ଏମାନଙ୍କୁ ମାଗଣାରେ ମିଳିବ ଜିଓ ସିମ୍, ଅସୀମିତ ଡାଟା ସହ କଲିଂ ମଧ୍ୟ ମାଗଣା

Published By : Prameya-News7 Bureau | January 12, 2019 IST

ନୂଆଦିଲ୍ଲୀ ୧୨|୧: ୨୦୧୬ରୁ ଯେବେଠାରୁ ରିଲାଏନ୍ସ ଜିଓ ତାର ୪-ଜି ସେବା ଆରମ୍ଭ କରିଛି ସେବେଠାରୁ ଚର୍ଚ୍ଚାରେ ରହିଛି । କେତେବେଳେ କମ୍ପାନୀ ତାର ବିଶେଷତ୍ବ ପାଇଁ ତ କେତେବେଳେ ତାର ଆକର୍ଷଣୀୟ ଅଫର ପାଇଁ ଚର୍ଚ୍ଚାରେ ରହିଆସିଛି । ବର୍ତ୍ତମାନ ରିଲାଏନ୍ସ ଜିଓକୁ ନେଇ ଏକ ବଡ ଖବର ନଜରକୁ ଆସିଛି ।

{"id":72975}

ଏବେ ରିଲାଏନ୍ସ ଜିଓ ସହ ଭାରତୀୟ ରେଳ ବିଭାଗ ଚୁକ୍ତି କରିଛି । ଏହି ଚୁକ୍ତି ଆଗରୁ ଭାରତୀ ଏୟାରଟେଲ୍ ପାଖରେ ଥିଲା । ଚୁକ୍ତି ଅନୁସାରେ ଯେଉଁମାନେ ରେଳ ବିଭାଗରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ରିଲାଏନ୍ସ ଜିଓର ନୂଆ ସିମ୍ ଦିଆଯାଉଛି । ରିଲାଏନ୍ସ ଜିଓ ଏବଂ ରେଳ ବିଭାଗର ଏହି ଚୁକ୍ତି ଅନୁସାରେ ରେଳ ବିଭାଗର ଫୋନ୍ ବିଲ୍ ରେ ପାଖାପାଖି ୩୫ପ୍ରତିଶତ କମ୍ ରହିବ । ଏହି ବିଲ୍ ରେଳ ବିଭାଗର କର୍ମଚାରୀଙ୍କୁ ନୁହେଁ ବରଂ ଭାରତୀୟ ରେଳ ବିଭାଗକୁ ଭରଣା କରିବାକୁ ପଡିଥାଏ । ଏଥିପାଇଁ ଏହା କହିବା ଭୁଲ୍ ହେବ ନାହିଁ ଯେ ଏହି ଚୁକ୍ତି ଅନୁସାରେ ଭାରତୀୟ ରେଳ ବିଭାଗକୁ କୋଟି କୋଟି ଟଙ୍କାର ଲାଭ ମିଳିବ ।

{"id":72976}

ଭାରତୀୟ ରେଳ ବିଭାଗ ଓ ରେଲଟେଲ ମଧ୍ୟରେ ଚୁକ୍ତି ଅବଧି ସରିଥିବାରୁ ଏବେ ରେଳ କର୍ମଚାରୀଙ୍କୁ ନୂଆ ସିୟୁଜି ପ୍ରଦାନ କରାଯିବ । ଏହି ଚୁକ୍ତି ଅନୁସାରେ ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କୁ ନୂଆ ରିଲାଏନ୍ସ ଜିଓର କନେକସନ ଦିଆଯାଉଛି । ଏହି ନୂଆ କନେକସନରେ କର୍ମଚାରୀମାନଙ୍କୁ ପ୍ରତି ବର୍ଷ ହାଇ-ସ୍ପିଡ୍ ଡାଟା ସହ ଅସୀମିତ କଲ୍ ର ମଧ୍ୟ ସୁବିଧା ଦିଆଯାଉଛି । ୨୦୧୯ ପୂର୍ବରୁ ଗତ ୬ବର୍ଷରୁ ଭାରତୀୟ ରେଳ ବିଭାଗ ତାର କର୍ମଚାରୀମାନଙ୍କ ପାଇଁ ଭାରତୀ ଏୟାରଟେଲରୁ ସେବା ନେଉଥିଲା । ଯେଉଁ ଚୁକ୍ତି ୩୧ଡିସେମ୍ବର ୨୦୧୮ରେ ଶେଷ ହୋଇଯାଇଛି ।

