ଆଇସିସି ବିଶ୍ବକପ-୨୦୧୯: ରନ୍ ସହ କ୍ରିକେଟ ପିଚ୍ ରେ ବର୍ଷିବେ ଗ୍ଲାମର, ସୌନ୍ଧର୍ଯ୍ୟର ଛଟା ଖେଳାଇବେ ଏହି ୫ ଆଙ୍କର

Published By : Prameya-News7 Bureau | May 29, 2019 IST

ସାରା ବିଶ୍ବର ନଜର ଏବେ ଆଇସିସି ଓ୍ବାର୍ଲଡକପ୍-୨୦୧୯ ଉପରେ। ରହିବନି ବା କିପରି ? ସବୁ ଦେଶର ଦର୍ଶକଙ୍କ ନଜର ନିଜ ନିଜ ଦେଶର କ୍ରିକେଟରଙ୍କ ଉପରେ କେନ୍ଦ୍ରିତ ହେବ। କ୍ରିକେଟ ସହିତ ଗ୍ଲାମରର ସମ୍ପର୍କ ବେଶ୍ ପୁରୁଣା। ଚଳିତ ବିଶ୍ବକପରେ କ୍ରିକେଟ ସହ ଗ୍ଲାମରର ମଧ୍ୟ ଜମିବ ଯୁଗଳବନ୍ଦୀ। ତେବେ ଆସନ୍ତୁ ନଜର ପକାଇବା ସେହି ଆଙ୍କରମାନଙ୍କ ଉପରେ ଯେଉଁମାନେ କ୍ରିକେଟ ପିଚ୍ ରେ ଖେଳାଇବେ ସେମାନଙ୍କର ସୌନ୍ଧର୍ଯ୍ୟର ଛଟା ।

{"id":117403}

ଏହି ଆଙ୍କରଙ୍କ ସୂଚୀର ସବୁଠୁ ଆଗରେ ଅଛନ୍ତି ରିଧିମା ପାଠକ। ଆଜିକାଲି ସୋନି ସିକ୍ସ ପାଇଁ ଆଙ୍କରିଂ କରୁଥିବା ରିଧିମା ପୂର୍ବରୁ ଷ୍ଟାର ସ୍ପୋର୍ଟସ, ଟେନ ସ୍ପୋର୍ଟସ, ଜି ଷ୍ଟୁଡିଓ ଆଦି ପ୍ରତିଷ୍ଠିତ ଟେଲିଭିଜନ ଚାନେଲମାନଙ୍କ ପାଇଁ କାମ କରିଥିବା ବେଳେ ଏବ ଆଇସିସି ପକ୍ଷରୁ ଓ୍ବାର୍ଲଡକପ୍ ରେ ଆଙ୍କରିଂ କରିବେ। ଇଂଜିନିୟରିଂ ଛାତ୍ରୀ ଥିବା ବେଳେ ରିଧିମା ଆରଜେରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସ୍ପୋର୍ଟସ ଚାନେଲକୁ ଆସିବା ପରେ ଅନେକ ଦିଗ୍ଗଜଙ୍କର ସାକ୍ଷାତକାର ମଧ୍ୟ ନେଇଛନ୍ତି । ଏହିକ୍ରମରେ ସେ  ଟିମ ଇଣ୍ଡିଆ ଅଧିନାୟକ ବୀରାଟ କୋହଲିଙ୍କର ମଧ୍ୟ ସେ ସାକ୍ଷାତକାର ନେଇଥିଲେ।

{"id":117404,"align":"center"}

ରିଧିମାଙ୍କ ପରେ ଯାହାଙ୍କ ନାମ ଆସୁଛି ସେ ହେଉଛନ୍ତି ବାଂଲାଦେଶ କ୍ବିନ୍ ପେୟା ଜନ୍ନାତୁଲ। ଜଣେ ମଡେଲ ଓ ଅଭିନେତ୍ରୀ ଭାବେ ବାଂଲାଦେଶ ମିଡିଆରେ ଛାଇ ରହୁଥିବା ପେୟାଙ୍କ ବାସ୍ତବ ନାମ ହେଉଛି ଫିରଦୋଶ ଜନ୍ନାତୁଲ। ପେଷାରେ ଓକିଲ ପେୟା ୨୦୦୭ ମସିହାରେ ବାଂଲାଦେଶ କ୍ବିନ କଣ୍ଟେଷ୍ଟରେ ବିଜୟିନୀ ହୋଇଥିଲେ। ୨୦୦୮ ମସିହାରୁ ସେ ମଡେଲ ଜଗତରେ ପାଦ ଥାପିଥିଲେ। ଏକ ବାଂଲାଦେଶ ଟେଲିଭିଜନ ଚାନେଲ ପେୟାଙ୍କୁ ଓ୍ବର୍ଲଡ କପ୍ ପଠାଇଛି । ସେ ଏଠାରେ ବାଂଲାଦେଶ ଟିମର କଭରେଜଦେବେ ପେୟା।

