ଏ ହେଉଛନ୍ତି ବିଶ୍ୱର ଟପ-୧୦ ବିଶ୍ୱବିଦ୍ୟାଳୟ, ଜାଣନ୍ତୁ ଏଠି ପଢିବା ଲାଗି କେତେ ଦେବାକୁ ପଡେ ଫିସ୍

Published By : Prameya-News7 Bureau | November 09, 2019 IST

ପ୍ରାୟ ଛାତ୍ରଛାତ୍ରୀଙ୍କର ସ୍ୱପ୍ନ ଥାଏ  ବିଶ୍ୱର କୌଣସି  ଶିର୍ଷ  ବିଶ୍ୱବିଦ୍ୟାଳୟରେ ପଢିବା । ଆଜିକାଲି ବିଦେଶ ଯାଇ ପଢିବା ଲାଗି ଅନେକ ଭାରତୀୟ ଛାତ୍ରଛାତ୍ରୀ ଆଗ୍ରହୀ ମଧ୍ୟ ହେଉଛନ୍ତି ।ଏଣୁ ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେପରି ପାଠ ପଢିବା ଲାଗି ବିଦେଶ ଯିବାର ପ୍ରଚଳନ ଥିବା ଏବେ ସମାଜକୁ ପୁଣି ସେହି ଧାରା ଫେରିଛି। ତେବେ ବିଦେଶରେ ପଢିବା ଆଗ୍ରହ ଯୋଗୁ ଅନେକ ଛାତ୍ରଛାତ୍ରୀ ଠକେଇର ଶିକାର ବି ହେଉଛନ୍ତି। ଏଣୁ  ବିଦେଶର ପାଠ ପଢିବା ଲାଗି ବିଶ୍ୱବିଦ୍ୟାଳୟ ଚୟନ ପୂର୍ବରୁ ଶୀର୍ଷ ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ଫିସ୍ ସମ୍ପର୍କରେ ଜାଣିବା ଜରୁରୀ। ତେବେ ଆସନ୍ତୁ ଜାଣିବା କିପରି ବାଛିବେ ଶିର୍ଷ ବିଶ୍ୱବିଦ୍ୟାଳୟ।

{"id":181433}

ବିଭିନ୍ନ ସଂସ୍ଥାଙ୍କ ରାଙ୍କିଙ୍ଗ ଆଧାରରେ ବିଶ୍ୱବିଦ୍ୟାଳୟଙ୍କ ସମ୍ପର୍କରେ ଜଣାପଡିଥାଏ। ଏଥିରୁ ଗୋଟିଏ ହେଉଛି କ୍ୱାକରେଲି ସିମଣ୍ଡସ୍ ବା କ୍ୟୁଏସ୍ ରାଙ୍କିଙ୍ଗ। ପ୍ରତିବର୍ଷ ବିଶ୍ୱବିଦ୍ୟାଳୟଙ୍କ ଏହି ରାଙ୍କିଙ୍ଗ ଜାରି ହୁଏ। ୨୦୨୦ ବର୍ଷ ପାଇଁ ଏବେଠୁ ଏହି ସୂଚୀ ଜାରି ହୋଇସାରିଲାଣି। ତେବେ ଚଳିତବର୍ଷ କେଉଁ ବିଶ୍ୱବିଦ୍ୟାଳୟ ରାଙ୍କରେ ଅଛନ୍ତି ଆସନ୍ତୁ ଜାଣିବା।

{"id":181435,"width":576,"height":383}

ମାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି (ଏମଆଇଟି)
ଚଳିତବର୍ଷ ରାଙ୍କିଙ୍ଗରେ ଏମଆଇଟିକୁ ପୁଣି ପ୍ରଥମ ସ୍ଥାନ ମିଳିଛି। ୧୮୬୧ ମସିହାରେ ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟର କୋର୍ସ ଫିସ୍ ପ୍ରାୟ ୪୮ରୁ ୫୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ୩୪ରୁ ୩୫ଲକ୍ଷ ଟଙ୍କା) । ପଛକୁ ରହିଛି ଷ୍ଟାନଫୋର୍ଡ ୟୁନିଭର୍ସିଟି। ସୂଚୀର ଦ୍ୱିତୀୟ ନମ୍ବରରେ ଥିବା ଏହି ଆମେରିକୀୟ ବିଶ୍ୱବିଦ୍ୟାଳୟ ୧୮୮୫ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପଢିବା ଲାଗି କୋର୍ସ ଫି ପ୍ରାୟ ୪୬ରୁ ୪୮ ହଜାର ଡଲାର( ଭାରତୀୟ ମୁଦ୍ରାରେ ୩୩ରୁ ୩୪ଲକ୍ଷ ଟଙ୍କା)।

