suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାର୍ଚ୍ଚ ୧ତାରିଖଠାରୁ ବଦଳିବ ବ୍ୟାଙ୍କର ଏହି ୩ଟି ନିୟମ : ନମାନିଲେ ବନ୍ଦ ହୋଇଯିବ ଆକାଉଣ୍ଟ

24/02/2020 at 3:54 PM

ନୂଆଦିଲ୍ଲୀ ୨୪/୨: ଆପଣ ତ ଜାଣିଥିବେ ପ୍ରତି ମାସରେ ବ୍ୟାଙ୍କଠୁ ଆରମ୍ଭ କରି ଅନେକ ନିୟମ ପରିବର୍ତ୍ତନ ହୋଇଥାଏ। କିନ୍ତୁ ମାର୍ଚ୍ଚ ୧ତାରିଖରୁ ୩ଟି ବଡ଼ ନିୟମ ପରିବର୍ତ୍ତନ ହେଉଛି। ଏହା ବିଷୟରେ ଆପଣଙ୍କୁ ଜାଣି ରଖିବା ଉଚିତ୍। ଖାସ୍ କରି ଯଦି ଆପଣଙ୍କ ଏସବିଆଇ ବ୍ୟାଙ୍କ ଖାତା ରହିଛି ତେବେ ଆପଣଙ୍କ ମଧ୍ୟ ପ୍ରଭାବିତ ହୋଇ ପାରନ୍ତି। ଏହା ବ୍ୟତୀତ ଗତ ବର୍ଷ ଜିଏସଟି କାଉନସିଲ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲା,ଯାହା ମାର୍ଚ୍ଚ ୧ତାରିଖରୁ ଲାଗୁ ହେବାକୁ ଯାଉଛି।

ମାର୍ଚ୍ଚ ୧ତାରିଖରୁ ୩ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହା ଦ୍ବାରା ସାଧାରଣ ମଣିଷ ଉପରେ କ’ଣ ପ୍ରଭାବ ପଡ଼ିବ।

ଯଦି ଆପଣଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ରହିଛି ତେବେ ଆପଣଙ୍କ ପାଖରେ ଫେବୃୟାରୀ ୨୮ତାରିଖ ଯାଏଁ ସମୟ ରହିଛି। ଏହା ପରଠୁ ଆପଣ ବ୍ୟାଙ୍କରେ କିଛି କାମ କରିପାରିବେ ନାହିଁ। ଏଭଳି ମ୍ୟାସେଜ ଗ୍ରାହକଙ୍କ ପାଖକୁ ଆସୁଛି।

ପ୍ରଥମ ନିୟମ : ଏସବିଆଇ ନିଜ ଆକାଉଣ୍ଟଧାରୀଙ୍କୁ ମ୍ୟାସେଜ କରି ସୂଚିତ କରୁଛି। ବ୍ୟାଙ୍କ ଅନୁସାରେ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଖାତାର କେଓ୍ବାଇସି ଜମା କରିବାର ଶେଷ ତାରିଖ ଫେବୃୟାରୀ ୨୮ତାରିଖ। ଯଦି ଫେବୃୟାରୀ ୨୮ତାରିଖ ସୁଦ୍ଧା ଆପଣ ନିଜ ଆକାଉଣ୍ଟର କେଓ୍ବାଇସି ଅପଡେଟ୍ କରି ନାହାନ୍ତି ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହୋଇପାରେ। ଆପଣ ଫେବୃୟାରୀ ୨୮ତାରିଖ ସୁଦ୍ଧା ନିଜ ନିଜ ବ୍ରାଞ୍ଚ ସହ ସମ୍ପର୍କ କରି କେଓ୍ବାଇସିର ପ୍ରକ୍ରିୟା ପୂରା କରନ୍ତୁ। ଏସବିଆଇ ସମସ୍ତ ଗ୍ରାହକଙ୍କ ପାଇଁ କେଓ୍ବାଇସି ଅନିବାର୍ଯ୍ୟ କରି ଦେଇଛି। ଏସବିଆଇର ଓ୍ବେବସାଇଟ ଅନୁସାରେ କେଓ୍ବାଇସିର ଜରୁରୀ ଡକ୍ୟୁମେଣ୍ଟରେ ଗ୍ରାହକଙ୍କୁ ଏକ ପରିଚୟ ପତ୍ର ଦେବାକୁ ପଡ଼ିବ। ଏଥିରେ ଭୋଟର ଆଇଡି,ପାସପୋର୍ଟ,ଡ୍ରାଇଭିଙ୍ଗ୍ ଲାଇସେନ୍ସ,ମନରେଗା କାର୍ଡ଼,ପେନସନ୍ ବିନିଯୋଗ,ଡାକଘର ତରଫରୁ ଜାରି ପରିଚୟ ପତ୍ର,ଟେଲିଫୋନ୍ ବିଲ୍,ବିଜୁଳି ବିଲ୍,ବ୍ୟାଙ୍କ ଖାତା ବିବରଣୀ,ରାସନ କାର୍ଡ଼,କ୍ରେଡିଟ୍ କାର୍ଡ଼ ବିବରଣୀ,ଲିଜ ଆଗ୍ରିମେଣ୍ଟର କପି ଦରକାର ପଡ଼ିବ।