{"id":117405}

କେବଳ ପେୟା କି ରିଧିମା ନୁହଁନ୍ତି ୱାର୍ଲଡ କପରେ କ୍ରିକେଟରଙ୍କ  ବ୍ୟତୀତ ଆଉ ଯେଉଁମାନେ ଦେଖାଯିବେ ସେମାନଙ୍କ ମଧ୍ୟରେ ଅଛନ୍ତି ଜୈନେବ ଆବ୍ବାସ୍ । ରୋକଠୋକ ଜବାବା ପାଇଁ ବେଶ୍ ପରିଚିତ ଆବ୍ବାସଙ୍କୁ ଆଇସିସି ମହିଳା ଉପସ୍ଥାପିକା ନିଯୁକ୍ତ କରିଛନ୍ତି ।  ଆଇସିସିଙ୍କ ଦ୍ବାରା ମନୋନୀତ ୩ଜଣ ପ୍ରେଜେଣ୍ଟେଟରଙ୍କ ମଧ୍ୟରେ ଆବ୍ବାସ ଅନ୍ୟତମ। ଏକଦା ଏମବିଏ ଛାତ୍ରୀ ଥିବା ଆବ୍ବାସ ପାକିସ୍ତାନ ଲାହୋରର ମୂଳ ବାସିନ୍ଦା। ପାକିସ୍ତାନରେ ଅନେକ କ୍ରିକେଟ ସୋର ଆୟୋଜନ କରିଥିବା ଆବ୍ବାସ ଗତ କିଛି ବର୍ଷ ମଧ୍ୟରେ କ୍ରିକେଟରେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ।

{"id":117406}

ଭାରତର ପ୍ରସିଦ୍ଧ ସ୍ପୋର୍ଟସ ଆଙ୍କର ମୟନ୍ତୀ ଲାଙ୍ଗର ମଧ୍ୟ ବିଶ୍ବକପ୍ ରେ ଦେଖାଯିବେ। ଗତ କିଛି ବର୍ଷ ହେଲା ମୟନ୍ତୀ ଷ୍ଟାର ନେଟୱାର୍କ ପାଇଁ କାମ କରୁଛନ୍ତି ।ମୟନ୍ତୀଙ୍କର ଆଉ ପରିଚୟ ଦରକାର ନାହିଁ, କାରଣ ତାଙ୍କ ଫ୍ୟାନସ ଜାଣନ୍ତି ତାଙ୍କର ଉପସ୍ଥାପନା ଶୈଳୀ। ୨୦୧୦ ମସିହାରୁ ମୟନ୍ତୀ ସ୍ପୋର୍ଟସ ପ୍ରେଜେଣ୍ଟେଟର ଭାବେ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ସେହିଭଳି ସଞ୍ଜନା ଗଣେଷନ ମଧ୍ୟ ଦେଖାଯିବେ ଆଇସିସି ୱାର୍ଲଡକପ୍-୨୦୧୯ରେ। ସ୍ପୋର୍ଟସ ପ୍ରେଜେଣ୍ଟେଟର ଭାବେ ଜଣାସୁଣା ସଞ୍ଜନା ୨୦୧୪ରେ ଫେମିନା ମିସ୍ ଇଣ୍ଡିଆର ଫାଇନାଲିଷ୍ଟ ଥିବା ବେଳେ, ରିୟଲିଟି ସୋ ସ୍ପିଲ୍ଟସ୍ ଭିଲାରେ ମଧ୍ୟ ଦେଖାଯାଇଛନ୍ତି । ତେବେ ସ୍ପୋର୍ଟସ୍  ପ୍ରେଜେଣ୍ଟେଟର ଭାବେ ଦେଶରେ ତାଙ୍କର ଅନେକ ଫ୍ୟାନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.