ପ୍ରେଗନେନ୍ସି ପରେ ମହିଳା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ମଧ୍ୟରେ ପେଟର ଷ୍ଟ୍ରେଚ ମାର୍କ ଅନ୍ୟତମ। ଯାହା ସେମାନଙ୍କ ସୌନ୍ଧର୍ଯ୍ୟ ନଷ୍ଟକରେ। ଏଥିପାଇଁ ପୂର୍ବରୁ ସେପରି କୌଣସି ଔଷଧ ମିଳୁନଥିଲା। ହେଲେ ଏବେ ଅନେକ ଅଏଣ୍ଟମେଣ୍ଟ ଓ କ୍ରିମ ବଜାରରେ ଉପଲବ୍ଧ ହେଉଛି । ତେବେ ସେସବୁ ଯେତିକି ଉପକାରରେ ଆସୁଛନ୍ତି ପରେ ତାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହୁଛି। ହେଲେ ଏଥିପାଇଁ ବହୁବର୍ଷରୁ ଘରୋଇ ଉପାୟ ମଧ୍ୟ ରହିଛି। ତେବେ କ’ଣ ସେ ସବୁ ଉପାୟ ଆସନ୍ତୁ ଜାଣିବା।
{"id":134696}ଶରୀରରୁ ଏଭଳି ଷ୍ଟ୍ରେଚ ମାର୍କ ସବୁ ଦୂର କରିବାରେ ପ୍ରଥମ ଉପାୟ ହେଉଛି ଅଲିଭ ଅଏଲ। ଷ୍ଟ୍ରେଚ୍ ମାର୍କ ଉପରେ ଏହି ତେଲ ମାଲିସ କଲେ ତ୍ୱଚା କୋମଳ ହେବା ସହ ଦାଗ ମଧ୍ୟ ଦୂରେଇ ଯାଏ। ତେବେ ଏହି ତେଲ କେବଳ ଷ୍ଟ୍ରେଚ୍ ମାର୍କ ନୁହେଁ ଦେହରେ ମାଲିସ କଲେ ହାଡ ମଧ୍ୟ ମଜଭୁତ ହୁଏ। ଯଦି ଅଲିଭ ଅଏଲ ଯୋଗାଡ କରିବା ସମ୍ଭବ ନ ହୁଏ ତେବେ ଏକ୍ଷେତ୍ରରେ ସାଧାରଣ ଲେମ୍ବୁକୁ ମଧ୍ୟ ଉପଯୋଗ କରାଯାଇପାରେ।
{"id":134694}ଷ୍ଟ୍ରେଚ୍ ମାର୍କରେ ଲମ୍ବୁକୁ କାଟି ଘଷିଲେ କିଛି ଦିନରେ ସେ ସବୁଲିଭିଯାଏ। ଏଥିପାଇଁ ଲମ୍ବୁ ଘଷି ସାରିବା ପରେ ସୁଖିବାକୁ ୨୦ ମିନିଟ୍ ଛାଡି ଦିଅନ୍ତୁ ପରେ ସଫା ପାଣିରେ ଧୋଇ ଦେଲେ ଦାଗ ସହଜରେ ଲିଭିବା ଆରମ୍ଭ ହୁଏ। ସେହିପରି ଆଳୁ ରସ ମଧ୍ୟ ଷ୍ଟ୍ରେଚମାର୍କ ଦୂର କରିବାରେ ବେଶ ସହାୟକ ହୋଇଥାଏ। ଆଳୁକୁ କାଟି ଛୋଟଛୋଟ କରି ଚିପୁଡି ରସ ବାହାରି କରି ଷ୍ଟ୍ରେଚ୍ ମାର୍କ ଉପରେ ଲେପ କରି ୨୦ ମିନିଟ୍ ଛାଡି ଧୋଇ ଦିଅନ୍ତୁ। ତ୍ୱଚା ନରମ ଓ ମୁଲାୟମ ହେବା ସହ ଦାଗ ବି ହଟିଯିବ।