‘ଠାକୁର ପୂଜା କରିବାକୁ ଦିଅନ୍ତି ନାହିଁ, ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଗଲି’,ଶ୍ରୀୟାଙ୍କ ସାଂଘାତିକ ଅଭିଯୋଗ
21/01/2023 at 6:51 PM

କଟକ: ହ୍ୟୁମାନ ସାଗର ପାରିବାରିକ ବିବାଦ ପ୍ରସଙ୍ଗ । ଶୁକ୍ରବାର ହ୍ୟୁମାନଙ୍କ ମାଆ ବୁଝାମଣା ପାଇଁ ରାଜି ଥିବା ବୟାନ ରଖିବା ପରେ ଶନିବାର ବୋହୂ ଶ୍ରୀୟା ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀୟା ନିଜ ବୟାନରେ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି, ଯାହା ହ୍ୟୁମାନଙ୍କ ମାଆ ଦେଇଥିବା ବୟାନକୁ ବିରୋଧାଭାଷ (କାଉଣ୍ଟର) କରୁଛି।
ଶ୍ରୀୟା କହିଛନ୍ତି, ‘ଠାକୁର ପୂଜା କରିବାକୁ, ମନ୍ଦିରରେ ନମସ୍କାର କରିବାକୁ ଦିଅନ୍ତି ନାହିଁ । ଅବଢା ଖାଇବାକୁ ମୋତେ ମନା କରନ୍ତି । ଅଳତା ସିନ୍ଦୁର ମଧ୍ୟ ଲଗାଇବାକୁ ଦିଅନ୍ତି ନାହିଁ। ମୁଁ ଥିବା ବେଳେ ସେଠାରେ ଠାକୁର ଘର ନଥିଲା। ଗତ ଛଅ ମାସ ହେବ ମୁଁ ସେଠାରେ ରହୁ ନାହିଁ । ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଗଲି। ଆସନ୍ତା କାଲି ସବୁ କହିବି। ମୁଁ ସମାଧାନ ପାଇଁ ରାଜି ହେଲେ ହ୍ୟୁମାନ ହୃଦୟର ସହ ଗ୍ରହଣ କରିବା ଦରକାର’। ଏହାସହ ସେ କହିଛନ୍ତି, ‘ଯଦି ସେମାନେ ପ୍ରକୃତରେ ସମାଧାନ ପାଇଁ ଚାହୁଁଥିବେ, ମୋତେ ମନାଇପାରିବେ ଓ ହ୍ୟୁମାନ ଯଦି ମୋତେ ପୂର୍ବ ଭଳି ସ୍ତ୍ରୀ ଭାବେ ଗ୍ରହଣ କରିବେ ତାହେଲେ ମୁଁ ସମାଧାନ ପାଇଁ ରାଜି’।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଶୁକ୍ରବାର ହ୍ୟୁମାନଙ୍କ ମାଆ ବୟାନ ଦେଇ ବୁଝାମଣା ପାଇଁ ରାଜି ଥିବା କହିଥିଲେ। ଏହାସହ ବୋହୂ ଏବଂ ନାତୁଣୀ ଘରେ ନଥିବାରୁ ତାଙ୍କୁ ବହୁତ ମିସ୍ କରୁଛୁ ବୋଲି କହିଥିଲେ । ଅନ୍ୟପଟେ ଧର୍ମାନ୍ତରୀକରଣ ଅଭିଯୋଗକୁ ଖଣ୍ଡନ କରି ବୋହୂ ଘରେ ଠାକୁର ପୂଜା କରେ, ତା ପାଇଁ ଧର୍ମୀୟ ସ୍ୱାଧୀନତା ରହିଥିଲା ବୋଲି ସେ ଜୋର ଦେଇ କହିଥିଲେ। । ହ୍ୟୁମାନ ମଧ୍ୟ ତାଙ୍କ ନାଁରେ ଥିବା ଅଭିଯୋଗକୁ ମିଛ ବୋଲି କହିଥିଲେ। ଏବଂ ଶ୍ରେୟା ଏବଂ ଝିଅକୁ ମିସ୍ କରୁଥିବା କହିଥିଲେ।