ଅନ୍ତବସ୍ତ୍ର ପିନ୍ଧିବାକୁ ପସନ୍ଦ କରନ୍ତିନି ବଲିଉଡର ଏହି ଅଭିନେତ୍ରୀମାନେ, ସାର୍ବଜନିକ କାର୍ଯ୍ୟକ୍ରମରେ ହୋଇଛନ୍ତି ଅପଦସ୍ଥ
1/08/2019 at 9:08 PM

ପ୍ରାୟତଃ ବଲିଉଡ ଅଭିନେତ୍ରୀମାନେ ଚର୍ଚ୍ଚାରେ ରହିବାକୁ ବେଶ ପସନ୍ଦ କରନ୍ତି। କାରଣ ଯାହା ହେଉ ନା କାହିଁକି ମିଡିଆ ଧ୍ୟାନ କିପରି ଆକର୍ଷଣ କରିହେବ ତାହା ସେମାନେ ବେଶ ଜାଣନ୍ତି। ହେଲେ ବେଳେ ବେଳେ ସେମାନେ ଅଜାଣତରେ ଏମିତି ଭୁଲ ବି କରନ୍ତି ଯାହକୁ ନେଇ ମନକୁ ମନ ଚର୍ଚ୍ଚାର ପାତ୍ର ହୋଇଯାଆନ୍ତି। ଫ୍ୟାସନ ସୋରେ ଭାଗ ନେବା ବେଳେ କେବେ ରାମ୍ପରେ ପଡି ହେଉ ଅଥବା ସର୍ବ ସମ୍ମୁଖରେ ଟପ ଲେସ ହେବା ଯୋଗୁ ପ୍ରାୟତଃ ଏହି ଅଭିନେତ୍ରୀ ଚର୍ଚ୍ଚାରେ ରହିଥାନ୍ତି।

ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବସ୍ତ୍ର ପିନ୍ଧିବା କଳାରେ ନିପୁଣ। ହେଲେ ସେମାନେ ଅଣ୍ଡର ଗାର୍ମେଣ୍ଟ ପିନ୍ଧିବାକୁ ହୁଏତ ଭୁଲି ଯାଆନ୍ତି ବା ଜାଣିଶୁଣି ପିନ୍ଧିବାକୁ ପସନ୍ଦ କରନ୍ତିନି। ଯେଉଁଥି ପାଇଁ ସେମାନେ ଅନେକ ଥର ଲୋକହସା ବି ହୋଇଛନ୍ତି। ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ବିଗ୍ ବସ୍ ଫେମ ଗୌହର ଖାନ। ଏଥିପାଇଁ ସେ ଫ୍ୟାନଙ୍କ ଚାପୁଡାମାଡବି ତାଙ୍କୁ ପଡିଛି।

ସେହି ଭଳି ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ। ଘରର ସାନ ଝିଅ ଆଲିଆ ଖୁବ୍ ପୋଷାକ ସୌକିନ୍, ହେଲେ ଅଣ୍ଡରଗାର୍ମେଣ୍ଟ ପିନ୍ଧିବାକୁ ବୋଧେ ଭୁଲିଯାଆନ୍ତି। ଅନେକ ସାର୍ବଜନିକ କାର୍ଯ୍ୟକ୍ରମରେ ତାଙ୍କୁ ବିନା ଅଣ୍ଡରଗାର୍ମେଣ୍ଟରେ ବି ଦେଖାଯାଛି। କେବଳ ଗୌହର କି ଆଲିଆ ନୁହନ୍ତି ତନିଷା ମୁଖାର୍ଜୀ, ସୁସ୍ମିତା ସେନ୍ ଓ କଙ୍ଗନା ରଣାୱତ ମଧ୍ୟ ଅଣ୍ଡର ଗାର୍ମେଣ୍ଟ ପିନ୍ଧିବାକୁ ପସନ୍ଦ କରନ୍ତିନି। ଯେଉଁଥିପାଇଁ ସେମାନେ ସର୍ବସାଧାରଣ ସ୍ଥାନରେ ଅପଦସ୍ତ ବିହୋଇଛନ୍ତି।

ତନିଷାଙ୍କୁ ଫିଲ୍ମରେ ସଫଳତା ତ ମିଳିଲନି ହେଲେ କାଜୋଲଙ୍କ ଭଉଣୀ ହୋଇଥିବାରୁ ସମସ୍ତେ ତାଙ୍କୁ ଜାଣନ୍ତି। ଏଣୁ ସାର୍ବଜନିକ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇଥିବା ବେଳେ ଅନେକ ଥର ତାଙ୍କୁ ବିନା ଅଣ୍ଡରଗାରମେଣ୍ଟରେ ଦେଖାଯାଇଛି। ସେହିଭଳି ପୂର୍ବ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କୁ ମଧ୍ୟ କେତେକ ପୁରସ୍କାର ବିତରଣୀ ଉତ୍ସବରେ ବିନା ଅଣ୍ଡରଗାର୍ମେଣ୍ଟରେ ଦେଖାଯାଇଛନ୍ତି। ହୁଏତ କାର୍ଯ୍ୟକ୍ରମରେ ସେ ଯେଉଁ ପୋଷାକମାନ ପିନ୍ଧିଥିଲେ ସେହି ସବୁ ପୋଷାକରେ ଅନ୍ତବସ୍ତ୍ରର ଆବଶ୍ୟକତା ହିଁ ନଥିଲା। ହେଲେ ଲେନ୍ସ ଆଇରେ ତାଙ୍କୁ ଶରବ୍ୟ ହେବାକୁ ପଡିଥିଲା।

ସେହିପରି ନିଜ ଇଛାର ମାଲିକ ବଲିଉଡର ରାଣୀ କୁହାଯାଉଥିବା କଙ୍ଗନା ରଣାୱତ ମଧ୍ୟ ସେ କଣ ପିନ୍ଧି କେଉଁ କାର୍ଯ୍ୟକ୍ରମକୁ ଯାଉଛନ୍ତି ସେ ନିଜେ ବି ଜାଣନ୍ତିନି କି ବୁଝନ୍ତିନି। ଏଣୁ କେତେକ କାର୍ଯ୍ୟକ୍ରମରେ ତାଙ୍କୁ ବିନା ଅଣ୍ଡର ଗାର୍ମେଣ୍ଟରେ ଦେଖାଯାଇଛି।

ତେବେ ବଲିଉଡର ଏହି ଅଭିନେତ୍ରୀମାନେ ଅଣ୍ଡର ଗାର୍ମେଣ୍ଟ କାହିଁକି ପିନ୍ଦନ୍ତିନି ତାହା କିନ୍ତୁ କାହାକୁ ଜଣା ନାହିଁ। ତେବେ କେବଳ ଏତିକି ଜଣାଅଛି ଏହି ସୁନ୍ଦରୀ ଅଭିନେତ୍ରୀମାନେ ଯାହା ବି କରନ୍ତି ତାହା ପରେ ସର୍ବସାଧାରଣଙ୍କ ନିମନ୍ତେ ଫ୍ୟାସନ ହୋଇଯାଏ।