ନବରାତ୍ରିରେ ଏହି ୩ ରାଶିକୁ ମିଳିବ ମା'ଙ୍କ ବିଶେଷ କୃପା: ଧନ ଲାଭ ଯୋଗ

Published By : Prameya-News7 Bureau | October 08, 2021 IST

ଭୁବନେଶ୍ୱର ୦୮/୧୦ : ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯାଇଛି। ନବରାତ୍ରିର ୯ ଦିନ ମା' ଦୁର୍ଗାଙ୍କ ୯ ସ୍ୱରୂପ ପୂଜା ପାଇଥାନ୍ତି। ନବରାତ୍ରି ବ୍ରତ ପାଳନ କଲେ ମା' ଦୁର୍ଗା ନିଜ ଭକ୍ତଙ୍କୁ କୃପା ପ୍ରଦାନ କରିଥାନ୍ତି। ଏଥର ନବରାତ୍ରିରେ କିଛି ରାଶିରେ ବିଶେଷ କୃପା ରହିବ। ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ କେଉଁ ରାଶିରେ ମା'ଙ୍କ କୃପା ବର୍ଷଣ ହେବ।

କନ୍ୟା - କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଶାରଦୀୟ ନବରାତ୍ରି ଶୁଭ ସମାଚାର ଆଣିବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଠାତ ଆର୍ଥିକ ଲାଭ ହୋଇପାରେ। ନବରାତ୍ରି ସମୟରେ ମା'ଙ୍କ ବିଶେଷ କୃପା ରହିବ। ଧନ ଧାନ୍ୟରେ ପରିପୂର୍ଣ୍ଣ ରହିବେ। ଯେଉଁ ନୂଆ କାମ କରିବେ ସେଥିରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଧ୍ୟାତ୍ମ ଓ ପୂଜା ପାଠରେ ଲୀନ ରହିବେ।

ଧନୁ - ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ଶାରଦୀୟ ନବରାତ୍ରି ଶୁଭ ରହିବ। ଘରକୁ ହଠାତ ଲକ୍ଷ୍ମୀ ଆସିବାରୁ ଘର ପରିବାରରେ ଖୁସିର ମାହୋଲ ରହିବ। ସୁଖ ଅନୁଭବ କରିବେ। ପୁରୁଣା ଋଣରୁ ମୁକ୍ତି ମିଳିବ। ଧନ ସମ୍ପତ୍ତିରେ ବୃଦ୍ଧି ଯୋଗ ରହିଛି। ପାରିବାରିକ ସଦସ୍ୟଙ୍କ ସହ ସମ୍ବନ୍ଧ ମଧୁର ରହିବ। ଯାତ୍ରା ଯୋଗ ମଧ୍ୟ ରହିଛି। ନିଜ କଥା ସ୍ପଷ୍ଟ ଭାବେ କହିବା ଉଚିତ। ଅନ୍ତର୍ମୁଖୀ ସ୍ଵଭାଵ କ୍ଷତି ପହଞ୍ଚାଇପାରେ।

ମକର - ନବରାତ୍ରି ସମୟରେ ମକର ରାଶିରେ ମା' ଦୁର୍ଗାଙ୍କ ବିଶେଷ କୃପା ରହିବ। ନବରାତ୍ରି ପାଳନ କଲେ ପୂଜା ପାଠର ପୁରା ଲାଭ ମିଳିବ। ଅଟକି ରହିଥିବା କାମ ପୁରା ହେବ। ଚାକିରୀରେ ପଦୋନ୍ନତି ଯୋଗ ରହିଛି। ଚାକିରୀରେ ଆର୍ଥିକ ଲାଭ ହୋଇପାରେ। କଷ୍ଟରୁ ମୁକ୍ତି ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.