ଦ୍ବିତୀୟ ନିୟମ : ଲଟେରୀରେ ମାର୍ଚ୍ଚ ୧ତାରିଖରୁ ୨୮ପ୍ରତିଶତ ଦରରେ ମଲ୍ ଏବଂ ସେବା କର ଲାଗିବ। ଜିଏସଟି ପରିଷଦ ଗତ ବର୍ଷ ଡିସେମ୍ବରରେ ରାଜ୍ୟ ସରକାର ଦ୍ବାରା ଚାଲୁ ହେଉଥିବା ଏବଂ ମାନ୍ୟତା ପ୍ରାପ୍ତ ଲଟେରୀ​‌ରେ ୨୮ପ୍ରତିଶତ ସମାନ ଦରରେ ଜିଏସଟି ଲଗାଇବାର ନିଷ୍ପତ୍ତି ନେଇଥିଲା। ରାଜସ୍ବ ବିଭାଗର ନୂଆ ନିୟମ ଅନୁସାରେ ଲଟେରୀରେ କେନ୍ଦ୍ର କରର ଦର ୧୪ପ୍ରତିଶତ ହୋଇଯାଇଛି ଏବଂ ରାଜ୍ୟ ସରକାରରେ ମଧ୍ୟ ସମାନ ଦର ଅର୍ଥାତ୍ ୧୪ ପ୍ରତିଶତ ଟ୍ୟାକ୍ସ ଆଦାୟ କରିବ। ଯାହା ଫଳରେ ମାର୍ଚ୍ଚ ୧ତାରିଖଠୁ ଲଟେରୀରେ ଲାଗୁଥିବା ମୋଟ ଜିଏସଟି ୨୮ପ୍ରତିଶତ ହୋଇ ଯାଇଛି। ବର୍ତ୍ତମାନ ରାଜ୍ୟ ଦ୍ବାରା ସଞ୍ଚାଳିତ ଲଟେରୀ​‌ରେ ୧୨ପ୍ରତିଶତ ଏବଂ ମାନ୍ୟତା ପ୍ରାପ୍ତ ଲଟେରୀରେ ୨୮ପ୍ରତିଶତ ଦରରେ ଜିଏସଟି ଲାଗିଥାଏ।

ତୃତୀୟ ନିୟମ : ଏହା ବ୍ୟତୀତ ଯଦି ଆପଣଙ୍କ ଆକାଉଣ୍ଟ ଇଣ୍ଡିଆନ୍ ବ୍ୟାଙ୍କରେ ରହିଛି ତେବେ ଏହା ଆପଣଙ୍କୁ ଜାଣି ରଖିବା ଉଚିତ୍। ମାର୍ଚ୍ଚ ୧ତାରିଖ ପରଠୁ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମରୁ ୨୦୦୦ଟଙ୍କା ନୋଟ୍ ବାହାରିବ ନାହିଁ। ଏଥିରେ ବ୍ୟାଙ୍କ ଯୁକ୍ତି କରିଛି ଯେ ଲୋକଙ୍କୁ ୨୦୦୦ଟଙ୍କା ନୋଟ୍ ମିଳିଲେ ଚେଞ୍ଜ ମିଳିବା କଷ୍ଟ ହୋଇଥାଏ। ଏହା ପରିବର୍ତେ ୨୦୦ଟଙ୍କିଆ ନୋଟକୁ ଗୁରୁତ୍ବ ଦିଆଯିବ।

   Related Posts