କରୋନା: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହିସବୁ ଖାଦ୍ୟ
22/03/2020 at 3:12 PM

ନୂଆଦିଲ୍ଲୀ ୨୨/୦୩ : କଠିନ ସମୟରେ ସଠିକ ଖାଦ୍ୟ ଅଭ୍ୟାସ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ | ବର୍ତ୍ତମାନ ସାରା ବିଶ୍ୱ କରୋନା ସହ ଯୁଦ୍ଧ କରୁଛି | ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି | ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି |
ଭୁତାଣୁକୁ ରୋକିବା ପାଇଁ ନିଜ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଡାକ୍ତର ମଧ୍ୟ ନିର୍ଦେଶ ଦେଇଛନ୍ତି | ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ଭୁତାଣୁ ସହଜରେ ଶରୀରକୁ ଆକ୍ରାନ୍ତ କରିବ ନାହିଁ |
୧. ସବୁଜ ପରିବା – ରୋଗ ପ୍ରତୋରୋଧକ ଶକ୍ତ ବୃଦ୍ଧି କରିବ ପାଇଁ ସବୁଜ ପତ୍ରଯୁକ୍ତ ପରିବା ଖାଇବା ଉଚିତ | ବନ୍ଧାକୋବି, ପାଳଙ୍ଗ ଶାଗ, ଛତୁ, ରସୁଣ ଆଦି ଲାଭଦାୟକ | ରସୁଣ ବିଭିନ୍ନ ଭୁତାଣୁ ସହ ଲଢ଼ିବାରେ ସହାୟକ ହୋଇଥାଏ |
୨. ଋତୁ ଅନୁଯାୟୀ ପନିପରିବା – ପରିବା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ | ଋତୁ ଅନୁଯାୟୀ ପନିପରିବା ମଧ୍ୟରେ ଫୁଲକୋବି, ଗାଜର, ବିଟ ଲାଭଦାୟକ | ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମିଠା ଆଚାର ଖାଇବା ଅନୁଚିତ |
୩. ପ୍ରୋଟିନ ଯୁକ୍ତ ଖାଦ୍ୟ – ଯଦି ଆପଣ ମାଂସାହାରୀ ତାହେଲେ ମାଂସ, ମାଛ ଅଣ୍ଡା ଖାଇପାରିବେ | କିନ୍ତୁ ଯଦି ଆପଣ ସାକାହାରୀ ତାହେଲେ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଯଥା ଡାଲିଜାତୀୟ ଖାଦ୍ୟ ଖାଇବା ଉଚିତ | ପ୍ରୋଟିନ ଶରୀରରେ ସୁସ୍ଥ ଟିସୁ ତିଆରି କରିବାରେ ସାହାଯ୍ୟ କରିଥାଏ |
୪. ମାଛ – ରହି ଭାକୁରା ଭଳି ମାଛ ଅତ୍ୟନ୍ତ ଲାଭଦାୟକ | ଭିଟାମିନ ଏ, ଭିଟାମିନ ଡି ଓ ଜିଙ୍କ ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବା ଦରକାର | ଏମାନେ ରୋଗ ପ୍ରତିରୋଧକ ସେଲକୁ ଆକ୍ଟିଭ ରଖିଥାନ୍ତି | କ୍ଷୀର ମଧ୍ୟ ବହୁତ ଲାଭଦାୟକ |
୫. ଲହୁଣୀ – ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଲହୁଣୀ ବହୁତ ଲାଭଦାୟକ | ଲହୁଣୀରେ ବହୁ ମାତ୍ରାରେ ଜିଙ୍କ ରହିଛି ଯାହା ଭାଇରସରୁ ରକ୍ଷା କରିଥାଏ |
୬. ବେରି – ଭାଇରସକୁ ରକ୍ଷା ପାଇଁ ଯେକୌଣସି ବେରି ଖାଇପାରିବେ | ବେରିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ | ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ | ଅସୁସ୍ଥ ଥିଲେ ଶୀଘ୍ର ସୁସ୍ଥ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
୭. ସାଇଟ୍ରସ ଫ୍ରୁଟ – ଭିଟାମିନ ସି ର ଅନେକ ଗୁଣ ରହିଛି | ସାଇଟ୍ରସ ଯୁକ୍ତ ଫଳରେ ଭିଟାମିନ ସି ରହିଥାଏ | କମଳା, ଅଙ୍ଗୁର ଆଦି ଫଳରେ ସାଇଟ୍ରସ ଥାଏ | ନିମୋନିଆ ପାଇଁ ସାଇଟ୍ରସ ଯୁକ୍ତ ଫଳ ଅଧିକ ଲାଭଦାୟକ | ଭୁତାଣୁ ସହ ଲଢ଼ିବାରେ ମଧ୍ୟ ଭିଟାମିନ ସି ସହାୟକ ହୋଇଥାଏ |
୮. କନ୍ଦମୂଳ – ଭିଟାମିନ ଯୁକ୍ତ ଫଳ ଯଥା କନ୍ଦମୂଳ, ପାଳଙ୍ଗ ଶାଗ, ଗାଜର, ଶୀତ ଦିନିଆ ପରିବା ବହୁତ ଲାଭଦାୟକ | ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଭୁତାଣୁ ସହ ଲଢ଼ିଥାଏ |
୯. ମନକୁ ଖୁସି ଦେଉଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ | କିନ୍ତୁ ଫଳ ଓ ପନିପରିବା ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଭୁତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ | ତେବେ ଭୋକରେ ନ ରହି ଆବଶ୍ୟକତା ମୁତାବିକ ଖାଦ୍ୟ ଖାଇବା ଆବଶ୍ୟକ |
କେଉଁ ଖାଦ୍ୟରୁ ଦୁରେଇ ରହିବେ :
ସଂକ୍ରମଣ ରୋକିବା ପାଇଁ ମଦ କିମ୍ବା ଆଲକହଲରୁ ଦୁରେଇ ରହିବା ଉଚିତ | ଅତ୍ୟଧିକ ମଦ୍ୟପାନ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ | ଅଧିକ ମିଠା ଯୁକ୍ତ ଖାଦ୍ୟ, ମିଠା ପାନୀୟ, ଆଇଁସ କ୍ରିମରୁ ଦୁରେଇ ରହିବା ଆବଶ୍ୟକ |