Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଅହମଦାବାଦ ଚେଷ୍ଟ ମ୍ୟାଚର ପ୍ରଥମ ଦିନର ୫ ବଡ଼ ଟର୍ଣ୍ଣିଂ ପଏଣ୍ଟ, ଦୃଢ ସ୍ଥିତିରେ ଅଷ୍ଟ୍ରେଲିଆ

9/03/2023 at 6:32 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁନିଆର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ଖେଳାଯାଉଛି । ଏହା ସିରିଜର ନିର୍ଣ୍ଣାୟକ ମୁକାବିଲା ହେବା ସହ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ ୨୦୨୩ର ଫାଇନାଲରେ ପହଞ୍ଚିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତୀୟ ଟିମ ଯଦି ମୁକାବିଲାରେ ବିଜୟୀ ହୁଏ କିମ୍ୱା ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୁଏ ତେବେ ଫାଇନାଲରେ ପ୍ରବେଶ କରିବ । ଅଷ୍ଟ୍ରେଲିଆ ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଛି । ତେବେ ମ୍ୟାଚର ପ୍ରଥମ ଦନରେ ଘଟିଥିବା ୫ଟି ଟର୍ଣ୍ଣିଂ ପଏଣ୍ଟ ଉପରେ ଆସନ୍ତୁ ନଜର ପକାଇବା ।

ଗୁରୁତ୍ୱପୂର୍ଣ୍ଣ ଥିଲା ଟସ୍

ଅହମାଦାବାଦ ପିଚରେ ଘାସ ଥିବାରୁ ଏଠାରେ ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଥିଲେ । ଏପରି ହିଁ ହେଲା । ଅଷ୍ଟ୍ରେଲିଆ ଟିମ୍ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଏବଂ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୨୫୫ ରନ ଛିଡା କରାଇଛି । ଏଥିରେ ଖ୍ୱାଜାଙ୍କ ନାଁରେ ଶତକ ରହିଛି । ଏପରି ସ୍ଥିତିରେ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଛି ।

କ୍ୟାଚ୍ ଛାଡିଲା ଭାରତ

ବ୍ୟାଟିଂ ପାଇଁ ଅନୁକୂଳ ପିଚରେ ଯେଉଁଠି ୱିକେଟ୍ ହାସଲ କରିବା କଷ୍ଟ ହେଉଛି, ସେହି ପିଚରେ ଭାରତୀୟ ୱିକେଟ୍ କିପର କେଏସ ଭରତ ଗୋଟିଏ ସହଜ କ୍ୟାଚ୍ ଛାଡିଥିଲେ । ଟ୍ରାଭିସ୍ ହେଡଙ୍କ କ୍ୟାଚକୁ ୭ ରନରେ ଡ୍ରପ୍ କରିଥିଲେ ।

ଦ୍ୱିତୀୟ ସେସନରେ ନିରାଶ

ମ୍ୟାଚର ପ୍ରଥମ ଦିନରେ ତୃତୀୟ ବଡ଼ ଟର୍ଣ୍ଣିଂ ପଏଣ୍ଟ ଏହା ଥିଲା ଯେ, ସିରିଜର କୌଣସି ସେସନ ଏପରି ନଥିଲା, ଯେଉଁଠି ବୋଲରଙ୍କୁ ୱିକେଟ୍ ମିଳି ନଥିଲା । କିନ୍ତୁ ଆଜିର ଦ୍ୱିତୀୟ ସେସନରେ ଅଷ୍ଟ୍ରେଲିଆ କୌଣସି ୱିକେଟ୍ ହରାଇ ନଥିଲା ।

ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଶତକ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟର ଚାରି ଟେଷ୍ଟ ମ୍ୟାଚର ସିରିଜ ଶେଷ ମୁକାବିଲା ଖେଳାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଖେଳାଳି ହିଁ ଶତକ ହାସଲ କରିଛନ୍ତି । ଉସମାନ ଖ୍ୱାଜା ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟର ଭାବେ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି । ଓପନର ଖ୍ୱାଜା ମ୍ୟାଚ ପ୍ରଥମ ଦିନ ଶେଷ ହେବା ପରେ ଅପରାଜିତ ୧୦୪ ରନ ସହ ଫେରିଛନ୍ତି ।

ଗ୍ରୀନଙ୍କ ଆଟାକ୍

ଅଷ୍ଟ୍ରେଲିଆ ଟିମ ୪ ୱିକେଟ୍ ହରାଇବା ପରେ ମ୍ୟାଚରେ ଭାରତୀୟ ଟିମ ମଜଭୁତ ସ୍ଥିତିକୁ ଆସିପାରେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ କ୍ୟାମରୋନ ଗ୍ରୀନ ଆଟାକିଂ ଖେଳ ଖେଳିଥିଲେ । ୬୪ ବଲରେ ୮ଟି ଚୌକା ବଳ ସେ ୪୯ ରନ କରି ଅପରାଜିତ ଫେରିଥିଲେ ।  

   Related Posts