ପାକିସ୍ତାନର ଏହି କଳାକାରମାନେ ବଲିଉଡରେ କାମ କରୁଛନ୍ତି, ହେଲେ ପୁଲୱାମା ଘଟଣାରେ ରଖିଲେନି କୌଣସି ପ୍ରତିକ୍ରିୟା

Published By : Prameya-News7 Bureau | February 18, 2019 IST

wp:heading {"level":5}
ମୁମ୍ୱାଇ୧୮|୨: ଜମ୍ମୁ କଶ୍ମୀର ପୁଲୱାମାରେ ସିଆରପିଏଫ ଫୌଜଙ୍କ ଉପରେ ହୋଇଥିବା ଆତ୍ମଘାତୀ ହମଲା ପୁରା ଦେଶକୁ ସ୍ତବ୍ଦ କରିଦେଇଛି। ପୁଲୱାମା ସହିଦଙ୍କ ବଳିଦାନ ସାରା ଦେଶ ଚିର ଦିନ ପାଇଁ ମନେ ରଖିବ। ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମଗ୍ର ଭାରତବାସୀ। ଏହି ଭୟଙ୍କର ଘଟଣାରେ ୪୪ ଯବାନ ସହିଦ ହୋଇଛନ୍ତି। କେବଳ ଭାରତ ନୁହଁ ସମଗ୍ର ବିଶ୍ବ ଏଭଲି ଆତଙ୍କବାଦୀ ହମଲା ପାଇଁ ହଲଚଲ ହୋଇଯାଇଛି । ବଲିଉଡ କଳାକାର ଓ ଫିଲ୍ମ ତାରକା  ଏହି ଦୁଃଖଦ ଘଟଣା ପାଇଁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
/wp:heading {"id":86371}
wp:heading {"level":5}
ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ ବଲିଉଡରେ କାମ କରି ରୋଜଗାର କରୁଥିବା ଜଣେ ବି ପାକିସ୍ତାନୀ କଳାକାର ବା  ତାରକା ପୁଲୱାମା ଆତଙ୍କୀ ଘଟଣାକୁ ନିନ୍ଦା କରିନାହାନ୍ତି କି ସହିଦଙ୍କ ପରିବାରକୁ ସମବେଦନା ଜଣାଇନାହାଁନ୍ତି । ଭାରତ ସପକ୍ଷରେ କୌଣସି ମନ୍ତବ୍ୟ ଦେଲେ ନିଜ ଦେଶରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ  । ଏଇ ଭୟରେ ହୁଏତ କେହି କିଛି କହୁନଥାଇପାରନ୍ତି । କିନ୍ତୁ ମାନବିକତା ଦୃଷ୍ଟିକୋଣରୁ ସହିଦଙ୍କ ପରିବାରକୁ ସମବେଦନା ତ ଜଣାଯାଇପାରିଥାନ୍ତା ।  ପାକିସ୍ତାନ କଳାକାରମାନେ ସେତକ ମଧ୍ୟ କଲେ ନାହିଁ ।
/wp:heading wp:heading {"level":5}
ତେବେ ବରିଷ୍ଠ ଫିଲ୍ମ ସମ୍ବାଦିକ ରାମଚନନ୍ଦ୍ରନ ଶ୍ରୀନିବାସନ କହିଛନ୍ତି ଯେ, ପାକିସ୍ତାନୀ କଳାକାର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ କେବଳ ନାମ ଓ ଦାମ ପାଇଁ ଆସନ୍ତି।
/wp:heading {"id":86360}
wp:heading {"level":5}
୧. ଫୱାଦ ଓ ଇମ୍ରାନଙ୍କ ସୋସିଆଲ ମିଡିଆ ଦେଖିଲା ପରେ ଜଣା ପଡିଥିଲା ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ କିଛି ଟ୍ୱିଇଟ୍‌ କରିନାହାନ୍ତି।
/wp:heading wp:heading {"level":5}
୨. ଶାହରୁଖ ଖାନଙ୍କ ସହ ଡେବ୍ୟୁ କରିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ମଧ୍ୟ ତାଙ୍କ ଏକାଉଣ୍ଟରେ କିଛି ପୋଷ୍ଟ କରିନାହାନ୍ତି।
/wp:heading wp:heading {"level":5}
୩. ଶ୍ରୀଦେବୀଙ୍କ ଚଳଚ୍ଚିତ୍ର ମମ୍‌ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ ମଧ୍ୟ ଘଟଣା ବିରୁଦ୍ଧରେ କିଛି କହିନାହାନ୍ତି। 
/wp:heading {"id":86363,"width":584,"height":556}
wp:heading {"level":5}
୪. ଇର୍ଫାନ ଖାନଙ୍କ ସହ ହିନ୍ଦି ମିଡିଅମ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସବା କମର କିଛି କମେଣ୍ଟ କରିନାହାନ୍ତି।୫. ଅଲ୍ଲୀ ଜଫର ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଅଲ୍ଲୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
/wp:heading {"id":86374}
wp:heading {"level":5}
୫. ଅଲ୍ଲୀ ଜଫର ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଅଲ୍ଲୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।
/wp:heading wp:heading {"level":5}
୬. ହିନ୍ଦି ଚଳଚ୍ଚିତ୍ରରେ ଗୀତ ଗାଇଥିବା ସିଙ୍ଗର ଆତିଫ ଅସଲମ ଓ ରାହତ ଫତେ ଅଲ୍ଲୀ ଖାନ ମଧ୍ୟ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ କିଛି କହିନାହାନ୍ତି।
/wp:heading {"id":86372}
wp:heading {"level":5}
୨୦୧୬ ମସିହାରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ହିନ୍ଦି ସିନେମା ଜଗତରେ ପାକିସ୍ତାନୀ କଳାକାରଙ୍କୁ କାମ କରିବା ନିଷେଧ କରାଯାଇଥିଲା। ଏହି କାରଣରୁ ୨୦୧୬ ମସିହାରେ ରିଲିଜ ହୋଇଥିବା କରନ ଜୋହାରଙ୍କ ଫିଲ୍ମ ଏ ଦିଲ ହେ ମୁସକିଲ୍‌ର ପାକିସ୍ତାନୀ ଅଭିନେତା ଫୱାଦ ଖାନ ଓ ଇମ୍ରାନ ଅବ୍ବାସ ବିବାଦରେ ଥିଲେ। ତେଣୁ କରନ ଚଳଚ୍ଚିତ୍ରରୁ ଫୱାଦଙ୍କ ସିନ୍‌ କାଟିଦେଇଥିଲେ ଓ ଇମ୍ରାନଙ୍କର ବହୁତ କମ ସିନ ଥିଲା।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.