WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମନସୁନରେ ଝୁଡୁଥିବା କେଶକୁ ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

3/10/2023 at 2:11 PM

ମୁମ୍ଵାଇ ୦୯।୦୮: ମନ୍‌ସୁନ୍‌ରେ ବହୁତ ଲୋକଙ୍କର କେଶ ଝଡ଼ିବା ଥାଏ । ଏହି କାରଣରୁ ଅନେକ ଲୋକ ଅସୁବିଧାରେ ପଡ଼ନ୍ତି। ଏଥିପାଇଁ ଅନେକ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରାଯାଏ । କିନ୍ତୁ ସେମାନଙ୍କର ବ୍ୟବହାର ଦୀର୍ଘ ସମୟ ମଧ୍ୟରେ କେଶକୁ ନଷ୍ଟ କରିପାରେ । ଏପରି ପରିସ୍ଥିତିରେ, କେଶ ଝଡ଼ିବା ବନ୍ଦ କରିବା ପାଇଁ, ଆପଣ ଏଠାରେ ଦିଆଯାଇଥିବା ଏହି ପଦ୍ଧତି ଗୁଡ଼ିକୁ ମଧ୍ୟ ଆପଣାଇ ପାରିବେ ।

ଆପଣ କେଶ ପାଇଁ ଅଣ୍ଡା, ବାଦାମ ତେଲ ଏବଂ ଭୃସଙ୍ଗ ପତ୍ର ପରି ଅନେକ ପ୍ରକାରର ଜିନିଷ ବ୍ୟବହାର କରିପାରିବେ । ଏହି ଜିନିଷ ଗୁଡ଼ିକ କେଶକୁ ମଜବୁତ କରିବା ପାଇଁ କାମ କରେ । କେଶ ପାଇଁ ଆପଣ ଏହି ପ୍ରାକୃତିକ ଜିନିଷଗୁଡ଼ିକୁ କେଉଁ ଉପାୟରେ ବ୍ୟବହାର କରିପାରିବେ ଆସନ୍ତୁ ଜାଣିବା।

ଅଣ୍ଡା ଓଲିଭ୍ତେଲ ପ୍ରଥମେ ଏକ ପାତ୍ରରେ ପକାଇ ଏଥିରେ ଦୁଇ ଚାମଚ ଅଲିଭ୍ ତେଲ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ମିଶାଇ ସ୍ଲାକ୍ପ ଏବଂ କେଶରେ ମାଲିସ୍ କରନ୍ତୁ । ଏହାକୁ ୩୦ ମିନିଟ୍ ଛାଡି ଦିଅନ୍ତୁ । ତାପରେ ଏହାକୁ ଧିରେ ଧିରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଆପଣ ଏହି ଅଣ୍ଡା ଏବଂ ଅଲିଭ୍ ତେଲ ପ୍ୟାକ୍ ସପ୍ତାହରେ ୧ ରୁ ୨ ଥର ବ୍ୟବହାର କରିପାରିବେ ।

ଆପଲ୍ ସାଇଡର୍ ଭିନେଗାର ଏବଂ ବାଦାମ ତେଲ ଏକ ପାତ୍ରରେ ଗୋଟିଏ ଚାମଚ ଆପଲ୍ ଭିନେଗାର ନିଅନ୍ତୁ । ଏଥିରେ ୨ ଚାମଚ ବାଦାମ ତେଲ ମିଶାନ୍ତୁ । ଭିନେଗାର ଏବଂ ତେଲ ମିଶାଇ କେଶ ଓ ସ୍ଲାଲପ୍‌ରେ ମାଲିସ୍ କରନ୍ତୁ। ଏହାକୁ ଆପଣ ସପ୍ତାହରେ ଅତି କମରେ ଦୁଇଥର ବ୍ୟବହାର କରିପାରିବେ।

ନଡିଆ ତେଲ ଏବଂ ଭୃସଙ୍ଗ ପତ୍ର- ମନସୁନ୍‌ରେ କେଶ ପାଇଁ ଆପଣ ନଡିଆ ତେଲ ଏବଂ ଭୃସଙ୍ଗ ପତ୍ର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଅଳ୍ପ କିଛି ଭୃସଙ୍ଗ ପତ୍ର ଆବଶ୍ୟକ । ଏକ ପ୍ୟାନରେ ୫ ଚାମଚ ନଡ଼ିଆ ତେଲ ଗରମ କରନ୍ତୁ । ସେଥିରେ ସେହି ଏହି ପତ୍ରଗୁଡ଼ିକୁ ରଖନ୍ତୁ ।ଏହି ପତ୍ରଗୁଡିକ କଳା ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଥଣ୍ଡା ହେବା ପରେ ପତ୍ର ଗୁଡିକୁ ଅଲଗା କରି ଦିଅନ୍ତୁ ।  ପରେ ମୁଣ୍ଡରେ ଧିରେ ଧିରେ ସବୁଆଡେ ମାଲିସ୍ କରି ନିଅନ୍ତୁ। ଏହାକୁ ଏକ ଘଣ୍ଟା ପାଇଁ ରଖିବା ପରେ ଧୋଇ ନିଅନ୍ତୁ।  ଏହାକୁ ସପ୍ତାହରେ ବ୍ୟବହାର କରିପାରିବେ ।

   Related Posts