vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ମହାଭାରତ ସମୟରେ ଭାରତରେ ଥିଲା ଏହିସବୁ ସହର, ଏବେ କେଉଁ ନାଁ ଜାଣନ୍ତି ଆପଣ

17/08/2019 at 7:28 PM

ମହାଭାରତ ହିନ୍ଦୁମାନଙ୍କର ଏକ ମୁଖ୍ୟ ଗ୍ରନ୍ଥ। ଏହି ପବିତ୍ର ଗ୍ରନ୍ଥରେ ବିଭିନ୍ନ ପ୍ରକାର ଧାର୍ମିକ କଥା ବର୍ଣ୍ଣନା କରାଯାଇଛି। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଇତିହାସ ଓ ଦାର୍ଶନିକ ଗ୍ରନ୍ଥ ବୋଲି କୁହାଯାଏ। ମହାଭାରତ ହେଉଛି ହିନ୍ଦୁମାନଙ୍କର ସର୍ବଶ୍ରେଷ୍ଠ ଗ୍ରନ୍ଥ । ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି ମଧ୍ୟ କୁହାଯାଏ। ଭାରତରେ ଥିବା କିଛି ସହର ମହାଭାରତ ସମୟରେ ମଧ୍ୟ ଥିଲା। ଏହି ସହରର ନାଁ ମଧ୍ୟ ଅଲଗା ଥିଲା। ମହାଭାରତରେ ଜଡିତ ଥିବା ସହର ସଂପର୍କରେ ଆସନ୍ତୁ ଜାଣିବା।

ମଥୁରା- ବୃନ୍ଦାବନ ଓ ଦ୍ବାରିକା- ଏହି ନଗରୀରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଜୀବନ କଟିଥିଲା। ଗୋପିମାନଙ୍କ ସହ ଶ୍ରୀକୃଷ୍ଣ ଏହି ନଗରୀରେ ରାସ କରୁଥିଲେ। ଶ୍ରୀକୃଷ୍ଣଙ୍କ ପିଲାବେଳଠାରୁ ଆରମ୍ଭକରି ବଡ ହେଲା ପର୍ଯ୍ୟନ୍ତ ଏହି ନଗରୀରେ କଟିଥିଲା।

ମେରଠ୍‌-  ମହାଭାରତ ସମୟରେ ହସ୍ତିନାପୁର କୁହାଯାଉଥିବା ସ୍ଥାନକୁ ବର୍ତ୍ତମାନ ସମୟର ମେରଠ୍‌ ନାମରେ ଲୋକମାନେ ଜାଣୁଛନ୍ତି। ପୂର୍ବ ସମୟରେ ଏହି ସହରକୁ ହସ୍ତିନାପୁର ନାମରେ ପରିଚିତ ଥିଲା।

 ହିମାଚଳ ପ୍ରଦେଶ-  ମହାଭାରତରେ ଦ୍ରୌପଦୀଙ୍କ ଜନ୍ମ ଯେଉଁ ନଦୀ ତଟରେ ହୋଇଥିଲା ସେହି ନଦୀ ବର୍ତ୍ତମାନ ସମୟରେ ହିମାଚଳ ପ୍ରଦେଶର ଅବସ୍ଥିତ। ଏହି ନଦୀର ନାଁ ହେଉଛି ଚମ୍ବଲ ନଦୀ।

ଦିଲ୍ଲୀ- ଭାରତର ରାଜଧାନୀ ଦିଲ୍ଲୀ। ମହାଭାରତ ସମୟରେ ହସ୍ତିନାପୁରର ରାଜଧାନୀ ମଧ୍ୟ ଦିଲ୍ଲୀ ଥିଲା। ମହାଭାରତ ସମୟରେ ଦିଲ୍ଲୀର ନାଁ ଇନ୍ଦ୍ରପ୍ରସ୍ଥ ଥିଲା।

ରାଓ୍ବାଲପିଣ୍ଡି- ମହାଭାରତରେ କୌରବଙ୍କ ମାଆ ଗାନ୍ଧାରୀଙ୍କ କଥା ଆପଣ ଜାଣିଥିବେ। ଗାନ୍ଧାରର ରାଜକୁମାରୀ ଥିଲେ ଗାନ୍ଧାରୀ। ପାକିସ୍ତାନରେ ଥିବା ରାଓ୍ବାଲପିଣ୍ଡିକୁ ମହାଭାରତ ସମୟରେ ଗାନ୍ଧାର ଅଞ୍ଚଳ ବୋଲି କୁହଯାଉଥିଲା।

   Related Posts