scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଲିଉଡ ଷ୍ଟାରଙ୍କଠାରେ କାୟା ବିସ୍ତାର କରୁଛି କରୋନା : ୩୪ଘଣ୍ଟା ମଧ୍ୟରେ ୧୧ଜଣ ସଂକ୍ରମିତ

13/07/2020 at 8:29 AM

ମୁମ୍ବାଇ ୧୩/୭: ଦେଶବ୍ୟାପି କରୋନା ଭାଇରସର ପ୍ରକୋପ ୪ମାସରୁ ଅଧିକ ମାସ ହେବ ଜାରି ରହିଛି। ଦେଶବ୍ୟାପି କରୋନା ଭାଇରସ୍ ମାମଲା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏପରି ପରିସ୍ଥିତିରେ ବଲିଉଡରେ ମଧ୍ୟ କରୋନାର ପ୍ରକୋପ ଆରମ୍ଭ ହୋଇଗଲାଣି। ଲୋକଙ୍କୁ ଏହି ଭୟଙ୍କର ରୋଗ ବିଷୟରେ ସଚେତନ କରିଥିବା ଅମିତାଭ ବଚ୍ଚନ ପରିବାର ସମେତ କରୋନାରେ ଶିକାର ହୋଇଛନ୍ତି। ତାଙ୍କ ବ୍ୟତୀତ ବଲିଉଡ ଇଣ୍ଡଷ୍ଟ୍ରିରେ ଆହୁରି ମାମଲା ଆସିବା ଆରମ୍ଭ ହୋଇଗଲାଣି।

ଅମିତାଭ ବଚ୍ଚନ କରୋନାରେ ସଂକ୍ରମିତ ଜଣା ପଡ଼ିବା ପରେ ଅଭିଷେକ ବଚ୍ଚନ ନିଜ କରୋନା ଟେଷ୍ଟ କରାଇଥିଲେ ଏବଂ ସେ ମଧ୍ୟ କରୋନା ସଂକ୍ରମିତ ଜଣା ପଡ଼ିଥିଲେ। ଏହା ପରେ ବଚ୍ଚନ ପରିବାରର ବାକି ସଦସ୍ୟଙ୍କ ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା। ଏଥିରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲେ। ବଚ୍ଚନ ପରିବାରରେ କେବଳ ଜୟା ବଚ୍ଚନ ହିଁ କରୋନା ନେଗେଟିଭ ଥିବା ଜଣା ପଡ଼ିଥିଲେ।

ବଲିଉଡ ଅଭିନେତା ଅନୁପମ ଖେରଙ୍କ ପରିବାର ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏହି ସୂଚନା ଟ୍ବିଟରରେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ମାଆ ଦୁଲାରୀ ଖେର ଏବଂ ଭାଇ ରାଜୁ ଖେର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ଅନୁପମ ଖେରଙ୍କ ଘରୁ ତାଙ୍କ ଭାଉଜ ଏବଂ ଭାଣିଜୀଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ବାହାରିଛି।

ଟିଭି ଧାରାବାହିକ କସୌଟି ଜିନ୍ଦଗୀ କି ଫେମ୍ ଅଭିନେତା ପାର୍ଥ ସମନ୍ଥନ ମଧ୍ୟ ନିଜ କରୋନା ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ପରଠୁ କସୌଟି ଜିନ୍ଦଜୀ କି ସିରିୟଲର ସୁଟିଂକୁ ରୋକି ଦିଆଯାଇଛି।

ଉଙ୍ଗଲି ଫେମ୍ ଅଭିନେତ୍ରୀ ରାଚେଲ୍ ହ୍ବାଇଟ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। ଟ୍ବିଟର ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ହୋମ୍ କ୍ବାରେଣ୍ଟାଇନ​‌ରେ ଅଛନ୍ତି।

ବାଲାଜୀ ଟେଲିଫିଲ୍ମସର ଏକ୍ସିକ୍ୟୁଟିଭ ଭାଇସ୍ ପ୍ରେସିଡେଣ୍ଟ ତନୁଶ୍ରୀ ଦାସଗୁପ୍ତା ମଧ୍ୟ କରୋନା ଭାଇରସ୍ ପଜିଟିଭ ଅଛନ୍ତି। ସେ ନିଜ ହେଲ୍ଥକୁ ନେଇ ଅପଡେଟ୍ ଦେଇଛନ୍ତି। ସେ ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଏବଂ ଖୁବ୍ ଶୀଘ୍ର ଡିସଚାର୍ଜ ହୋଇଯି​‌ବେ।


   Related Posts