ଡିସେମ୍ବର ୨୦୨୩ରେ EPFO ସଦସ୍ୟ ସଂଖ୍ୟା ୧୫.୬୨ ଲକ୍ଷ ପାର, ଚାକିରୀ ଯୋଗାଇବାରେ ଏହି ୫ ରାଜ୍ୟ ଆଗରେ

Published By : Prameya-News7 Bureau | February 20, 2024 IST

ନୂଆଦିଲ୍ଲୀ ୨୦।୨: କେନ୍ଦ୍ର ଶ୍ରମ ମନ୍ତ୍ରାଳୟଙ୍କ ପକ୍ଷରୁ ମଙ୍ଗଳବାର ଜାରି ପେ ରୋଲ ଡାଟା ଅନୁସାରେ ରିଟାୟାରମେଣ୍ଟ ଫଣ୍ଡ ବଡି ଇପିଏଫଓ ସହିତ ଡିସେମ୍ବର ୨୦୨୩ରେ ୧୫.୬୨ ଲକ୍ଷ ନୂଆ ସଦସ୍ୟ ସଂଯୁକ୍ତ ହୋଇଛନ୍ତି। ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଡିସେମ୍ବର ୨୦୨୩ରେ ଇପିଏଫଓ ମୋଟ ସଦସ୍ୟଙ୍କ ସଂଖ୍ୟାରେ ୧୧.୯୭ ପ୍ରତିଶତ ବୃଦ୍ଧି ହୋଇଛି। ଇପିଏଫଓ ଚୂଡ଼ାନ୍ତ ପେରୋଲ ଡାଟା ଅନୁସାରେ ଡିସେମ୍ବର ୨୦୨୨ ତୁଳନାରେ ୨୦୨୩ରେ ୧୫.୬୨ଲକ୍ଷ ସଦସ୍ୟଙ୍କ ମୋଟ ବୃଦ୍ଧି ହୋଇଛି, ଯାହା ୪.୬୨ ପ୍ରତିଶତ ଅଧିକ।

ଇପିଏଫଓଙ୍କ ସଦସ୍ୟ ସଂଖ୍ୟା ବୃଦ୍ଧିର କାରଣ ରୋଜଗାର ଅବସରରେ ବୃଦ୍ଧି। କର୍ମଚାରୀ ଲାଭକୁ ନେଇ ବଢୁଥିବା ଜନସଚେତନତା ଓ ଇପିଏଫଓ ଆଉଟ ରିଚ୍ କାର୍ଯ୍ୟକ୍ରମର ସଫଳତାକୁ ଏହାର କାରଣ ମନେ କରାଯାଉଛି। ତଥ୍ୟରୁ ମିଳୁଥିବା ସୂଚନା ଅନୁସାରେ ଡିସେମ୍ବର ୨୦୨୩ରେ ପାଖାପାଖି ୮.୪୧ ଲକ୍ଷ ନୂଆ ସଦସ୍ୟ ସାମିଲ ହୋଇଛନ୍ତି, ଯାହା ନଭେମ୍ବର ୨୦୨୩ ତୁଳନାରେ ୧୪.୨୧ ପ୍ରତିଶତରୁ ମଧ୍ୟ ଅଧିକ। ସାମିଲ ନୂଆ ସଦସ୍ୟଙ୍କ ମଧ୍ୟରେ ୧୮ରୁ ୨୫ ବର୍ଷ ଆୟୁବର୍ଗ ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ। ଡିସେମ୍ବରରେ ସଂଯୁକ୍ତ ହୋଇଥିବା ନୂଆ ସଦସ୍ୟଙ୍କ ମଧ୍ୟରେ ସେମାନଙ୍କ ପ୍ରତିଶତ ୫୭.୧୮ ବୋଲି କୁହାଯାଇଛି।

{"id":911587,"sizeSlug":"full","linkDestination":"none"}

ପେ ରୋଲ ଡାଟାରୁ ଯାହା ଜଣାପଡୁଛି ପାଖାପାଖି ୧୨.୦୨ ଲକ୍ଷ ସଦସ୍ୟ ଏହି ସମୟରେ ଇପିଏଫଓରୁ ବାହାରି ଯାଇଛନ୍ତି ଓ ପରେ ପୁଣି ଇପିଏଫଓରେ ସାମିଲ ହୋଇଛନ୍ତି। ଲିଙ୍ଗ ଆଧାରରେ ପେ ରୋଲ ଡାଟା ବିଶ୍ଲେଷଣ କଲେ ୮.୪୧ଲକ୍ଷ ନୂଆ ସଦସ୍ୟଙ୍କ ମଧ୍ୟରେ ୨.୦୯ ଲକ୍ଷ ମହିଳା ସଦସ୍ୟ, ଯାହା ନଭେମ୍ବର ୨୦୨୩ ତୁଳନାରେ ୭.୫୭ ପ୍ରତିଶତ ଅଧିକ। ରାଜ୍ୟ ଅନୁସାରେ ଇପିଏଫଓ ବିଶ୍ଲେଷଣ କରାଗଲେ ନୂଆ ସଦସ୍ୟଙ୍କ ମଧ୍ୟରେ ସର୍ବାଧିକ ବୃଦ୍ଧି ମହାରାଷ୍ଟ୍ର, ଗୁଜରାଟ,ତାମିଲନାଡୁ, କର୍ଣ୍ଣାଟକ ଓ ହରିୟାଣାରେ ହୋଇଛି।

ଏହି ସବୁ ରାଜ୍ୟରୁ ଡିସେମ୍ବର ୨୦୨୩ରେ ଇପିଏଫଓରେ ପାଖାପାଖି ୯.୧୧ଲକ୍ଷ ନୂଆ ସଦସ୍ୟ ସଂଯୁକ୍ତ ହୋଇଛନ୍ତି। ଯାହା ମୋଟ ସଂଯୁକ୍ତ ସଦସ୍ୟଙ୍କ ସଂଖ୍ୟାର ୫୮ ପ୍ରତିଶତରୁ ମଧ୍ୟ ଅଧିକ। ଇପିଏଫଓ ମୋଟ ସଦସ୍ୟଙ୍କ ମଧ୍ୟରେ ମହାରାଷ୍ଟ୍ରର ଭାଗିଦାରୀ ପାଖପାଖି ୨୧.୬୩ ପ୍ରତିଶତ। ଇପିଏଫଓ ଏପ୍ରିଲ ୨୦୧୮ରେ ପ୍ରଥମ ଥର ପେ ରୋଲ ତଥ୍ୟ ଜାରି କରିବା ଆରମ୍ଭ କରିଥିଲେ। ସେତେବେଳେ ସେପ୍ଟେମ୍ବର ୨୦୧୭ ପରବର୍ତ୍ତି ତଥ୍ୟ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.