ହାଡ଼ ଦୁର୍ବଳ ହେଲେ ଦେଖାଯାଇଥାଏ ଏହି ସଙ୍କେତ, କରନ୍ତୁ ନାହିଁ ଅବହେଳା

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ: ସୁସ୍ଥ ଶରୀର ପାଇଁ ହାଡ଼ର ମଜବୁତ ହେବା ଜରୁରୀ ହୋଇଥାଏ। ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡ଼ୁଛି। ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡ଼ୁଛି। ଖାଲି ସେତିକି ନୁହେଁ ହାଡ଼ ଧୀରେ-ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ହାଡ଼ ଦୁର୍ବଳ ହେବାର ଏକ ମୁଖ୍ୟ କାରଣ ହେଉଛି କ୍ୟାଲିସୟମ ଅଭାବ। ଆଜିକାଲିର ସମୟରେ କମ୍ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ହାଡ଼ ଦୁର୍ବଳ ହେବାଦ୍ବାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ।  ଅନେକ ସମୟରେ ଆଣ୍ଠୁରୁ ଶବ୍ଦ ମଧ୍ୟ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହାଦ୍ବାର ଆପଣ ଜାଣିପାରିବେ ଆପଣଙ୍କ ହାଡ଼ ଦୁର୍ବଳ ହେଉଛି।

-           ହାଡ଼ ଦୁର୍ବଳ ହେବା ଦ୍ବାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଥାଏ। ମାଢ଼ି ଦାନ୍ତକୁ ଧରିରଖିଥାଏ ଏବଂ ଗୋଟିଏ ବର୍ଷ ପରେ ଅନ୍ୟ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ। ମାଢ଼ି ଦୁର୍ବଳ ହେବା ଦ୍ଵାରା ଦାନ୍ତ ଖରାପ ମଧ୍ୟ ହୋଇପାରେ।

-           ଯଦି ଆପଣଙ୍କ ନଖ ବାରମ୍ବାର ନଷ୍ଟ ହେଉଛି ତେବେ ହୋଇପାରେ ଆପଣଙ୍କ ଶରୀରରେ କ୍ୟାଲସିୟମ ଏବ କୋଲେଜନର ହ୍ରାସ ହୋଇପାରେ। ଏହି ଦୁଇ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ।

-           ଭିଟାମିନ ଡି, କ୍ୟାଲିସୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ସହ କିଛି ଭିଟାମିନ ଏବଂ ମିନେରାଲ ହାଡ଼ର ସ୍ବାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ। ଏହାର ଅଭାବରୁ ମାଂସପେଶୀ, ହାଡ଼ର ଯନ୍ତ୍ରଣା ହୋଇଥାଏ। ଯଦି ଶରୀରରେ ଏହି ଭିଟାମିନ୍ ଏବଂ ମିନେରାଲ୍ସର ଲଗାତାର କମ୍ ହେଉଥାଏ, ତେବେ ଏହାଦ୍ବାରା ହାଡ଼ ଖରାପ ହୋଇଥାଏ।

-           ହାଡ଼ ଫ୍ରାକ୍ଚର ହେବା କାରଣରୁ ଶରୀର ଆଗକୁ ନଇଁ ଯାଉଥିବା ପରି ଲାଗିଥାଏ। ଏହା ଦୁର୍ବଳ ହାଡ଼ର ଏକ ପ୍ରାରମ୍ଭିକ ଲକ୍ଷଣ। ଅଧିକ ଓଜନ ନଥାଇ ଯଦି ଆପଣଙ୍କ ମେରୁ ହାଡ଼ ନଇଁ ରହୁଛି କିମ୍ବା ଖରାପ ଭାବରେ ବସିବା ଦ୍ବାରା ମେରୁ ହାଡ଼ ଆଖପାଖରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ। ତାହା ସମ୍ଭବତଃ ଆପଣଙ୍କ ହାଡ଼ ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ।

-           ଯଦି ଆପଣ ବ୍ୟାୟାମ କରୁନାହାଁନ୍ତି ତେବେ ହାଡ଼ରେ ଥିବା ମାଂସରେ କମ୍ ହୋଇପାରେ। ରିସର୍ଚ୍ଚରୁ ଜରାପଡ଼ିଛି ଯେ ଓଜନ କମ୍ କରୁଥିବା ବ୍ୟାୟାମ ଦ୍ବାରା ହାଡ଼କୁ କମ୍ କ୍ଷତି ପହଞ୍ଚିଥାଏ ଏବଂ କ୍ୟାଲସିୟମ ଏବଂ ହାଡ଼ ତିଆରି କରୁଥିବା କୋଷିକାଙ୍କ ଦ୍ବାରା ମଜବୁତ ହାଡ଼ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.