ଡିସେମ୍ବରରେ ୩ ରାଶିଙ୍କ ବଦଳିବ ଭାଗ୍ୟ, ବର୍ଷିବ ଟଙ୍କା ହିଁ ଟଙ୍କା

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ ୦୧।୧୨ : ପ୍ରତ୍ୟେକ ଗ୍ରହ ଉପଯୁକ୍ତ ସମୟରେ ରାଶି ପରିବର୍ତ୍ତନ କରନ୍ତି। ଗ୍ରହର ରାଜକୁମାର ବୁଧଙ୍କ ରାଶି ପରିବର୍ତ୍ତନ ଧନ, ବାଣୀ, ବ୍ୟାପାର ଆଦି ଉପରେ ବଡ ପ୍ରଭାବ ପକାଏ । ନଭେମ୍ବର ୨୯ରେ ବୁଧ ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିଛନ୍ତି। ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମହାଧନ ଯୋଗ ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ଏହି ମହାଧନ ଯୋଗ କେଉଁ ରାଶିର ବ୍ୟକ୍ତିଙ୍କୁ ଲାଭବାନ କରିବ।

ମେଷ : ଏହି ରାଶିର ବ୍ୟକ୍ତିଙ୍କୁ ଡିସେମ୍ବର ମାସରେ ବିଦେଶ ଯିବାର ସୁଯୋଗ ମିଳିବ। ଏମାନଙ୍କୁ ଲାଭ କମାଇବାର ଅନେକ ଉପାୟ ମିଳିବ। ନିଜର ବାଣୀ ବଳରେ କାମ ସମ୍ପୂର୍ଣ୍ଣ କରିବେ।

ମିଥୁନ : ମିଥୁନ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ଅନେକ ଲାଭ ମିଳିବ। ସମ୍ପତ୍ତିରୁ ଲାଭ ମିଳିବ। କାରବାର ଭଲ ଚାଲିବ। ଜୀବନସାଥି ସହ ସମୟ ବିତାଇବେ। ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ମଜବୁତ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଅଟକି ରହିଥିବା ଟଙ୍କା ମିଳିବ।

ମକର : ମକର ରାଶି ବ୍ୟକ୍ତିଙ୍କର ଏହି ସମୟରେ ଭାଗ୍ୟଦୋୟ ହେବ। ବିବାହ ଯୋଗ ରହିଛି। ଚାକିରିର ନୂତନ ସୁଯୋଗ ମିଳିବ। ହଠାତ୍‌ ଧନ ଲାଭ ହେବ।

ବି.ଦ୍ର.- ଏଠାରେ ପ୍ରଦାନ କରାଯାଇଥିବା ତଥ୍ୟ ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.