ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କପିଲ ଶର୍ମାଙ୍କ ଶୋକୁ ଯିବା ପାଇଁ ମନା କରିଦେଇଛନ୍ତି ଏହି ୫ ଜଣ ବଡ କଳାକାର

22/10/2019 at 4:34 PM

ଟିଭି ଜଗତର ପପୁଲାର ଶୋ କପିଲ ଶର୍ମା ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଖୁବ କମ ଦିନ ମଧ୍ୟରେ ଏହି ଶୋ ଖୁବ ଲୋକପ୍ରିୟତା ହାସଲ କରିଥିଲା। ଏହା ଏକ ଏମିତି ଶୋ ଯେଉଁଠି ସେଲିବ୍ରିଟିଙ୍କ ଯିବା ଆସିବା ହେଉଥାଏ। ଷ୍ଟାରମାନେ ମଧ୍ୟ କପିଲଙ୍କ ଶୋରେ ଯିବାକୁ ବହୁତ ପସନ୍ଦ କରନ୍ତି।

କପିଲଙ୍କ ଶୋରେ ବଡ ବଡ ଷ୍ଟାରମାନେ ମଧ୍ୟ ନିଜ ଫିଲ୍ମର ପ୍ରମୋସନ କରନ୍ତି। ହେଲେ ଏମିତି କିଛି କଳାକାର ଅଛନ୍ତି ଯିଏ କପିଲଙ୍କ ଶୋକୁ ଯିବା ପାଇଁ ମନା କରିଦେଇଥିଲେ। କପିଲ ଶର୍ମା ନିଜେ ନିମନ୍ତ୍ରଣ କରିବା ପରେ ମଧ୍ୟ ଏହି ଷ୍ଟାରମାନେ ତାଙ୍କ ଶୋକୁ ଯିବା ପାଇଁ ମନା କରିଦେଇଥିଲେ।

ଏହି ଲିଷ୍ଟରେ ସର୍ବପ୍ରଥମେ ବଲିଉଡର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେଶକରଙ୍କ ନାଁ ରହିଛି। କପିଲ ଅନେକ ଥର ଲତାଙ୍କୁ ଡାକିଛନ୍ତି ହେଲେ ଲତା ଏଯାଏଁ ତାଙ୍କ ଶୋ’ କୁ ଯାଇନାହାନ୍ତି।

ଭାରତୀୟ ଟିମ୍‌ର ପୂର୍ବତନ କ୍ୟାପଟେନ୍‌ ଓ ବିଶ୍ବର ବେଷ୍ଟ ୱିକେଟକିପର ମହେନ୍ଦ୍ର ସିଂହ ଧୋନୀଙ୍କୁ ଫିଲ୍ମ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀର ପ୍ରମୋସନ ସମୟରେ ତାଙ୍କୁ ନିମନ୍ତ୍ରଣ କରିଥିଲେ ହେଲେ ଧୋନୀ ମନା କରିଦେଇଥିଲେ।

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କ୍ରେଜ ସମଗ୍ର ଦେଶରେ ଦେଖିବାକୁ ମିଳେ। କପିଲ ଶର୍ମା ସଚୀନଙ୍କର ବହୁତ ବଡ ଫ୍ୟାନ। କପିଲ ବହୁତ ଥର ସଚୀନଙ୍କୁ ନିଜ ଶୋ’ରେ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ହେଲେ ସଚୀନ ଏଯାଏଁ ଶୋକୁ ଆସିନାହାନ୍ତି।

ବଲିଉଡର ମିଷ୍ଟର ପର୍ଫେକ୍‌ସନିଷ୍ଟ ଭାବେ ପରିଚିତ ଆମୀର ଖାନ ଏଯାଏଁ କପିଲଙ୍କ ଶୋ’ରେ ନଜର ଆସିନାହାନ୍ତି। ଆମୀର ନିଜ ଖାସ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ସେ କୌଣସି ଶୋ’ରେ ଯାଇ ନିଜ ଫିଲ୍ମର ପ୍ରମୋସନ କରନ୍ତି ନାହିଁ।

 

   Related Posts