ମୁଖଗହ୍ବର କର୍କଟ ହେବା ପୂର୍ବରୁ ଦେଖାଦେଇଥାଏ ଏହି ୨ଟି ସଙ୍କେତ : ଭୁଲରେ ମଧ୍ୟ କରନ୍ତୁ ନାହିଁ ନଜରଅନ୍ଦାଜ
7/07/2019 at 4:49 PM

ମୁଖଗହ୍ବର କର୍କଟ ଏକ ଗୁରୁତର ସମସ୍ୟା। ମୁହଁରେ କ୍ୟାନସର ହେବା ଦ୍ବାରା ବ୍ୟକ୍ତି କିଛି ଖିଆପିଆ କରିପାରନ୍ତି ନାହିଁ ଯାଦ୍ବାରା ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯାଇଥାଏ। ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥାଏ। ମୁଖ ଗହ୍ବର କ୍ୟାନସରର ପ୍ରଥମ ଷ୍ଟେଜ ହୋଇଥିବାବେଳେ ଶରୀର ଏହାର ସଙ୍କେତ ଦେଇଥାଏ। କିନ୍ତୁ ଲୋକେ ଏହାର ସଙ୍କେତକୁ ଅଣଦେଖା କରନ୍ତି। ଯାହା ଫଳରେ ମୁଖ ଗହ୍ବର କର୍କଟର ଚିକିତ୍ସା ଅବଶ୍ୟମ୍ଭାବୀ ହୋଇଥାଏ। ଆଜି ଆମେ ଜାଣିବା ମୁଖ ଗହ୍ବର କର୍କଟର ଦୁଇଟି ସଙ୍କେତ ବିଷୟରେ
୧. ସକାଳେ ବ୍ରଶ୍ କରିବାବେଳେ ଯଦି ଆପଣଙ୍କ ମୁହଁ ଭିତରେ ଲାଲ କିମ୍ବା ହଳଦିଆ ରଙ୍ଗର ଜିନିଷ ଦେଖାଯାଏ ତେବେ ଏହାକୁ ନଜରଅନ୍ଦାଜ କରନ୍ତୁ ନାହିଁ। ଏହା ଆପଣଙ୍କ ମୁହଁ ଭିତରେ କ୍ୟାନସର ରୋଗର ସଙ୍କେତ ହୋଇପାରେ। ଏପରି ସଙ୍କେତ ଦେଖାଗଲେ ତୁରନ୍ତ ନିକଟସ୍ଥ ଡାକ୍ତରଙ୍କୁ ଦେଖାନ୍ତୁ।
୨. ବୃଦ୍ଧାବସ୍ଥା ଆସିଲେ ଆମ ଦାନ୍ତ ଦୁର୍ବଳ ହୋଇ ଭାଙ୍ଗିବା ଆରମ୍ଭ ହୋଇଥାଏ। କିନ୍ତୁ ଯଦି କୈାଣସି ବ୍ୟକ୍ତିଙ୍କ କମ୍ ବୟସରେ ଦାନ୍ତ ହଲୁଛି ଏବଂ ଦାନ୍ତ ଭାଙ୍ଗିବା ଆରମ୍ଭ ହୋଇଯାଉଛି ତେବେ ଏହା ଆପଣଙ୍କ ମୁହଁରେ କ୍ୟାନସର ହେବାର ସଙ୍କେତ ହୋଇପାରେ। ଏପରି ସଙ୍କେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କଠୁ ଯାଞ୍ଚ କରନ୍ତୁ।