ହୃଦଘାତ୍‌ ଆସିବ ପୂର୍ବରୁ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ , ତୁରନ୍ତ ହୋଇଯାଆନ୍ତୁ ଆର୍ଲଟ

Published By : Prameya-News7 Bureau | April 25, 2022 IST

ସାଧାରଣତଃ ବର୍ତ୍ତମାନ ହୃଦଘାତର ଶିକାର ହେଉଛନ୍ତି । ଏହା ହଠାତ୍‌ ହୋଇଥାଏ ବୋଲି ସମସ୍ତେ ଭାବିଥାନ୍ତି । କିନ୍ତୁ ନାଁ ଏହି ରୋଗ ମାସକ ପୂର୍ବରୁ ହିଁ ଆପଣଙ୍କୁ ଲକ୍ଷଣ ଦେଖାଇଥାଏ। ଆପଣଙ୍କ ଶରୀର ବିଭିନ୍ନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଥାଏ। ଆଜିକାଲିକା ଲାଇଫଷ୍ଟାଇଲ୍‌ କାରଣରୁ ଅନେକ ଅଜଣା ରୋଗର ମଧ୍ୟ ଶିକାର ହେବାକୁ ପଡୁଛି । କାହିଁକି ନା ବାହାର ଖାଇବା ପିଇବା ଅବହେଳା ଯୋଗୁଁ ମଧ୍ୟ ଯୁବପିଢିମାନେ ମଧ୍ୟ ହୃଦଘାତର ଶିକାର ହେଉଛନ୍ତି। ତେବେ ଚାଲନ୍ତୁ ଜାଣିବା ହୃଦଘାତ ପୂର୍ବରୁ ଶରୀରରେ କେଉଁ ପ୍ରକାରର ଲକ୍ଷଣ ଦେଖାଯାଏ । ଏହାକୁ କିପରି ଏଡାଯାଇପାରିବ।

ଛାତି ଯନ୍ତ୍ରଣା- ହୃଦଘାତ ଆସିବା ପୂର୍ବରୁ ଆପଣ ଛାତିରେ ଯନ୍ତ୍ରଣା ଅନୁଭବ କରିବେ । ଏହି ସମୟରେ, ଆପଣଙ୍କ ଛାତି ଯନ୍ତ୍ରଣା ହେବ ନଚେତ୍‌ ବିପରୀତ ପାର୍ଶ୍ୱରେ ଭାରୀପଣ ଲାଗିବ।

ହାର୍ଟଆଟାକ୍‌ ପୂର୍ବରୁ ଦୁର୍ବଳତା ଅନୁଭବ ହେବା-ଏହା ବ୍ୟତୀତ, ହୃଦଘାତ ପୂର୍ବରୁ ଆପଣଙ୍କର ଦୁର୍ବଳତା ଲାଗିବା । ଯେମିତିକି ମୁଣ୍ଡ ବୁଲାଇବାଭଳି ଅନୁଭବ ହେବ । ନଚେତ୍‌ ଝାଳ ବାହାରିବା, ବେକ ଏବଂ ପିଠିରେ ଏକକାଳୀନ ଯନ୍ତ୍ରଣା ହେବା କିମ୍ବା ଅସ୍ତବ୍ୟସ୍ତ ଲାଗିବା ପରି ମନେ ହେବ ।

ହାତ-ଗୋଡ ଫୁଲିବା-ଏହା ବ୍ୟତୀତ, ଆପଣ ହାତ ଏବଂ ପାଦ ଫୁଲିବା ନେହେଲେ କାଶ ହେବା ସମସ୍ୟା ଦେଖା ଦେବ । ଶରୀର ଭାରି ଲାଗିବା ।

ହାର୍ଟଆଟାକ ପୂର୍ବରୁ ଝାଳ ବାହାରିବା-ଏହା ବ୍ୟତୀତ ହାର୍ଟଆଟାକ୍‌ ଆସିବା ଅଧ ଘଣ୍ଟା ପୂର୍ବରୁ ରୋଗୀଙ୍କୁ ବିରକ୍ତ ଅନୁଭବ ହେବା ।ଏହି ସମୟରେ ରୋଗୀଙ୍କର ଝାଳ ବାହାରିବା । ଏହା ସହ ବାନ୍ତି ହେବା ।

ହେଲେ  ଅଧିକାଂଶ ଲୋକ ଏହି ଲକ୍ଷଣକୁ ଅଣଦେଖା କରନ୍ତି । କିନ୍ତୁ ଏହି ସମସ୍ତ ଲକ୍ଷଣ ଯଦି ଦେଖା ଦେଉଛି ତାହାଲେ ଆଦୌ ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ । ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍‌

ହାର୍ଟକୁ ସୁସ୍ଥ ରଖିବା ପାଇଁ କରୁନ୍ତୁ ଏହି କାର୍ଯ୍ୟ-

ସର୍ବପ୍ରଥମେ, ଆପଣଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ । ତୁମର ଖାଦ୍ୟ ଖାଇବା ପିଇବାରେ ଯତ୍ନ ନିଅନ୍ତୁ। ଆପଣଙ୍କ ଖାଦ୍ୟରେ ନିୟମିତ ସବୁଜ ପନିପରିବା ଏବଂ ଫଳମୂଳକୁ ସାମିଲ୍‌ କରନ୍ତୁ। କୌଣସି ପ୍ରକାରର ଚାପ ମୁଣ୍ଡରେ ରଖନ୍ତୁ ନାହିଁ । ନିଜକୁ ଖୁସି ରଖନ୍ତୁ । ଯୋଗ, ବ୍ୟାୟାମ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.