ଭାରତୀୟ ସେନାରେ ଏମିତି କିଛି ଗାଡି ଅଛି, ଯାହା ସାଧାରଣ ଲୋକେ କିଣି ପାରିବେ ନାହିଁ, ଜାଣନ୍ତୁ ଏହି ସବୁ ବାହାନ ବିଷୟରେ.

Published By : Prameya-News7 Bureau | August 15, 2019 IST

ନୂଆଦିଲ୍ଲୀ୧୫|୮: ଭାରତୀୟ ସେନା ବିଶ୍ବର ତୃତୀୟ ବୃହତ୍ତମ ସେନା। ଭାରତୀୟ ସେନା ବାହିନୀରେ ଆଧୁନିକ ଟେକନିକ୍ ରଣକୌଶଳ ସହ ବିଭିନ୍ନ ପ୍ରକାର ପ୍ରକାର ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି। ଏଥିସହ ଶତ୍ରୁଙ୍କ ସହ ଲଢ଼ିବା ପାଇଁ ଅତ୍ୟାଧୁନିକ ଗାଡ଼ି ଭାରତୀୟ ସେନାରେ ରହିଛି। ଭାରତୀୟ ସେନାରେ ଏହିଭଳି ଗାଡ଼ି ରହିଛି, ଯେଉଁ ଗାଡ଼ିକୁ ସାଧାରଣ ଲୋକେ କିଣି ପାରିବେ ନାହିଁ। ସେହି ଗାଡ଼ି ସଂପର୍କରେ ଆସନ୍ତୁ ଜାଣିବା।

ଭାରତୀୟ ସେନାରେ ପ୍ରଥମ କାର୍ ହେଉଛି ଟାଟା ମୋଟର୍ସର ସଫାରି ସ୍ପୋର୍ଟସ ଜିଏସ ୮୦୦। ଏହି ଗାଡ଼ି ଖାସକରି ଆର୍ମିକୁ ସୁହାଇଲା ଭଳି ଡିଜାଇନରେ ତିଆରି କରାଯାଇଛି। ସେହିପରି ଅନ୍ୟ ଗାଡି ହେଉଛି ଟାଟାର ମେର୍‌ଲିନ। ବମ୍‌ ବିସ୍ଫୋରଣରେ ମଧ୍ୟ ଏହିଗାଡି ନିୟନ୍ତ୍ରଣ ରକ୍ଷା କରିଥାଏ। ଏହିଗାଡିରେ ବୁଲେଟଫ୍ରୁପ କାଚ ଲାଗିବା ସହ ମଜବୁତ ଆଲମୁନିୟମରେ ଗାଡିଟିକୁ ତିଆରି କରାଯାଇଥାଏ।

{"id":144621}

ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରୁ ରକ୍ଷା ପାଇବା  ପାଇଁ ଟାଟା ମୋଟର୍ସ ଦ୍ବାରା ଏକ ଟ୍ରକ ତିଆରି କରାଯାଇଛି। ଏହି ଟ୍ରକରେ ୬ ଜଣ ଲୋକ ବସି ପାରିବେ। ସାଧାରଣତଃ ଏହି ଗାଡିକୁ ଲ୍ୟାଣ୍ଡମାଇନ ବିଛା ଯାଇଥିବା ଆଶଂକା ଥିବା ଅଞ୍ଚଳରେ ବ୍ୟବହାର କରାଯାଇଥାଏ। ଟାଟା ମୋଟର୍ସ ବିଭିନ୍ନ ପ୍ରକାର ଗାଡି ଭାରତୀୟ ସେନାକୁ ସପ୍ଲାଏ କରିଥାଏ।

ଏହି କିସ୍ତିର ଚତୁର୍ଥରେ ଆସୁଛି ଅଶୋକା ଲିଲେଣ୍ଡର ଷ୍ଟାଲିୟନ ଟ୍ରକ। ଭାରତୀୟ ସେନାରେ ଯବାନମାନେ ଏହି ଟ୍ରକକୁ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି। ଏହି ଟ୍ରକର ୫୦ ହଜାର ମଡେଲ ଭାରତୀୟ ସେନାରେ ରହିଛି। ଏହି ତାଲିକାରେ ରେନୋ ଶେରପାର ଏସୟୁଭି ମଧ୍ୟ ରହିଛି। ଏହି ଏସୟୁଭି କେବଳ ଭାରତୀୟ  ସେନା ନୁହେଁ ବରଂ ଅନ୍ୟ ଦେଶର ସେନା ମଧ୍ୟ ବ୍ୟବହାର କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.