LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠୁ ବଡ ପରାଜୟ ପାଇଁ ଏମାନେ ଦାୟୀ ?ଚିନ୍ତାରେ ଦଳ ପ୍ରବନ୍ଧକ

20/03/2023 at 9:20 PM

ନୂଆଦିଲ୍ଲୀ: ବିଶାଖାପଟ୍ଟନମରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିକଟରୁ ୧୦ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଦଳର ଏହି ଶୋଚନୀୟ ପରାଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୧-୧ ବରାବର ସ୍ଥିତିରେ ରହିଛି। ନିଜର ଦିନିକିଆ ଇତିହାସରେ ଭାରତ ସବୁଠୁ ବଡ ପରାଜୟ ଭୋଗିଛି। ଭାରତୀୟ ଖେଳାଳିଙ୍କ ଏହି ପ୍ରଦର୍ଶନକୁ ଚାରି ଆଡୁ ସମାଲୋଚନା କରାଯାଉଛି।

ନା ବ୍ୟାଟିଂ ନା ବୋଲିଂ  ଉଭୟ ବିଭାଗରେ ଭାରତ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଛି। ତେବେ ଏହି ପରାଜୟ ପାଇଁ କିଏ ଦାୟୀ, କେଉଁ କାରଣ ପାଇଁ ହାରିଲା ଭାରତୀୟ ଦଳ ? ଜାଣନ୍ତୁ…

ଶୁଭମନ ଗିଲ୍– ଭାରତୀୟ ଦଳକୁ ଦୁଇ ମ୍ୟାଚ୍‌ରେ ଦମଦାର ଆରମ୍ଭ ମିଳିନାହିଁ। ପ୍ରଥମ ଦିନିକିଆରେ ଶୁଭମନ ଗିଲ୍ ୨୦ ରନ କରିଥିବା ବେଳେ ଦ୍ଵିତୀୟ ଦିନିକିଆରେ ନିଜର ଖାତା ଖୋଲି ପାରିନଥିଲେ। ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ବଡ ସ୍କୋର କରିବାକୁ ହେଲେ ଭଲ ଆରମ୍ଭ ମିଳିବା ଦରକାର। ମାତ୍ର ଶୁଭମନ ଦଳକୁ ସେହି ଆରମ୍ଭ ଦେଇ ପାରିନଥିଲେ। ଦ୍ଵିତୀୟ ଦିନିକିଆରେ ଶୁଭମନ ଆଉଟ୍ ହେବା ପରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ  ହୋଇଥିଲା।

ସୂର୍ଯ୍ୟକୁମାର ଯାଦବ– ଟି-୨୦ ଫର୍ମାଟ୍‌ର ନମ୍ବର ଓ୍ଵାନ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଚଳିତ ସିରିଜ୍ ତାଙ୍କ ପାଇଁ ଅଭିଶପ୍ତ ରହିଛି। ଲଗାତାର ଦୁଇଟି ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ  ହିଁ ଗୋଲଡେନ ଡକ୍‌ର ଶିକାର ହୋଇଛନ୍ତି ସେ। ସେ ଲଗାତାର ବିଫଳ ହେବା ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ମଧ୍ୟକ୍ରମ ଫ୍ଲପ୍– ଭାରତୀୟ ଦଳକୁ ଭଲ ଆରମ୍ଭ ମିଳିନଥିବା ବେଳେ ମଧ୍ୟ କ୍ରମ ବ୍ୟାଟର ବି ନିରାଶ କରିଛନ୍ତି। ସୂର୍ଯ୍ୟଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ବିଫଳ ହୋଇଥିବା ବେଳେ ଦ୍ଵିତୀୟ ଦିନିକିଆରେ କେଏଲ ରାହୁଲ ବି ସଅଳ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୦, ହାର୍ଦ୍ଦିକ ପାଣ୍ଡ୍ୟା ୧ ଏବଂ କେଏଲ ରାହୁଲ ମାତ୍ର ୯ ରନ କରି ପାରିଥିଲେ। ତିନି ବ୍ୟାଟର ମାତ୍ର ୫ ଓଭର ଭିତରେ ଆଉଟ୍ ହୋଇଥିଲେ।

   Related Posts