ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ବଦଳିବ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ : ଧନଧାନ୍ୟରେ ଭରିବ ଘର

Published By : Prameya-News7 Bureau | July 03, 2019 IST

ମେଷ ରାଶି,ସିଂହ ରାଶି,ତୁଳା ରାଶି : ଆସନ୍ତାକାଲି ଆପଣଙ୍କ ଭାଗ୍ୟ ହୀର ମୋତି ଭଳି ଚମକିବ। ଆପଣଙ୍କୁ ନୂଆ ନୂଆ ବିଷୟ ଜାଣିବା ପାଇଁ ଆଗ୍ରହ ବଢ଼ିବ। ଆପଣଙ୍କ ବୁଦ୍ଧିର ବିକାଶ ହେବ,ପାରିବାରିକ ଜୀବନରେ ଚାଲିଥିବା ସମସ୍ୟାର ସମ୍ମୁଖୀନ ହେବ। ଆପଣଙ୍କ କର୍ମଫଳର ଶୁଭ ପରିଣାମ ଆପଣଙ୍କୁ ହାସଲ ହେବ। ହଠାତ୍ ଆପଣ ନିଜର ପୁରୁଣା ଯୋଜନାରେ ଲାଭପ୍ରାପ୍ତ ହେବେ। ମାତା ପିତାଙ୍କୁ ଆଶୀର୍ବାଦ ମିଳିବ। ପୂଜାପାଠରେ ଆପଣଙ୍କ ଧ୍ୟାନ ଲାଗିବ।

କୁମ୍ଭ ରାଶି,ମକର ରାଶି : ଆସନ୍ତା କାଲି ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ,ବ୍ୟବସାୟରେ ଆପଣଙ୍କ ମାନ ପ୍ରତିଷ୍ଠା ହେବ। ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢ଼ିବ। ପିଲାମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ଯୋଗ ରହିଛି। ଅବିବାହିତ ବ୍ୟକ୍ତିଙ୍କୁ ଉତ୍ତମ ବିବାହ ପ୍ରସ୍ତାବ ମିଳିବ। ଛାତ୍ରଛାତ୍ରୀଙ୍କ ମନ ପାଠପଢ଼ାରେ ଲାଗିବ। ପ୍ରେମ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.