କୁଖ୍ୟାତ ଚୋରକୁ ଟ୍ରାକ୍‌ କରି କାବୁ କଲା ପୋଲିସ; ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ

Published By : Prameya-News7 Bureau | October 10, 2022 IST

ରାଉରକେଲା ୧୦/୧୦: ଘରେ କେହି ନଥିବା ବେଳେ କଳା କନା ବୁଲାଉଥିଲେ ଦୁର୍ବୃତ୍ତ। ଅଭିଯୁକ୍ତ ଜଣଙ୍କ ଷ୍ଟିଲ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାମ କରୁଥିଲେ ମଧ୍ୟ ଅୟସ ଆରାମ୍‌ରେ ତାଙ୍କ ଜୀବନ ବିତାଉଥିଲା। ଗତ ଦୁଇ ବର୍ଷରେ ସେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ଏପରି ଜଣେ କୁଖ୍ୟାତ ଚୋରକୁ ସେକ୍ଟର-୩ ରାଉରକେଲା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରୁଥିଲା। ଏହାସହିତ ତାର ଦରମା ୭ରୁ ୮ ହଜାର ହୋଇଥିବା ବେଳେ ସେ ୮ ହଜାର ଟଙ୍କା ଘରଭଡ଼ା ଦେଉଥିଲେ।

ଅଭିଯୁକ୍ତର ପରିଚୟ ଚିତ୍ତରଞ୍ଜନ ଜେନା ହୋଇଥିବା ବେଳେ ସେ ରାଉରକେଲା ସେକ୍ଟର ୧୬ରେ ରହୁଥିଲେ। ଚିତ୍ତକୁ ଏବେ ପୋଲିସ ଗିରଫ କରିଛି। ଖବର ଅନୁସାରେ ଚିତ୍ତ ସେକ୍ଟର ୧୬ରେ ଥିବା କ୍ଵ।ଟରଗୁଡ଼ିକରେ ଦିନ କିମ୍ୱା ରାତିରେ କେହି ନଥିବା ବେଳେ ଘରେ ପଶି ଚୋରି କରୁଥିଲେ। ସୁନା, ରୁପା, ହିରା ଅଳଙ୍କାର, ମୋବାଇଲ, ଲ୍ୟ।ପଟପ ସହିତ ଫର୍ଣ୍ଣିଚର ଚୋରି କରୁଥିଲା। ଏହାସହ କିଛି ଚୋରି କରିଥିବା ସାମଗ୍ରୀକୁ ମଧ୍ୟ ବିକ୍ରି କରୁଥିଲା। କିନ୍ତୁ ଚିତ୍ତକୁ ଗିରଫ କରିବା ସହିତ ବିଭିନ୍ନ  ଚୋରି ଜିନିଷକୁ ଜବତ କରିଛି ପୋଲିସ। ବାରମ୍ବାର ଚୋରି ଅଭିଯୋଗ ହେବା ପରେ ପୋଲିସ ଛାନବିନ ଆରମ୍ଭ କରି ଚିତରଞ୍ଜନଙ୍କୁ ଟ୍ରାକ୍‌ କରି ଗିରଫ କରିବାରେ ସଫଳ ହୋଇଥିଲା।

ପୋଲିସ ଚିତ୍ତ ଘରୁ ଜବତ କରିଥିବା ଚୋରି ଜିନିଷଗୁଡ଼ିକ ମଧ୍ୟରେ ୧.୧୫୦ ଗ୍ରାମ୍‌ ସୁନା ଗହଣା, ୫୦୦ ଗ୍ରାମ୍‌ ରୁପା ଅଳଙ୍କାର, ୩.୦୫ ଗ୍ରାମ୍‌ ହିରା ଅଲଙ୍କାର, ୪ଟି ହିରା ମୁଦି, ୬ଟି ଲ୍ୟ।ପଟପ, ୫ଟି ସ୍ମାର୍ଟ ଫୋନ୍‌, ଗୋଟିଏ ଡିଏସଏଲ୍‌ଆର୍‌ ଷ୍ଟିଲ୍‌ କ୍ୟାମେରା, ଗୋଟିଏ ଏଲଇଡି ଟିଭି, ଇଲୋକ୍ଟ୍ରୋନିକ ହୋମ ଆପ୍ଲିକାନ୍ସ, ଫର୍ଣ୍ଣିଚର, ଇନ୍‌ଭ୍ୟାଟର୍‌ ବ୍ୟାଟେରି ସହିତ ପୋଷାକ ପତ୍ର, ୧୫ ଲକ୍ଷର ପୋଷାକ ପତ୍ର ଜବତ କରିଛି। ଅନ୍ୟପଟେ ପୋଲିସ ଚିତ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଛି ବୋଲି ଆଡିସିନାଲ୍‌ ଏସପି ସଂଗ୍ରାମ କେଶରୀ ବେହେରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.