ଏହି ହଳଦିଆ ଫଳ ଖାଆନ୍ତୁ, ହାର୍ଟ ଆଟାକ ହେବାର କମିଯିବ ଆଶଙ୍କା !
16/08/2023 at 3:12 PM

ନୂଆଦିଲ୍ଲୀ ୧୬।୦୮: ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭିତରୁ ଅନ୍ୟତମ ହୃଦୟ । ବର୍ତ୍ତମାନ ସମୟରେ ଚିନ୍ତା ବଢାଉଛି ହାର୍ଟ ଆଟାକ୍ । ଯୁବା ହୁଅନ୍ତୁ ବୃଦ୍ଧ ସମସ୍ତଙ୍କୁ ହାର୍ଟ ଆଟାକ୍ ହେଉଛି । ଏଥିପାଇଁ ହୃଦୟର ଯତ୍ନ ନେବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମର ଦୈନନ୍ଦିନ ଖାଦ୍ୟରୁ ତେଲର ପରିମାଣ ହ୍ରାସ କରିବା ଉଚିତ୍ । ଏଥିସହିତ ହଳଦିଆ ଫଳ ଏବଂ ପନିପରିବା ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିବା ସହ ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

ପ୍ରଥମରେ ରହିଛି ଆମ୍ବ । ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ହିତକାରୀ । ଗ୍ରୀଷ୍ମ ଋତୁରେ ମିଳୁଥିବା ଏହି ଫଳରେ ରହିଛି ଅନେକ ଔଷଧୀୟ ଗୁଣ । ଏହା ହାର୍ଟରେ ହେଉଥିବା ସମସ୍ୟାକୁ ଏଡାଇବାରେ ବେଶ୍ ସହାୟକ ହୋଇଥାଏ ।

ଲେମ୍ବୁ ରସରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଏହା ହାର୍ଟ ସ୍ୱାସ୍ଥ୍ୟର ଯତ୍ନ ନିଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।

କଦଳୀ, ଏହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ସୀମିତ ପରିମାଣରେ କଦଳୀ ଖାଇବା ଦ୍ୱାରା ଓଜନ ହ୍ରାସ ଓ ହୃଦୟ ସ୍ୱାସ୍ଥ୍ୟରେ ସାହାଯ୍ୟ କରିଥାଏ ।

ସପୁରୀ ଖାଇବାକୁ ପ୍ରାୟ ଅନେକ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ବହୁ ମାତ୍ରାରେ ହ୍ରାସ ପାଇଥାଏ । କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଘାତକ ହୋଇପାରେ ସପୁରୀ । ଏଥିପାଇଁ ସପୁରୀଠାରୁ ଦୂରେଇ ରହିବା ଉଚ୍ଚିତ୍ । କାରଣ ସପୁରୀ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇଥାଏ ।

ହଳଦିଆ କ୍ୟାପସିକମରେ ଫାଇବର, ଆଇରନ୍ ଏବଂ ଫୋଲେଟ୍ ଅଧିକ ରହିଛି । ଏହା ଶରୀରକୁ ବହୁତ ଶକ୍ତି ଦେଇଥାଏ । ହଳଦିଆ କ୍ୟାପସିକମ୍ ରକ୍ତହୀନତାର ସମସ୍ୟାକୁ ଦୂର କରିଥାଏ ଏବଂ ହୃଦୟକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ ।
You Can Read: