ବିଦେଶର ପଢ଼ିବେ ଏମବିବିଏସ: ନିଟ୍ ୟୁଜି ମାର୍କରେ କରିପାରିବେ ଏହି ବିଦେଶୀ ବିଶ୍ବବିଦ୍ୟାଳୟରେ ଆଡମିଶନ
3/03/2023 at 10:15 PM

ନୂଆଦିଲ୍ଲୀ, ୦୨/୦୩: ନାସନାଲ ଇଲିଜିବିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍ (NEET UG) ୨୦୨୩ ପରୀକ୍ଷା ମେ ୭ ରେ ହେବ। ଏଥିପାଇଁ ରେଜଷ୍ଟେ୍ରସନ ପ୍ରକ୍ରିୟା ଜାନୁଆରୀରୁ ଫେବୃଆରୀ ମଧ୍ୟରେ ହେବା ନେଇ ପୂର୍ବରୁ କୁହାଯାଇଥିବାବଳେ ଏପର୍ଯ୍ୟନ୍ତ ରେଜିଷ୍ଟେ୍ରସନ ଆରମ୍ଭ ହୋଇନାହିଁ। ସେପଟେ ପରୀକ୍ଷାର୍ଥୀ ପରୀକ୍ଷା ପ୍ରସ୍ତୁତି ଜାରି ରଖିଛନ୍ତି।
ଅନେକ ପରୀକ୍ଷାର୍ଥୀ ବିଦେଶରେ ପଢ଼ିବା ନେଇ ଆଶା ରଖିଛନ୍ତି ଏବଂ ବିଦେଶରୁ ଏମବିବିଏସ ଡିଗ୍ରୀ ହାସଲ ପାଇଁ ଆଶା ରଖିଛନ୍ତି। ଏଭଳି ଶିକ୍ଷାର୍ଥୀଙ୍କ ପାଇଁ ଭଲ ଖବର ହେଉଛି ଯେ ଅନେକ ଦେଶ ଯେଉଁଠାରେ NEET UG ମାର୍କକୁ ଆଡମିଶନ ପାଇଁ ଗ୍ରହଣ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏଭଳି ଦେଶ ଯେଉଁଠାରେ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ NEET UG ମାର୍କ ଗ୍ରହଣୀୟ।
ରୁଷିଆ:
ଭାରତୀୟ ଛାତ୍ରଙ୍କ ପାଇଁ ଏମବିବିଏସ ଡିଗ୍ରୀ ରୁଷିଆ ଖୁବ୍ ଲୋକପ୍ରିୟ। ପ୍ରତିବର୍ଷ ଅନେକ ଶିକ୍ଷାର୍ଥୀ ରୁଷକୁ ମେଡିକାଲ ପଢ଼ିବା ପାଇଁ ଯାଇଥାନ୍ତି। ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୨୨ ରେ ରୁଷିଆରେ ୧୮,୦୩୯ ଭାରତୀୟ ଛାତ୍ର ରହିଥିଲେ। ସେମାନଙ୍କ ମଧ୍ୟରେ ୪୫୧୫ ଛାତ୍ର ବିଦେଶୀ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା (ଏଫଏମଜିଇ) ପରୀକ୍ଷା ଦେଇଥିଲେ ଯେଉଁଥିରେ ୧୧୧୯ ପରୀକ୍ଷାର୍ଥୀ ଆଡମିଶନ ସ୍କ୍ରିନିଂ ଟେଷ୍ଟ ମଧ୍ୟ କରିଛନ୍ତି। ଅନେକ ରୁଷୀୟ ରାଜ୍ୟ ଏମବିବିଏସ ଡିଗ୍ରୀ ପାଇଁ NEET UG (୫୦ %) ମାର୍କ ଗ୍ରହଣ କରୁଛନ୍ତି।
କାଜାଖସ୍ତାନ:
କାଜାଖସ୍ତାନ ମଧ୍ୟ ଏମବିବିଏସ ପଢ଼ିବା ପାଇଁ ଏକ ଉତ୍ତମ ଦେଶ। ଏଠାକୁ ମଧ୍ୟ ଅନେକ ଭାରତୀୟ ପଢ଼ିବା ପାଇଁ ଯାଇଥାନ୍ତି। ତଥ୍ୟ ଅନୁଯାୟୀ, ୩୮୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୫୨୮ ପରୀକ୍ଷାର୍ଥୀ ଏଠାକାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏମବିବିଏସ ଡିଗ୍ରୀରେ ଆଡମିସନ ପାଇଁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ ପରୀକ୍ଷା (ଏଫଏମଜିଇ) ଦେଇଥିଲେ ଏବଂ ୫୫୮ ସ୍କ୍ରିନିଂ ଟେଷ୍ଟ ୨୦୨୧ ପାସ୍ କରିଛନ୍ତି । ଏଠାରେ ମଧ୍ୟ ନିଟ୍ ମାର୍କ ଆବଶ୍ୟକ ପଡ଼ିଥାଏ।
ପୋଲାଣ୍ଡ:
ପୋଲାଣ୍ଡ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ପଢ଼ିବା ପାଇଁ ଏକ ଲୋକପ୍ରିୟ ସ୍ଥାନ। ତଥ୍ୟ ଅନୁଯାୟୀ, ୨୦୨୨ରେ ୫୦୦୦ ଛାତ୍ରୀଛାତ୍ରୀ ଏମବିବିଏସ କରିଥିଲେ। ପୋଲାଣ୍ଡର ବିଶ୍ବବିଦ୍ୟାଳୟରେ ଏମବିବିଏସ ପଢ଼ିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷାରେ ପାସ୍ ମାର୍କ ଆବଶ୍ୟକତା ରହିଥାଏ।
ନେପାଳ:
ନେପାଳ ହୁଏତ ଲୋକପ୍ରିୟ ହୋଇନପାରେ। କିନ୍ତୁ ଏହା ଭାରତୀୟ ମେଡିକାଲ ଶିକ୍ଷାର୍ଥୀଙ୍କୁ ପାଇଁ ଖୁବ୍ ସୁଲଭ ହୋଇଥାଏ। ଜାତୀୟ ବୋର୍ଡ ପରୀକ୍ଷା (ଏନବିଇ) ର ତଥ୍ୟ ଅନୁଯାୟୀ, ସମୁଦାୟ ୧୪୩୭ ଛାତ୍ରଛାତ୍ରୀ ୨୦୨୧ ଏଫଏମଜିଇ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୩୭୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଦକ୍ଷିଣ ଏସୀୟ ଦେଶରେ ଏମବିବିଏସ ପାଠ୍ୟକ୍ରମରେ ପଢ଼ିବା ପାଇଁ ଛାତ୍ରଙ୍କୁ ଏଣ୍ଟ୍ରାନ୍ସ ଟେଷ୍ଟ ଯେମିତିକି ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ (ଏମଇଟି) କିମ୍ବା ନିଟ୍ ୟୁଜି(୫୦%) ମାର୍କ ରହିବା ଦରକାର।
ବାଙ୍ଗଲାଦେଶ:
ବାଙ୍ଗଲାଦେଶକୁ ମଧ୍ୟ ଭାରତୀୟ ଛାତ୍ର ଏମବିବିଏସ ପଢ଼ିବା ପାଇଁ ଯାଉଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୧ ରେ ୯୨୨ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଥିଲେ ଯେଉଁମାନଙ୍କ ମଧ୍ୟରେ ୩୭୦ ବାଙ୍ଗଲାଦେଶ କଲେଜ୍ରେ ସ୍କ୍ରିନିଂ ଟେଷ୍ଟ ପାସ୍ କରିଥିଲେ। ବାଙ୍ଗଲାଦେଶ ଏତେ ଲୋକପ୍ରିୟ ନଥିଲେ ବି, ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଟ୍ ୟୁଜି ଫଳାଫଳ ପରେ ବାଙ୍ଗଲାଦେଶରେ ଏମବିବିଏସ ପଢ଼ିବା ପାଇଁ ପରାମର୍ଶ ଦିଆଯାଇଥାଏ।
ଚାଇନା:
କୋରାନା ମହାମାରୀ ପୂର୍ବରୁ ଏହି ଏସୀୟ ଦେଶ ମେଡିକାଲ ପାଠପଢ଼ା ପାଇଁ ଖୁବ୍ ଲୋକପ୍ରିୟ ଥିଲା । ଏନବିଇ ତଥ୍ୟ ଅନୁଯାୟୀ, ୨୦୨୧ ରେ ସମୁଦାୟ ୧୩,୨୪୭ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଥିଲେ ଯେଉଁମାନଙ୍କ ମଧ୍ୟରୁ ୨୫୮୦ ପରୀକ୍ଷାର୍ଥୀ ସ୍କ୍ରନିଂ ଟେଷ୍ଟ ପାସ୍ କରିଥିଲେ। ଏଠାରେ ପଢ଼ିବା ପାଇଁ ୨୦୦-୨୫୦ ନିଟ୍ ମାର୍କ ଆବଶ୍ୟକ ହୋଇଥାଏ।