ବାଇଡେନ-ପୁତିନ୍ ବାର୍ତ୍ତା: ଆଲୋଚନାରେ ହେଲାନି ସହମତି, ମିଳିତ ସାମ୍ବାଦିକ ସମ୍ମିଳନୀରୁ ଦୂରେଇଲେ

Published By : Prameya-News7 Bureau | June 17, 2021 IST

ଜେନେଭା ୧୭।୬: ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ରାଷ୍ଟ୍ରପତି ଜେନେଭାରେ ପରସ୍ପରକୁ ଭେଟିବା ସହ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ଏହି ସାକ୍ଷାତ ଆଲୋଚନାରୁ ଯେପରି ଆଶା କରାଯାଉଥିଲା ସେପରି କିଛି ନିଷ୍କର୍ସ ବାହାରିନଥିବା ଅନୁମାନ କରାଯାଉଛି। ଆଲୋଚନାରେ ସେମାନେ କୌଣସି ପ୍ରସଙ୍ଗରେ ସହମତ ହୋଇ ନାହାନ୍ତି। ଏଣୁ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଆସିନାହାନ୍ତି। ତେବେ ସେମାନେ ପୃଥକପୃଥକ ସାମ୍ବାଦିକ ସମ୍ମିଳନୀ କରି ପରସ୍ପରର କଥା ରଖିଛନ୍ତି। ଏଣୁ ଜେନେଭାରେ ଜୋ ବାଇଡେନ ଓ ଭ୍ଲାଦିମିର ପୁତିନଙ୍କର ଏହା ଏକ ସାକ୍ଷାତ ଆଲୋଚନା ବିବେଚନା କରାଯାଉଛି।

{"id":467489,"sizeSlug":"large","linkDestination":"none"}

ଆଲୋଚନା ପରେ ବାଇଡେନ ଓ ପୁତିନ ପୃଥକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରୁ ଦୁଇ ରାଷ୍ଟ୍ରମୁଖ୍ୟ ବିଶ୍ୱ ସେମାନଙ୍କଠାରୁ କରୁଥିବା ଆଶା ପ୍ରସଙ୍ଗରେ ସେମାନେ ଆଲୋଚନା କରିନଥିବା ସ୍ପଷ୍ଟ ହୋଇଯାଇଛି। ପୃଥକ ପୃଥକ କରିଥିବା ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଷ୍ଟ୍ରପତି ନିଜ ରାଷ୍ଟ୍ର ଓ ନାଗରିକଙ୍କ ହିତର ସୁରକ୍ଷା ଲାଗି ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି। ଏଥିରୁ ସେମାନଙ୍କ ରାଷ୍ଟ୍ର ଓ ନାଗରିକଙ୍କ ସ୍ୱାର୍ଥ ପ୍ରଭାବିତ ହେଲେ ପରସ୍ପର ପ୍ରତି କଡ଼ା ଆଭିମୁଖ୍ୟ ମଧ୍ୟ ଆପଣାଇ ପାରନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। 

{"id":467490,"width":841,"height":560,"sizeSlug":"large","linkDestination":"none"}

ପୁତିନଙ୍କୁ ବନ୍ଧୁ କରିବା ଲାଗି ସେ ଜେନେଭା ଆସିନଥିବା ବାଇଡେନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଏହି ଆଲୋଚନାରୁ କ’ଣ  ହାସଲ ହୋଇପାରିବ ତାହା ଜାଣିବାକୁ ଚାହୁଁଥିଲେ ବୋଲି କହିଛନ୍ତି।  ତେବେ ଋଷ-ଆମେରିକା ସମ୍ପର୍କର ଉଦ୍ଦେଶ୍ୟ ପରସ୍ପର ପ୍ରତି ଭରସା ସୃଷ୍ଟି କରିବା ନୁହେଁ, ବରଂ ନିଜର ସ୍ୱାର୍ଥର ସୁରକ୍ଷା ଓ ଏହାର ପୁଷ୍ଟି ଲାଗି ବୋଲି ବାଇଡେନ ଗଣମାଧ୍ୟମକୁ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଆଲୋଚନାରୁ ଆମେରିକା-ଋଷିଆ ସମ୍ପର୍କ ସ୍ୱଭାବିକ କରିବା ଲାଗି କଥା ଆଗକୁ ବଢିପାରି ନଥିବା ସ୍ପଷ୍ଟ ହୋଇଯାଇଛି। ବାଇଡେନଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ କେବଳ ଆମେରିକୀୟ ଗଣମାଧ୍ୟମଙ୍କୁ ପ୍ରଶ୍ନ କରିବାକୁ ଅନୁମତି ଥିଲା। ତାହା ବି କେବଳ ସୂଚିଭୁକ୍ତ ସାମ୍ବାଦିକଙ୍କ ନିମନ୍ତେ ପ୍ରଜୁଯ୍ୟ ଥିଲା। ଅନ୍ୟ ସାମ୍ବାଦିକଙ୍କ ପ୍ରଶ୍ନକୁ ବାଇଡେନ ଏଡାଇ ଯାଇଥିଲେ। 

