ଲକଡାଉନ୍ ହଟିବା ପରେ ଏମିତି କିଛି କରିବାକୁ ଭାବିଛନ୍ତି କି ? ହୁସିଆର୍... କରୋନା ପଞ୍ଝା ମେଲିଛି

Published By : Prameya-News7 Bureau | April 24, 2020 IST

୨୫ ମାର୍ଚ୍ଚ ୨୦୨୦ରୁ ସାରା ଦେଶ କରୋନା ଲକଡାଉନରେ। ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ନିଆଯାଇଥିବା ପଦକ୍ଷେପର ପ୍ରାରମ୍ଭିକ ଦିନଗୁଡିକ ବେଶ୍ ଭଲ ଲାଗୁଥିଲା। ହେଲେ ଏବେ ଗୋଟିଏ ଗୋଟିଏ ଦିନ ଲୋକଙ୍କୁ  ଗୋଟିଏ ଗୋଟିଏ ବର୍ଷ ଭଳି ଲାଗିଲାଣି। ସେଲୁନ, ବ୍ୟୁଟିପାର୍ଲର ବନ୍ଦ ଯୋଗୁ ଲୋକେ ରୂପଚର୍ଯ୍ୟାବି କରିପାରୁନାହାନ୍ତି।  ଏଣୁ ସମସ୍ତଙ୍କର ଏବେ ଅପେକ୍ଷା କେବଳ ଲକଡାଉନ୍ ହଟିବାକୁ।

{"id":259223,"sizeSlug":"large"}

ଲକଡାଉନ୍‌ ପ୍ରତ୍ୟାହାର ହେଲେ ବହୁତ ଲୋକେ ପ୍ରଥମେ ସେଲୁନ ଯାଇ ମାସକ ଜାକର ଅଳିଆ ସଫା କରିବା ଚିନ୍ତାରେ ଅଛନ୍ତି। ସେହିପରି ଗ୍ରୀଷ୍ମ ଅବକାଶର ବଳକା ସମୟର ବି ଲୋକେ ପ୍ଲାନିଂ କରିରଖିଛନ୍ତି। ତେବେ ଲକଡାଉନ୍ ହଟିଲେ ଏପରି କିଛି କରନ୍ତୁନି ଯେପରି ଘରେ ରହିବା ସମୟର ସୁଫଳ ଏବେ ଆପଣଙ୍କୁ ହରାଇବାକୁ ନପଡେ। କାରଣ ଲକଡାଉନ୍ ହଟିଲେ ବି କରୋନାର ଭୟ ଦୂର ହୋଇନି। ଏହାକୁ ମନରେ ରଖି ଦୈନନ୍ଦିନ ଜୀବନକୁ ନୂଆ ରୁଟିନରେ ପକାଇବାକୁ ଚେଷ୍ଟା କରନ୍ତୁ।

{"id":259224,"sizeSlug":"large"}

ରୂପଚର୍ଯ୍ୟା ଲାଗି ସେଲୁନ, ବ୍ୟୁଟିପାର୍ଲରରୁ ନିଜକୁ ଆଉ କିଛି ସମୟ ଦୂରେଇ ରଖନ୍ତୁ। କାରଣ ଏପର୍ଯ୍ୟନ୍ତ ଆପଣ ସର୍ବସାଧାରଣଙ୍କ ସଂସର୍ଗରୁ ଦୂରରେ ଥିଲେ। ଏଣୁ ଏହି ସବୁ ସ୍ଥାନରେ ସଂକ୍ରମିତ ହେବାର ଭୟ ରହୁଥିବାରୁ ସାଧାରଣ ସମୟ ଭଳି ସେଠାରେ ସମୟ ବିତାନ୍ତୁନାହିଁ । ସେଭଳି ସାନିଟାଇଜେସନର ବ୍ୟବସ୍ଥା ନଥିଲେ ପାର୍ଲର ଓ ସେଲୁନ୍ ବର୍ତ୍ତମାନ ଲାଗି ପରିହାର କରନ୍ତୁ।

