ଖରାପ ସମୟ ହେଲା ସମାପ୍ତ, ଆଜିଠୁ ଉଜ୍ଜ୍ବଳ ହେବ ଏହି ରାଶିର ଲୋକଙ୍କ ଭାଗ୍ୟ

Published By : Prameya-News7 Bureau | October 28, 2019 IST

୧୨ଟି ଭାଗକୁ ନେଇ ରାଶିଚକ୍ର । ପ୍ରତ୍ୟେକ ରାଶି ସୂର୍ଯ୍ୟଙ୍କ କ୍ରାନ୍ତିବୃତ୍ତରେ ଆସୁଥିବା ଏକ ତାରାମଣ୍ଡଳ ସହ ସମ୍ବନ୍ଧ ରଖେ ଓ ସେମାନଙ୍କର ଗୋଟେ ଗୋଟେ ନାଁ ଥାଏ। ଯେମିତିକି ମିଥୁନ ରାଶି ଓ ମିଥୁନ ତାରାମଣ୍ଡଳ। ତେବେ ଆଜିଠୁ କିଛି ରାଶିଙ୍କର ଭାଗ୍ୟ ବଦଳିବ। ସେମାନେ ହେଲେ…

ସିଂହ ଓ କନ୍ୟା ରାଶି- ସିଂହ ଓ କନ୍ୟା ରାଶିର ଲୋକଙ୍କ ଭାଗ୍ୟରେ ଆଜିଠୁ ଅନେକ ପରିବର୍ତ୍ତନ ହେବ। ଉଭୟ ରାଶିର ଲୋକେ ସଫଳତା ହାସଲ କରିବେ। ଏମାନଙ୍କ ଖରାପ ସମୟ ସମାପ୍ତ ହୋଇ ଭଲ ସମୟ ଆରମ୍ଭ ହେବ। ଉଭୟ ରାଶିର ଲୋକଙ୍କ ପରିବାରରେ ସୁଖ, ଆର୍ଥିକ ସ୍ଥିତିବୃଦ୍ଧି ହେବ। ଜୀବନରେ ଥିବା ସବୁ ସମସ୍ୟାରୁ ମୁକ୍ତ ହେବେ। ଧନ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। କାର୍ଯ୍ୟସ୍ଥାନରେ ଅଧିକାରୀ ବର୍ଗର ଲୋକେ ଏହି ରାଶିର ଲୋକଙ୍କ ସାହାଯ୍ୟ କରିବେ।

ତୁଳା ଓ ବିଚ୍ଛା ରାଶି- ଭୌତିକ ସୁଖ ସୁବିଧା ଲାଭ ହେବା ସହ ଆଗାମୀ ସମୟ ଭଲ ହେବ। ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଭୂମି, ଭବନ, ଯାନ କିଣାବିକା ଯୋଗ ରହିବ। ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରରେ ଖୁସିର ମାହୋଲ ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଲିବ। ବ୍ୟବସାୟରେ ଲାଭ ମିଳିବ ଓ ଅନେକ କିଛି ନୂଆ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.