ଏହି ସବୁ କାରଣରୁ ବିବାହ ପରେ ମହିଳାଙ୍କ ଓଜନ ବଢ଼ିଥାଏ : ଜାଣନ୍ତୁ କାରଣ
20/05/2019 at 12:54 PM

ମେଦବହୁଳତା ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଖାସ୍ କରି ଦେଖାଯାଇଥାଏ ବିବାହ ପରେ ମହିଳାମାନେ ମେଦବହୁଳତାର ଶିକାର ହୋଇଥାଆନ୍ତି। ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ବିବାହ ପୂର୍ବରୁ ଝିଅମାନେ ନିଜକୁ ସ୍ଲିମ-ଟ୍ରିମ୍ ରଖିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରିଥାଆନ୍ତି କିନ୍ତୁ ବିବାହ ପରେ ତାଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ବର୍ଦ୍ଧିତ ଓଜନ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ବିବାହ ପରେ ଝିଅମାନଙ୍କ ଓଜନ ହଠାତ୍ କାହିଁକି ବଢ଼ିବାକୁ ଲାଗିଥାଏ।

୧.ହରମୋନରେ ପରିବର୍ତ୍ତନ : ବିବାହ ପରେ ଝିଅମାନଙ୍କର ହରମୋନରେ ପରିବର୍ତ୍ତନ ହୋଇଥାଏ। ଏହା ବ୍ୟତୀତ ଝିଅମାନେ ଯୈାନ ଜୀବନରେ ସକ୍ରିୟ ହୋଇଯାଆନ୍ତି। ଗର୍ଭନିରୋଧକ ବଟିକା ମଧ୍ୟ ଓଜନ ବଢ଼ାଇଥାଏ।

୨. ପର୍ଯ୍ୟାପ୍ତ ପରିମାଣରେ ନିଦ ନ ହେବା : ବିବାହ ପରେ ଅଧିକାଂଶ ମହିଳାଙ୍କ ଶୋଇବା ସମୟରେ ପରିବର୍ତ୍ତନ ହୋଇଥାଏ। ଏଥିପାଇଁ ତାଙ୍କୁ ପର୍ଯ୍ୟାପ୍ତ ନିଦ ହୋଇନଥାଏ। ଏଥିପାଇଁ ତାଙ୍କ ଓଜନ ବଢ଼ିଥାଏ।

୩.ପ୍ରାଥମିକତା ବଦଳିଥାଏ: ଝିଅମାନଙ୍କର ବିବାହ ପରେ ପ୍ରାଥମିକତା ବଦଳି ଯାଇଥାଏ। ସେ ତାଙ୍କ ସ୍ବାମୀ ଏବଂ ପରିବାର ସଦସ୍ୟଙ୍କ ହିସାବରେ ନିଜର ଦିନଚର୍ଯ୍ୟା କରିଥାଏ। ଯେଉଁଥିପାଇଁ ନିଜକୁ ସମୟ ଦେଇପାରିନଥାଏ ଏବଂ ନିଜର ଯତ୍ନ ନେଇପାରିନଥାଏ। ଏଥିପାଇଁ ଓଜନ ବଢ଼ିଥାଏ।

୪.ଚିନ୍ତା : ବିବାହ ପରେ ଝିଅମାନେ ନିଜ ଘର ଛାଡ଼ି ସ୍ବାମୀଙ୍କ ଘରକୁ ଯାଇଥାଆନ୍ତି। ଏହିପରି ଅନ୍ୟ ଏକ ଘରେ ସବୁ କିଛି ଆଡଜଷ୍ଟ କରିବା କଠିନ ହୋଇଥାଏ। ଯେଉଁଥିପାଇଁ ଝିମାନେ ମାନସିକ ଅବସାଦଗ୍ରସ୍ତ ହୋଇଥାଆନ୍ତି ଏବଂ ଝିଅମାନଙ୍କର ଓଜନ ବଢ଼ିଥାଏ।

୫.ସାମାଜିକ ଚାପ: ବିବାହ ପୂର୍ବରୁ ଝିଅମାନଙ୍କର ସ୍ବାଧୀନତା ଥାଏ। ବିବାହ ପରେ ଶ୍ବଶୁର ଘରେ ବିଭିନ୍ନ ପ୍ରକାର ଦାୟିତ୍ବ ଏବଂ ସାମାଜିକ ଚାପ ଫଳରେ ଝିଅମାନେ ନିଜ ସ୍ବାସ୍ଥ୍ୟକୁ ଅବହେଳା କରିବାରୁ ଓଜନ ବଢ଼ିଥାଏ।

୬.ଗର୍ଭଧାରଣ: ବିବାହ ପରେ ଗର୍ଭଧାରଣ ଓଜନ ବଢ଼ିବାର ସବୁଠୁ ବଡ଼ କାରଣ ହୋଇଥାଏ। ଏପରି ଦେଖାଯାଇଥାଏ ଯେ ଛୁଆ ଜନ୍ମ ହେବା ପରେ ମହିଳାମାନେ ନିଜ ଓଜନ କମ୍ କରିବାକୁ ଉଦ୍ୟମ କରି ନଥାଆନ୍ତି।

୭. ଫିଟନେସକୁ ପ୍ରତି ଅବହେଳା: ଯେଉଁ ଝିଅମାନେ ବିବାହ ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରିଥାଆନ୍ତି କିନ୍ତୁ ବିବାହ ପରେ ବ୍ୟାୟାମ କରିନଥାଆନ୍ତି। ଯାହା ଦ୍ବାରା ଓଜନ ବଢ଼ିଥାଏ।

୮.ଖାଦ୍ୟପେୟରେ ପରିବର୍ତ୍ତନ : ଘରୁଆ କାମ ପାଇଁ ଖାଦ୍ୟ ପ୍ରତି ଧ୍ୟାନ ନଦେବା ଏବଂ ବାହାର ଖାଦ୍ୟ ଖାଇବା ଦ୍ବାରା ମେଦବହୁଳତା ହୋଇଥାଏ। ବାହାର ଖାଦ୍ୟ ଖାଇବା କାରଣରୁ ଶରୀରରେ କ୍ୟାଲସିୟମ୍ ଏବଂ ଭିଟାମିନର ଅଭାବ ହୋଇଥାଏ।