Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ଜୀବଙ୍କ ଉପରେ ସାପ ବିଷର ପଡେନି ପ୍ରଭାବ, ଜାଣନ୍ତୁ କାରଣ କ’ଣ…

31/08/2023 at 3:49 PM

ନୂଆଦିଲ୍ଲୀ ୩୧।୦୮: ପୃଥିବରେ ଅନେକ ଜୀବଜନ୍ତୁ ଅଛନ୍ତି । ଏମାନେ ନିଜ ନିଜ ସ୍ବତନ୍ତ୍ରତା ପାଇଁ ପରିଚିତ । ଏହି ଜୀବ ମାନଙ୍କ ମଧ୍ୟରେ କିଛି ଏପରି ଅଛନ୍ତି ଯେଉଁମାନଙ୍କ ଉପରେ ସାପ ବିଷ ମଧ୍ୟ କୌଣସି କାମ କରେନି ।

ବିଜ୍ଜୁ ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ । ଯାହା ଭାରତୀୟ ଉପମହାଦେଶ ଏବଂ ଆଫ୍ରିକାରେ ଦେଖାଯାଏ, ଏହାର କଠିନ ଚର୍ମ ହେତୁ ସାପର ବିଷ ଏମାନଙ୍କର କୌଣସି କ୍ଷତି ପହଞ୍ଚାଇପାରି ନଥାଏ ।

ସ୍କଙ୍କସ୍ । ଏହି ପ୍ରାଣୀ ସାପକୁ ଖାଇଥାଏ । ଏମାନଙ୍କ ଶରୀରର ରାସାୟନିକ ପ୍ରଣାଳୀ ଏପରି ଯେ, ଏମାନଙ୍କ ଶରୀରରେ ସାପର ବିଷର କୌଣସି ପ୍ରଭାବ ହୋଇନଥାଏ ।  

କାଲିଫର୍ନିଆ ଗ୍ରାଉଣ୍ଡ ସ୍କ୍ୱାର୍ଲ୍ । ଏହାକୁ ବେଳାଭୂମି ଗ୍ରାଉଣ୍ଡ ସ୍କ୍ୱାର୍ଲ୍ ମଧ୍ୟ କୁହାଯାଏ । ଏମାନଙ୍କ ଶରୀରରେ ଏପରି ଇମ୍ୟୁନିଟି ଅଛି ଯାହା ସାପ ବିଷ କାଟିବାରେ ସହାୟକ ହୋଇଥାଏ ।  

ଜଙ୍ଗଲି ମୁଷା । ଏହାକୁ ହେଝଗୋଗ କୁହାଯାଏ ଯାହା ୟୁରୋପ, ଏସିଆ ଏବଂ ଆଫ୍ରିକାରେ ଦେଖାଯାଏ । ଏହାର ଚର୍ମ ବହୁତ କଠିନ ।  ଯାହା ସେମାନଙ୍କୁ ସାପରୁ ରକ୍ଷା କରିଥାଏ ।

ପିଗ୍‌ ବା ଘୁଷୁରୀ । ଏହା ନିଜେ ଏକ ଅନନ୍ୟ ପ୍ରାଣୀ, ସାପ ବିଷ ଏହାର ଶରୀର ଉପରେ ପ୍ରଭାବ ପକାଇ ପାରେ ନାହିଁ । ଏହି ଗୁଣ କେବଳ ବୟସ୍କ ଘୁଷୁରିଙ୍କ ଠାରେ ଦେଖିବାକୁ ମିଳିଥାଏ ।

ସାପ ଓ ନେଉଳ ଲଢେଇ ବିଷୟରେ ନିଶ୍ଚୟ ଶୁଣିଥିବେ । ନେଉଳ ଗ୍ଲାଇକୋପ୍ରୋଟେନ୍ ତିଆରି କରନ୍ତି, ଯାହା ସାପର ବିଷକୁ ଏକାଠି କରି ଶରୀରରୁ ବାହାର କରିଦେଇଥାଏ ।

ସାପମାନଙ୍କ ପାଖରେ ଏହି ଗୁଣ ମଧ୍ୟ ଅଛି । ଏମାନଙ୍କ ଉପରେ ଅନ୍ୟ କୌଣସି ସାପଙ୍କ ବିଷ ପ୍ରଭାବ କରିନଥାଏ । ସେଥିପାଇଁ ତ ସାପ କେବେବି ନିଜ ବିଷରେ ମରିନଥାଏ ।  

You Can Read:

   Related Posts