{"id":72974}

ସେହି ସମୟରେ ଭାରତୀୟ ରେଳ ବିଭାଗ ତାର ୧.୯୨ ଲକ୍ଷ କର୍ମଚାରୀଙ୍କୁ ମୋବାଇଲ କନେକସନ ସହ ରଖିଛି ଯାହାର ବାର୍ଷିକ ବିଲ୍ ପାଖାପାଖି ୧୦୦କୋଟି ଟଙ୍କା ଆସିଥାଏ । ଏବେ ରିଲାଏନ୍ସ ଜିଓ ଭାରତୀୟ ରେଳ ବିଭାଗକୁ ୩ପ୍ରକାରର ପ୍ଲାନ୍ ଦେଉଛି । ଯାହାକୁ ଭାରତୀୟ ରେଳ ବିଭାଗ ତାର କର୍ମଚାରୀଙ୍କ ଶ୍ରେଣୀ ଅନୁସାରେ ବାଣ୍ଟି ଦେଇଛି । ପ୍ରଥମ ଶ୍ରେଣୀ ବରିଷ୍ଠ ଅଧିକାରୀମାନଙ୍କର ଯାହା ଭାରତୀୟ ରେଳ ବିଭାଗ କର୍ମଚାରୀଙ୍କ ମଧ୍ୟରେ ୨ପ୍ରତିଶତ । ସେମାନଙ୍କୁ ୧୨୫ ଟଙ୍କିଆ ମାସିକିଆ ପ୍ଲାନ୍ ଦିଆଯାଇଛି । ଯେଉଁଥିରେ ୬୦ଜିବି ହାଇ ସ୍ପିଡ୍ ଡାଟା ସହ ଅସୀମିତ କଲ୍ ଫ୍ରି ରହିବ । ଦ୍ବିତୀୟରେ ଯୁଗ୍ମ ସଚିବ ଅଧିକାରୀ । ସେମାନଙ୍କ ସଂଖ୍ୟା ୨୬ ପ୍ରତିଶତ ରହିଛି । ସେମାନଙ୍କୁ ୯୯ଟଙ୍କିଆ ମାସିକିଆ ପ୍ଲାନ୍ ଦିଆଯାଉଛି ଯେଉଁଥିରେ ୪୫ଜିବି ଡାଟା ଏବଂ କଲିଂ ମିଳିବ । ତୃତୀୟରେ ସି ଗ୍ରେଡ୍ କର୍ମଚାରୀ । ସେମାନଙ୍କର ସଂଖ୍ୟା ୭୨ ପ୍ରତିଶତ ରହିଛି । ସେମାନଙ୍କୁ ୬୭ଟଙ୍କିଆ ମାସିକିଆ ପ୍ଲାନ୍ ଦିଆଯାଉଛି । ଯେଉଁଥିରେ ୩୦ଜିବି ଡାଟା ସହ ୪୯ ଟଙ୍କାର ଏସଏସଏସ ପ୍ଲାନ୍ ମଧ୍ୟ ଦିଆଯାଉଛି । କର୍ମଚାରୀମାନଙ୍କୁ ଏହାର ବିଲ୍ ପୈଠ କରିବାକୁ ପଡିବ ନାହିଁ ବରଂ ଭାରତୀୟ ରେଳ ବିଭାଗ ପୈଠ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.