ଜାଣନ୍ତୁ ସେମାନଙ୍କୁ, ଯେଉଁମାନେ ଦେଶର Armed Forcesରେ ମହିଳାଙ୍କ ଲାଗି ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ସ୍ଥାନ

Published By : Prameya-News7 Bureau | March 08, 2020 IST

ନୂଆଦିଲ୍ଲୀ :  ଦେଶର ସେନା ହେଉ କି ଯେ କୌଣସି ସଶସ୍ତ୍ର ବଳ ମହିଳା ଅଧିକାରୀଙ୍କ ବିରତ୍ୱପୂର୍ଣ୍ଣ କାର୍ଯ୍ୟ ଏବେ ନିତିଦିନିଆ କଥା ହେଲାଣି। ହେଲେ ଆଗରୁ ଏପରି ନଥିଲା। ଏ ସବୁ କ୍ଷେତ୍ର ପୁରୁଷଙ୍କ ଏକାଧିକାରରେ ଥିଲା। ତେବେ ଆସନ୍ତୁ ମହିଳାଦିବସରେ ସେମାନଙ୍କ ସମ୍ପର୍କରେ ଜାଣିବା ଯେଉଁମାନେ ଏକଦା ପୁରୁଷଙ୍କ ଏକାଧିକାର କ୍ଷେତ୍ରରେ ନିଜ ଲାଗି ସୃଷ୍ଟି କରିପାରିଥିଲେ ସ୍ଥାନ। ଯାହା ପରେ ଅନ୍ୟମାନଙ୍କ ଲାଗି ହୋଇଥିଲା ପ୍ରେରଣାର ଉତ୍ସ।

{"id":234916,"sizeSlug":"large"}

ଯେତେବେଳେ ଦେଶରେ ମହିଳାଙ୍କୁ ଆଗକୁ ନେବା ଲାଗି ଚର୍ଚ୍ଚା ହେଉଥିଲା ସେତେବେଳେ ଏହି ମହିଳାମାନେ ସୃଷ୍ଟି କରିଥିଲେ ଇତିହାସ। ଏପରି ଜଣେ ଅଫିସର ହେଉଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ମିତାଲି ମଧୁମିତା । ଯିଏ ଆଗାମୀ ପିଢି ଲାଗି ସେନାରେ ରାସ୍ତା ସୁଗମ କରିଥିଲେ।  ଭାରତୀୟ ସେନାର ପ୍ରଥମ ମହିଳା ଅଧିକାରୀ ଥିଲେ ମିତାଲି। ଯାହାଙ୍କୁ ତାଙ୍କର ବିରତ୍ୱଲାଗି ପୁରସ୍କୃତ ବି କରାଯାଇଛି। ୨୬ ଫେବୃଆରୀ ୨୦୧୦ରେ ମିତାଲି ଆଫାଗନିସ୍ତାନର କାବୁଲରେ ମୁତୟନ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରିଦେଇଥିଲେ। ଆତଙ୍କବାଦୀଙ୍କ ମୁକାବିଲାରେ ମିତାଲୀଙ୍କ ଦୁଃଶାହାସ ଲାଗି ତାଙ୍କୁ ୨୦୧୧ ମସିହାରେ ସେନା ପଦକରେ ସମ୍ମାନୀତ କରାଯାଇଥିଲା।

{"id":234917,"sizeSlug":"large"}

କାର୍ଗିଲ ଗାର୍ଲ ଗୁଞ୍ଜନ ସକ୍ସେନା
ମିତାଲିଙ୍କ ପରି ଆଉ ଜଣେ ମହିଳା ହେଲା ଗୁଞ୍ଜନ ସକ୍ସେନା। ଅଧିକାଂଶ ତାଙ୍କୁ କାର୍ଗିଲ ଗାର୍ଲ ଭାବେ ଜାଣନ୍ତି। ଭାରତୀୟ ବାୟୁସେନାର ଏହି ମହିଳା ଅଧିକାରୀଙ୍କୁ ନେଇ ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ବଲିଉଡ ପ୍ରଯୋଜକ କରନ ଜୋହର ତାଙ୍କ ଫିଲ୍ମର ପୋଷ୍ଟର ଜାରି କରିଥିଲେ। ଗୁଞ୍ଜନଙ୍କ ଉପରେ ନିର୍ମିତ ଏହିଫିଲ୍ମଟି ଚଳିତବର୍ଷ ମୁକ୍ତିଲାଭ କରିବ। ଏଣୁ ମହିଳା ଦିବସରେ ଆସନ୍ତୁ ଜାଣିବା ଗୁଞ୍ଜନ ସକ୍ସେନାଙ୍କ ସମ୍ପର୍କରେ