{"id":181436}

ହାଭାର୍ଡ ୟୁନିଭର୍ସିଟି
କ୍ୟୁଏସ୍ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି ହାଭାର୍ଡ ବିଶ୍ୱବିଦ୍ୟାଳୟ। ୧୬୩୬ ମସିହାରେ ଉଚ୍ଚ ଶିକ୍ଷା ଲାଗି ସ୍ଥାପିତ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଆମେରିକାର ଏପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ୮ ଜଣ ରାଷ୍ଟ୍ରପତି ଛାତ୍ର ରହିସାରିଛନ୍ତି। କେବଳ ଏତିକି ନୁହେଁ ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ନୋବେଲ ଓ ପୁଲିତଜର ପୁରସ୍କାର ପାଇଛନ୍ତି। ରାଙ୍କିଙ୍ଗର ଚତୁର୍ଥ ସ୍ଥାନରେ ରହିଛି ଅକ୍ସଫୋର୍ଡ ୟୁନିଭର୍ସିଟି। ଏଠାରେ ପଢିବା ଲାଗି କୋର୍ସ ଫିସ ପ୍ରାୟ ୧୨ରୁ ୧୪ ହଜାର ଆମେରିକୀୟ ଡଲାର(ଭାରତୀୟ ମୁଦ୍ରାରେ ୮ରୁ ୧୦ଲକ୍ଷ ଟଙ୍କା) ।

{"id":181439}

କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି
ଟପ୍ ୟୁନିଭର୍ସିଟି ରାଙ୍କିଙ୍ଗର ୫ମ ସ୍ଥାନରେ ରହିଛି କାଲିଫର୍ଣ୍ଣିଆ ୟୁନିଭର୍ସିଟି ଅଫ ଟେକ୍ନୋଲଜି। ୧୮୯୧ ମସିହାରେ ସ୍ଥାପିତ ଏହି ଶିକ୍ଷଣାନୁଷ୍ଠାନ ବିଶ୍ୱ ଉଚ୍ଚଶିକ୍ଷାର ଅନ୍ୟତମ ଆଲୋକବର୍ତ୍ତିକା। ଏଠାରେ କୌଣସି କୋର୍ସରେ ପ୍ରବେଶ ଲାଗି ୬୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ୪୩ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଥାଏ। ଏହା ପଛକୁ ରହିଛି ସ୍ୱିସ୍ ଫେଡେରାଲ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି। ସ୍ୱିଜରଲ୍ୟାଣ୍ଡରେ ସ୍ଥାପିତ ଏହି ଉଚ୍ଚଶିକ୍ଷା ସଂସ୍ଥାନରେ ପାଠପଢା ଖର୍ଚ୍ଚ ଆମେରିକା ଅଥବା ବ୍ରିଟିଶ ଶିକ୍ଷଣାନୁଷ୍ଠାନ ଅପେକ୍ଷା କମ୍। ଏଠାରେ କୌଣସି କୋର୍ସରେ ଆଡମିସନ ଲାଗି ୨ ହଜାର ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧.୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

{"id":181442}

ୟୁନିଭର୍ସିଟି ଅଫ କେମ୍ବ୍ରିଜ୍
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ କ୍ୟୁଏସ୍ ରାଙ୍କିଙ୍ଗରେ ସପ୍ତମ ସ୍ଥାନ ମିଳିଛି। ଏହି ବିଶ୍ୱବିଦ୍ୟାଳୟ ବ୍ରିଟେନକୁ ଅନେକ ପ୍ରଧାନମନ୍ତ୍ରୀ ଓ ବିଶ୍ୱକୁ ଅନେକ ନୋବେଲ ବିଜେତା ପ୍ରଦାନ କରିଛି। ଏହା ପଛକୁ ରହିଛି ୟୁନିଭର୍ସିଟି କଲେଜ ଲଣ୍ଡନ। କ୍ୟୁଏସ୍ ରାଙ୍କିଙ୍ଗର ଅଷ୍ଟମ ସ୍ଥାନରେ ଥିବା ଏହି ଶିକ୍ଷଣାନୁଷ୍ଠାନ ବିଶ୍ୱର ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ। ଏଠାରେ କୌଣସି ପାଠ୍ୟକ୍ରମରେ ପ୍ରବେଶ ଲାଗି ୧୨ରୁ ୧୪ ହଜାର ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

{"id":181444}

ଇମ୍ପେରିୟାଲ କଲେଜ ଅଫ ଲଣ୍ଡନ
କ୍ୟୁଏସ ରାଙ୍କିଙ୍ଗରେ ଇମ୍ପେରିୟାଲ କଲେଜ ଅଫ ଲଣ୍ଡନ ରହିଛି ନବମ ସ୍ଥାନରେ। ୧୮୫୧ ମସିହାରେ ସ୍ଥାପିତ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ କୌଣସି କୋର୍ସରେ ଆଡମିସନ ଲାଗି ୧୨ରୁ ୧୪ ହଜାର ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮ରୁ ୧୦ ଲକ୍ଷଟଙ୍କା ବ୍ୟୟ ହୋଇଥାଏ।  ଏହାପଛକୁ ରହିଛି ୟୁନିଭର୍ସିଟି ଅଫ ଶିକାଗୋ। ଉଚ୍ଚଶିକ୍ଷାର ପ୍ରସାର ଲାଗି ୧୮୫୬ ମସିହାରେ ଏହି ବିଶ୍ୱବିଦ୍ୟାଳୟର ସ୍ଥାପନା ହୋଇଥିଲା। ଏଠାରେ କୌଣସି ପାଠ୍ୟକ୍ରମରେ ପ୍ରବେଶ ଲାଗି ୫୦ରୁ ୫୨ ହଜାର ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୩୫ରୁ ୩୬ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.