ଦେଖନ୍ତୁ ଏହି ପ୍ରସିଦ୍ଧ ସେଲିବ୍ରିଟିମାନଙ୍କୁ ଯେଉଁମାନେ ଉନ୍ନତ ସ୍ବାସ୍ଥ୍ୟ ପାଇଁ ପିଇଥାଆନ୍ତି ନିଜର ପରିସ୍ରା

Published By : Prameya-News7 Bureau | November 21, 2019 IST

 ନୂଆଦିଲ୍ଲୀ ୨୧/୧୧: ସେଲିବ୍ରିଟିମାନେ ଅଧିକାଂଶ ସମୟରେ ନିଜ ଲାଇଫଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଅନେକ ଥର ସେଲିବ୍ରିଟିମାନେ ଅଦ୍ଭୁତ ଜିନିଷ କରିଥାଆନ୍ତି ଯାହା ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ। ଏପରି ଏକ ଟ୍ରେଣ୍ଡ ହେଉଛି ନିଜର ପରିସ୍ରାକୁ ପିଇବା। ଜାଣନ୍ତୁ ଏପରି ସେଲିବ୍ରିଟିଙ୍କ ବିଷୟରେ ଯେଉଁମାନେ ନିଜର ପରିସ୍ରାକୁ ପିଇଥାଆନ୍ତି।

{"id":187438,"sizeSlug":"large"}

ମାଡୋନା : ଇନଷ୍ଟାଗ୍ରାମରେ ୟୁରିନ୍ ପିଇବାର ଭିଡିଓ ପୋଷ୍ଟ କରିବା ବ୍ୟତୀତ ୧୯୯୪ମସିହାରେ ମାଡୋନା ଡେଭିଡ ଲେଟରମ୍ୟାନଙ୍କ ଶୋରେ କଥା ହେବାବେଳେ ସେ କହିଥିଲେ ଯେ ନିଜ ଗୋଡ଼କୁ ଠିକ୍ କରିବା ପାଇଁ ନିଜ ଗୋଡ଼ରେ ପରିସ୍ରା କରିଥିଲେ।

{"id":187439,"sizeSlug":"large"}

ସାରା ମିଲ୍ସ : ଇଂଲଣ୍ଡର ଅଭିନେତ୍ରୀ ସାରା ମିଲ୍ସ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଗତ ୩୦ବର୍ଷ ହେବ ନିଜର ପରିସ୍ରା ପିଇ ଆସୁଛନ୍ତି।

{"id":187440,"sizeSlug":"large"}

ବିୟର ଗ୍ରୀଲ୍ସ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନଜର ଆସିଥିବା ବିୟର ଗ୍ରିଲ୍ସ ତାଙ୍କ ଶୋ ମେନ୍ ଭର୍ସେସ୍ ଓ୍ବାଇଲ୍ଡରେ ଅନେକ ଥର ନିଜ ପରିସ୍ରା ପିଇଛନ୍ତି।

{"id":187441,"sizeSlug":"large"}

କେଶା : ୨୦୧୩ମସିହାରେ ପ୍ରସିଦ୍ଧ ପପ୍ ସିଙ୍ଗର କେଶା ଏମଟିଭିର ଡକ୍ୟୁମେଣ୍ଟ୍ରି କେଶା ମାଇ କ୍ରେଜି ବ୍ୟୁଟିଫୁଲ୍ ଲାଇଫରେ ନିଜର ପରିସ୍ରା ପିଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.