{"id":259226,"sizeSlug":"large"}

କରୋନା ଲକଡାଉନ୍‌ ସମୟରେ ଆପଣ ଗୋଟିଏ ନୂଆ ଅଭ୍ୟାସ କରିଛନ୍ତି। ତାହା ହେଉଛି ସାବୁନରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା। ଏବେ ଲକଡାଉନ ପରେ ବି ସେହି ଅଭ୍ୟାସରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ। ଖାଇବା ପୂର୍ବରୁ ସାବୁନରେ ହାତ ନିଶ୍ଚିତ ଧୁଅନ୍ତୁ। ଏହି ସମୟରେ ଆଉ ଆମେ ଆଉଗୋଟିଏ ନୂଆ ଅଭ୍ୟାସ କରିଛେ। ତାହା ହେଉଛି ମାସ୍କ ପିନ୍ଧି ବାହାରକୁ ଯିବା। ଏବେ ଲକଡାଉନ ହଟିବା ପରେ ମାସ୍କ ଫିଙ୍ଗି ନଦେଇ ସ୍କୁଲ, କଲେଜ, ଅଫିସ ଓ ହାଟବଜାର ଯିବା ଆସିବାବେଳେ ମାସ୍କ ପୂର୍ବ ପରି ବ୍ୟବହାର କରିବା।

{"id":259227,"sizeSlug":"large"}

ଦେଶରେ ଘୋଷଣା ହୋଇଥିବା ଦ୍ୱିତୀୟ ଲକଡାଉନ୍‌ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ମାସାଧିକ କାଳ ଲୋକେ ଘରେ ରହି ରହି ବିରକ୍ତ ହୋଇଗଲେଣି। ଭୋଜି, ଉତ୍ସବ କିଛି ବି ପାଳିନାହାନ୍ତି। ଏଣୁ ଲକଡାଉନ୍ ହଟିଲେ ଲୋକେ କ୍ଲବ୍ ଓ ବାରରେ ମଉଜମସ୍ତି କରିପାରନ୍ତି। ତେବେ ଏଭଳି ଯଦି କୌଣସି ଯୋଜନା ଥାଏ ଏଥିରୁ କ୍ଷାନ୍ତ ହୁଅନ୍ତୁ। ଲକଡାଉନ୍ ହଟିବା ପରେ ବି ଅଧିକ ଲୋକେ ଗୋଟିଏ ସ୍ଥାନରେ ଏକାଠି ହେବା ଅର୍ଥାତ କରୋନାକୁ ଆମନ୍ତ୍ରଣ କରିବା।

{"id":259228,"sizeSlug":"large"}

କେବଳ କ୍ଲବ କି ବାର ନୁହେଁ ଘରେ ବି ବଡଧରଣର କୌଣସି ଆୟୋଜନ ଏହି ସମୟରେ ନ କରିବା ଭଲ। କାରଣ ଗୋଟିଏ ସ୍ଥାନରେ ଅନେକ ଲୋକ ଏକଜୁଟ ହେଲେ ସଂକ୍ରମଣର ଭୟ ସୃଷ୍ଟି ହେବା ସ୍ୱଭାବିକ। ଏଣୁ ଏବେ ବିବାହ ଋତୁ ଆରମ୍ଭ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିବାର ଅନେକ ସମ୍ଭାବନା ରହିଛି। ଏଣୁ ଏଭଳି ସାମାଜିକ ଉତ୍ସବ ନିରାଡମ୍ବର ଆୟୋଜନ ଦ୍ୱାରା ନିଜର ତଥା ସାମୂହିକ ସ୍ୱାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ।

{"id":259229,"sizeSlug":"large"}

ଅନେକ ଗ୍ରୀଷ୍ମବକାଶରେ ବିଦେଶ ଟୁର ପ୍ଲାନିଂ କରିଥିଲେ। ହେଲେ କରୋନା ଲକଡାଉନ୍ ଯୋଜନାକୁ ପାଣି କରିଦେଇଛି। ଏଣୁ ଲକଡାଉନ ହଟିବା ପରେ ଯଦି ବାକି ଗ୍ରୀଷ୍ମବକାଶ ବିଦେଶରେ କଟାଇବାକୁ ଯୋଜନା କରିଛନ୍ତି ତେବେ ରଦ୍ଦ କରିଦେଲେ ଭଲ। କାରଣ ଠିକ୍ ସମୟରେ ଟ୍ରାଭେଲ ନିୟନ୍ତ୍ରଣ କରାଯାଇ ନ ପାରିବାରୁ କୋଭିଡ-୧୯ ଭୂତାଣୁ ସାରା ବିଶ୍ୱକୁ ସ଼ଞ୍ଚରି ଯାଇଛି। ଫଳରେ ଅନେକ ଲୋକେ ମୃତ୍ୟୁମୁଖରେ ପଡିଥିବା ବେଳେ ଅନେକ ଗୁରୁତର ସ୍ୱାସ୍ଥ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.