଗିରଫକୁ  କରିଛି। ଚଳିତ ମାସରେ ହରିୟାନାରେ ହୋଇଥିବା ଏକ ଚୋରି ଘଟଣାରେ ସେଠାକାର ପୁଲିସ ଦୁଇଦିନ ତଳେ  ଖରାରେ ପହଞ୍ଚିଥିଲା।  ସ୍ଥାନୀୟ ପୁଲିସ ସହାୟତାରେ ମଦନକୁ ଗିରଫ କରାଯାଇଛି । ଏବେ ମଦନ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.