{"id":467491,"sizeSlug":"large","linkDestination":"none"}

ସେପଟେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନାର ପୁତିନ ଭରପୁର ଫାଇଦା ଉଠାଇବାକୁ ଉଦ୍ୟମ କରିଥିବାର ସାମ୍ବାଦିକ ସମ୍ମିଳନୀରୁ ବୁଝାପଡୁଛି। ସେ ନିଜ କଥାକୁ ବିଶ୍ୱ ସମ୍ମୁଖରେ ରଖିବା ଲାଗି ଆମେରିକା ସମେତ ବିଶ୍ୱର ବିଭିନ୍ନ ଦେଶଙ୍କ ଗଣମାଧ୍ୟମକୁ ଆମନ୍ତ୍ରଣ କରିଥିଲେ ଓ ୫୫ ମିନିଟ୍‌ ଧରି ସବୁ ଦେଶର ସାମ୍ବାଦିଙ୍କ ପ୍ରଶ୍ନର ଜବାବ ରଖିଥିଲେ।  ହେଲେ ବାଇଡେନଙ୍କ ସହ ତାଙ୍କ ଆଲୋନାର ନିଷ୍କର୍ସ ନେଇ ସେ ସେପରି କିଛି କହିନାହାନ୍ତି।  ଏଥିରୁ ଦୁଇନେତା କୌଣସି ପ୍ରସଙ୍ଗରେ ସହମତ ନଥିବା ସ୍ପଷ୍ଟ ହୋଇଯାଇଛି।  

{"id":467492,"sizeSlug":"large","linkDestination":"none"}

ତେବେ ଆଲୋଚନା ଆରମ୍ଭରୁ ହିଁ ଆମେରିକାର କୌଣସି ରାଷ୍ଟ୍ରପତି ଋଷ ସହ ଗଣତନ୍ତ୍ର ଓ ମାନବାଧିକାର ପ୍ରସଙ୍ଗ ନଉଠାଇ ଆଲୋଚନା କରିପାରିବେନି ବୋଲି ପୁତିନଙ୍କୁ ସେ ସ୍ପଷ୍ଟ କରିଦେଇଥିଲେ ବୋଲି ବାଇଡେନ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏଣୁ ଆଲୋଚନାରେ ଋଷିଆରେ ବିରୋଧୀ ଦଳଙ୍କ ଉପରେ ଚାଲିଥିବା ସରକାରୀ ଦମନ, ବେଲାଋଷ ରାଷ୍ଟ୍ରପତିଙ୍କୁ ଋଷର ସମର୍ଥନ ଓ ୟୁକ୍ରେନ ପ୍ରତି ଋଷିଆର ଭାବନା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ ବୋଲି ବାଇଡେନ କହିଥିଲେ। ହେଲେ ବାଇଡେନଙ୍କ ପ୍ରଶ୍ନର ପୁତିନ କଣ ଜବାବ ଦେଇଥିଲେ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସେ ପଦଟିଏ ବି କହି ନାହାନ୍ତି। ତେବେ ସାମ୍ବାଦିକମାନେ ଏ ନେଇ ପୁତିନକୁ ପ୍ରଶ୍ନ କରିବାରୁ ସେ ତାଙ୍କର ସେହି ପାରମ୍ପରିକ ଫଟା ରେକର୍ଡ ବଜାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.