ଆଗାମୀ ଲକ୍‌ଡାଉନ୍ ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ ! ଏହି ସବୁ ସହରରେ ପୁଣି ଆରମ୍ଭ ହୋଇପାରେ କଟକଣା

Published By : Prameya-News7 Bureau | July 13, 2020 IST

ନୂଆଦିଲ୍ଲୀ ୧୩/୦୭ : ଦେଶରେ ଲଗାତାର ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଚିନ୍ତାର କାରଣ ସାଜିଛି | ସେଥିପାଇଁ ବେଙ୍ଗାଲୁରୁ, ପୁଣେ ଭଳି ଅନେକ ସହର ପୁନଃ ଲକଡାଉନ ପାଇଁ ପ୍ରସ୍ତୁତ ହେଉଛନ୍ତି | ଉତ୍ତର ପ୍ରଦେଶ ସରକାର ଶନିବାର, ରବିବାର କଡା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି | କର୍ଣ୍ଣାଟକ ଓ ତାମିଲନାଡୁ ରବିବାର ଦିନ ଲକଡାଉନ ଲାଗୁ କରିଛନ୍ତି | ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ବିହାର ଭଳି ରାଜ୍ୟ ଭିନ୍ନ ଭିନ୍ନ ଅବଧିରେ ଲକଡାଉନ ଜାରି କରିଛନ୍ତି | କର୍ଣ୍ଣାଟକ ସରକାର ବେଙ୍ଗାଲୁରୁରେ ଜୁଲାଇ ୧୪ ତାରିଖରୁ ୭ ଦିନ ଯାଏଁ ସମ୍ପୂର୍ଣ ଲକଡାଉନ ଘୋଷଣା କରିଛନ୍ତି |

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଦୁରାଇ ଓ ଆଖପାଖ ଅଞ୍ଚଳରେ ଜୁଲାଇ ୧୪ ତାରିଖରେ କଟକଣା ବଢ଼ାଇ ଦେଇଛନ୍ତି | ମହାରାଷ୍ଟ୍ର ସରକାର ପୂର୍ବରୁ ହିଁ ପୁଣେ, ପିମ୍ପରି-ଚିଞ୍ଚୱାର୍ଡାରେ ଜୁଲାଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ଯାଏଁ ବ୍ୟାପକ ଲକଡାଉନ ଘୋଷଣା କରାଯାଇଛି | ରାଜ୍ୟ ସରକାର ମୁମ୍ବାଇ ଆଖପାଖ ଅଞ୍ଚଳରେ ମଧ୍ୟ କଟକଣା ଲାଗୁ କରିଛନ୍ତି | କାଶ୍ମୀରରେ ମଧ୍ୟ ଅଧିକାରୀ ରବିବାର ଦିନ ଲକଡାଉନ ଘୋଷଣା କରିବା ସହ ଐତିହାସିକ ଲାଲ୍ ଚୌକକୁ ସମ୍ପୂର୍ଣ ଭାବେ ବନ୍ଦ କରିଦେଇଛନ୍ତି | ଶ୍ରୀନଗରର ୬୭ଟି ଅଞ୍ଚଳକୁ ବନ୍ଦ କରିଦିଆଯାଇଛି | କରୋନା ମାମଲା ଲଗାତାର ବୃଦ୍ଧି ପାଇବାରୁ ଏହିସବୁ ଅଞ୍ଚଳକୁ ଗତ ସପ୍ତାହେ ହେଲା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା | ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍ଥିତି ଟିକିଏ ସୁଧୀରିଲା ଭଳି ଜଣାପଡୁଛି | ଦିଲ୍ଲୀରେ ନୂଆ କରୋନା ମାମଲା ହ୍ରାସ ପାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.