{"id":234918,"sizeSlug":"large"}

୪୪ ବର୍ଷ ବୟସ୍କା ଗୁଞ୍ଜନ ଏବେ ଚାକିରୀରୁ ଅବସର ନେଇସାରିଲେଣି। ତେବେ କାର୍ଗିଲ ଯୁଦ୍ଧରେ ତାଙ୍କର ଅପୂର୍ବ ଶାହସିକତାକୁ ଏବେବି ଭୁଲିପାରିନି ସେନାବାହିନୀ। ଭାରତୀୟ ସେନା ଲାଗି ବିଂଶ ଶତାବ୍ଦୀର କାର୍ଗିଲ ଯୁଦ୍ଧ ଥିଲା ସବୁଠୁ ଗୁରୁତ୍ୱବପୂର୍ଣ୍ଣ। ଭାରତ ସୀମା ଭିତରକୁ ପଶି ଆସି ପାକ୍ ଆତଙ୍କବାଦୀ ଜାତୀୟ ରାଜମାର୍ଗ ନମ୍ବର ୧ କୁ ଟାର୍ଗେଟ୍ କରୁଥିଲେ। ଭାରତୀୟ ସୈନ୍ୟଙ୍କ ବଙ୍କର ଓ ସେମାନଙ୍କ ଖାଦ୍ୟପଦାର୍ଥ ଖାଇ ଆମ ସୀମାକୁ ନିଜ କବଜାକୁ ନେଇଯାଇଥିଲେ। ଏଥିରେ ଗୁଞ୍ଜନ ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଉଡାଇ ଆତଙ୍କବାଦୀଙ୍କ ମୁକାବିଲା ଲାଗି କାର୍ଗିଲ ପର୍ବତମାଳାରେ ସୈନ୍ୟ ପହଞ୍ଚାଇଥିଲେ। ବିନା କୌଣସି ଅସ୍ତ୍ରରେ ଗୁଞ୍ଜନ ପାକ୍ ଆତଙ୍କବାଦୀଙ୍କ ମୁକାବିଲା କରିବା ସହ ସେଠାରୁ ଭାରତୀୟ ସୈନ୍ୟଙ୍କ ସୁରକ୍ଷିତ ପରିବହନ ବି କରିଥିଲେ। ଗୁଞ୍ଜନଙ୍କ ସାହସ ଓ ବିରତା ଲାଗି ତାଙ୍କୁ ସୌର୍ଯ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଛି।

{"id":234919,"sizeSlug":"large"}

ୱାରସିପ୍‌ର ପ୍ରଥମ ନେଭି ଅଫିସର ସନ୍ଧ୍ୟା ପୁରୀ
୧୮ ଅଗଷ୍ଟ ୧୯୮୪ରେ ଭାରତୀୟ ନୌସେନାରେ ଏପରି ଜଣେ ମହିଳା ଅଫିସର କମିଶନଡ ହୋଇଥିଲେ ଯିଏ ତାଙ୍କ ସେବା କାଳରେ ୱାରସିପ୍‌ରେ ମୁତୟନ ହୋଇପାରିଥିଲେ। ସେ ଆଉ କେହି ନୁହନ୍ତି ସନ୍ଧ୍ୟା ପୁରୀ। ସେ ଆଇପିଏସ୍ ଲାଗି ପ୍ରସ୍ତୁତି ଚଳାଇଥିବା ବେଳେ ନେଭି ଆକାଡେମୀରେ ତାଙ୍କୁ ନିଯୁକ୍ତି ମିଳିଥିଲା। ସେ ନେଭିରେ ଯୋଗଦେଇଥିବା ବେଳେ ବିମାନବାହୀ ପୋତ ଆଇଏନଏସ୍ ବିକ୍ରାନ୍ତରେ ମୁତୟନ ଥିଲେ। ଏବେ ସେ ଚାକିରୀରୁ ଅବସର ନେଇସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.