ଶ୍ରୀଦେବୀ,ରାଣୀ ମୁଖାର୍ଜୀ ଓ ଆହୁରି ୭ ଅଭିନେତ୍ରୀ ବିବାହିତ ପୁରୁଷଙ୍କୁ ଦେଇଥିଲେ ମନ...

Published By : Prameya-News7 Bureau | February 24, 2020 IST

ମୁମ୍ବାଇ୨୪/୨: ଫିଲ୍ମଜଗତର ଅନେକ ଅଭିନେତ୍ରୀ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। କିଛି ଅଭିନେତ୍ରୀ ନିଜ ବିବାହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି। ପ୍ରଥମ ବିବାହ କରି ସାରିଥିବା ବ୍ୟକ୍ତିଙ୍କୁ ଏହି ୯ ଜଣ ଅଭିନେତ୍ରୀ ଦ୍ବିତୀୟ ବିବାହ କରିଛନ୍ତି।

{"id":228560,"sizeSlug":"large"}

ବଲିଉଡ୍‌ର ଚାନ୍ଦନୀ ତଥା ଭେଟ୍‌ରିଆନ ଅଭିନେତ୍ରୀ ଶ୍ରୀଦେବୀ ଫିଲ୍ମ ପ୍ରଯୋଜକ ବୋନି କପୂରଙ୍କୁ ବିବାହ କରିଥିଲେ। ଶ୍ରୀଦେବୀଙ୍କୁ ବିବାହ କରିବା ପୂର୍ବରୁ ଅର୍ଥାତ ୧୯୮୩ ମସିହାରେ ବୋନି ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ପିଲା ହେଲେ ଅର୍ଜୁନ ଓ ଅନଶୁଲା ଏବଂ ଦ୍ବିତୀୟ ପତ୍ନୀ ଶ୍ରୀଦେବୀଙ୍କର ୨ଟି ଝିଅ।

{"id":228561,"sizeSlug":"large"}

ବଲିଉଡ୍‌ର ଡ୍ରିମ ଗାର୍ଲ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରିଛନ୍ତି। ହେମାଙ୍କୁ ବିବାହ କରିବା ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ବିବାହ ପାଇଁ ଧର୍ମେନ୍ଦ୍ର ଓ ହେମା ଧର୍ମ ପରିବର୍ତ୍ତନ କରିଥିଲେ। ଏହା ପରେ ରୀତି-ରିବାଜ ଅନୁସାରେ  ଉଭୟଙ୍କ ବାହାଘର ହୋଇଥିଲା। ୧୯୮୧ ମସିହାରେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ହେମାଙ୍କୁ ଟାର୍ଗେଟ କରି କହିଥିଲେ। ସେ କହିଥିଲେ ହେମା ଯାହା ବି କଲେ ଭଲ କଲ ନାହିଁ। ତାଙ୍କ ସ୍ଥାନରେ ମୁଁ  ଥିଲେ ଏମିତି କେବେ ବି କରି ନଥାନ୍ତି ବୋଲି ପ୍ରକାଶ କୌର କହିଥିଲେ।

{"id":228562,"sizeSlug":"large"}

ବଲିଉଡ୍ ଅଭିନେତ୍ରୀ କରିଶ୍ମା କପୂର ୨୦୦୩ ମସିହାରେ ସଞ୍ଜୟ କପୂରଙ୍କୁ ବିବାହ କରିଥିଲେ। କରିଶ୍ମାଙ୍କୁ ବିବାହ କରିବା ପୂର୍ବରୁ ପ୍ରଥମ ପତ୍ନୀଙ୍କ ସହ ସଞ୍ଜୟଙ୍କର ଛାଡ଼ପତ୍ର ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ କରିଶ୍ମା ଓ ସଞ୍ଜୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି। ଦୁଇଜଣ ଅଲଗା ଅଲଗା ମଧ୍ୟ ରହୁଛନ୍ତି।

{"id":228563,"sizeSlug":"large"}

ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଅନୀଲ ଥଡାନୀଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ଅନୀଲ ଥଡାନୀ ବିବାହ କରି ସାରିଥିଲେ। ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ହେବା ପରେ ରବିନାଙ୍କୁ ଥଡ଼ାନୀ ଦ୍ବିତୀୟ ବିବାହ କରିଥିଲେ।

{"id":228564,"sizeSlug":"large"}

ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ସିଦ୍ଧାର୍ଥ ରାୟଙ୍କୁ ବିବାହ କରିଛନ୍ତି।୨୦୧୨ ମସିହାରେ ବିଦ୍ୟା ସିଦ୍ଧାର୍ଥଙ୍କୁ ବିବାହ କରିଥିଲେ। ବିଦ୍ୟାଙ୍କୁ ବିବାହ କରିବା ପୂର୍ବରୁ ସିଦ୍ଧାର୍ଥ ପ୍ରଥମେ ବିବାହ କରିଥିଲେ।

{"id":228565,"sizeSlug":"large"}

ବଲିଉଡ୍‌ ଅଭିନେତ୍ରୀ କରୀନା କପୂର ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଛନ୍ତି। କରୀନାଙ୍କୁ ବିବାହ କରିବା ପୂର୍ବରୁ ଅମୃତା ସିଂହଙ୍କୁ ସୈଫ ବିବାହ କରିଥିଲେ।

{"id":228566,"sizeSlug":"large"}

ବିଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି। ଶିଳ୍ପାଙ୍କୁ ବିବାହ କରିବା ପୂର୍ବରୁ କବିତା କୁନ୍ଦ୍ରାଙ୍କୁ ରାଜ କୁନ୍ଦ୍ରା ବିବାହ କରିଥିଲେ।

{"id":228567,"sizeSlug":"large"}

ବଲିଉଡ୍‌ ଅଭିନେତ୍ରୀ ଲାରା ଦତ୍ତ ଭାରତୀୟ ଟେନିସ୍‌ ଖେଳାଳି ମହେଶ ଭୁପତିଙ୍କୁ ବିବାହ କରିଛନ୍ତି। ଲାରାଙ୍କୁ ବିବାହ କରିବା ପୂର୍ବରୁ ଶ୍ବେତା ଜୟଙ୍କରଙ୍କୁ ମହେଶ ବିବାହ କରିଥିଲେ।

{"id":228568,"sizeSlug":"large"}

ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ୟଶ୍ ଚୋପ୍ରାଙ୍କ ପୁଅ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି। ରାଣୀ ମୁଖାର୍ଜୀଙ୍କୁ ବିବାହ କରିବା ପୂର୍ବରୁ ଆଦିତ୍ୟା ପ୍ରଥମ ବିବାହ କରିଥିଲେ। ତାଙ୍କ ସହ ଛାଡ଼ପତ୍ର ହେବା ପରେ ରାଣୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.