ଖୁବ୍ ଶୀଘ୍ର ଘରୋଇକରଣ ହେବ ଏହି ଦୁଇଟି ସରକାରୀ ବ୍ୟାଙ୍କ ! ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | May 26, 2022 IST

ନୂଆଦିଲ୍ଲୀ ୨୬।୫: ଦେଶରେ କିଛି କମ୍ପାନୀ ଏବଂ ବ୍ୟାଙ୍କର ଘରୋଇକରଣ ହେବା ପରେ ଏବେ ଆଉ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ହେବାକୁ ଯାଇଛି । ଏ ନେଇ ସରକାରୀ ସ୍ତରରେ ସମୀକ୍ଷା ଚାଲିଥିବା ସୂତ୍ରରୁ ପ୍ରକାଶ । ସୂତ୍ର ଅନୁସାରେ ଖୁବ୍ ଶୀଘ୍ର ଏହି ଦୁଇଟି ବ୍ୟାଙ୍କର ଘରୋଇକରଣ ହୋଇଯିବ ।

ରିପୋର୍ଟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟରେ ସରକାର ଏହି ଦୁଇଟି ବ୍ୟାଙ୍କକୁ ଘରୋଇକରଣ କରିବ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାସହ ସାର୍ବଜନୀକ କ୍ଷେତ୍ରରେ ରଣନୀତିକ ବିନିଯୋଗ ନୀତିକୁ ମଞ୍ଜୁରୀ ଦିଆଯାଇଥିଲା । ସୂତ୍ର ଅନୁସାରେ ସରକାର ଏହି ଦୁଇଟି ବ୍ୟାଙ୍କର ଘରୋଇକରଣ ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂତ୍ର ଅନୁସାରେ ସାର୍ବଜନୀକ କ୍ଷେତ୍ରର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଘରୋଇକରଣ କରାଯାଇପାରେ । ପ୍ରକ୍ରିୟା ଅନୁଯାୟୀ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କ ପ୍ୟାନେଲ ଅଲଟରନେଟିଭ ମେକାନିଜିମ୍‌କୁ ଅନୁମୋଦନ ପାଇଁ ସୁପାରିଶ କରିବ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହା ଉପରେ ଶେଷ ମୋହର ମାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.