ଦୁନିଆର ୫ଟି ସବୁଠୁ ଦାମୀ ମଦ, ଗୋଟିଏ ବଦଳରେ କିଣି ହେବେ ୧୫ କିଲୋ ସୁନା

Published By : Prameya-News7 Bureau | November 20, 2021 IST

ନୂଆଦିଲ୍ଳୀ ୨୦।୧୧ :  ସାଧାରଣତଃ ଅତ୍ୟଧିକ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।ଏହା ଜାଣିବା ସତ୍ତ୍ବେ ମଧ୍ୟ ବିଶ୍ବରେ ବହୁ ସଂଖ୍ୟକ ଲୋକ ମଦ୍ୟପାନ କରିଥାନ୍ତି । ବର୍ତ୍ତମାନ ଯୁଗରେ ମଦ୍ୟପାନ କରିବା ସାଧାରଣ କଥା ହୋଇଛି । ଛୋଟରୁ ବଡ ଯାଏଁ ସଭିଏଁ ଏବେ ମଦ୍ୟପାନ କରୁଛନ୍ତି। ବଡ ବଡ  ବ୍ୟବସାୟ ହେଉ କିମ୍ବା ଅତିଥିମାନଙ୍କ ପାଇଁ ସବୁଠାରୁ ମହଙ୍ଗା ମଦ ଦିଆଯାଇଥାଏ । ହେଲେ ଦୁନିଆରେ ବହୁତ ପ୍ରକାର ମହଙ୍ଗା ମଦ ରହିଛି। ହେଲେ ଆମେ ଆପଣଙ୍କୁ ଜଣାଇବୁ ଯେ ଦୁନିଆର ୫ଟି ମହଙ୍ଗା ମଦ ବିଷୟରେ । ଯାହାକି ସେମାନଙ୍କର ମୂଲ୍ୟ ଜାଣିଲେ ହୋଇ ଯିବେ ଆଶ୍ଚର୍ଯ୍ୟ ।

wp:list
  • ତେବେ ଏହି ଲିଷ୍ଟରେ ପ୍ରଥମେ ଟକିଲ- ଲେ .୯୨୫ର ନାମ ରହିଛି। ଏହି ମଦ ବୋତଲଟି ୬୪୦୦ ହଜାର ହୀରାରେ ସଜ୍ଜିତ ହୋଇଛି। ଏହି ମଦଟି ମେକ୍ସିକୋରେ ଲଞ୍ଚ କରାଯାଇଥିଲା। କିନ୍ତୁ ଏହି ୬୪୦୦ ହଜାର ହୀରାରେ ସଜାଯାଇଥିବା ଏହି ମଦଟି ବୋତଲକୁ  ଆଜି ପର୍ଯ୍ୟନ୍ତ କେହି କିଣି ନାହାଁନ୍ତି।
/wp:list wp:list
  • ଏହି ମଦଟି ଦ୍ବିତୀୟ ନମ୍ବରରେ ଆସୁଛି। ପ୍ରତ୍ୟେକ ବୋତଲ ମଝିରେ ଏକ ଭିନ୍ନ ପ୍ରକାରର ଛାଞ୍ଚ ରହିଛି। ଯେଉଁଥିରେ ସ୍ବରକ୍‌ସି କ୍ରିଷ୍ଟାଲ ଗୁଡିକ ରଖାଯାଇଛି। ସେଗୁଡିକ ପାନୀୟ ସଜାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହି ବୋତଲର ମୂଲ୍ୟ ପ୍ରାୟତଃ ୭କୋଟି ୩୦ ଲକ୍ଷ ଟଙ୍କା ରହିଛି । ଏହାର ଗୋଟିଏ ବୋତଲ ମୂଲ୍ୟରେ ୧୫ କିଲୋଗ୍ରାମ ସୁନା ଅଣା ଯାଇ ପାରିବ।
/wp:list wp:list
  • ଏହି ମଦର ନାମ ହେଉଛି ଅମାଣ୍ଡା ଡି ବ୍ରିଗନାକ୍ ମିଡାସ୍। ଏହା ଦୁନିଆର ସବୁଠାରୁ ମହଙ୍ଗା ସାମ୍ପେନ୍ ବୋଲି କୁହାଯାଏ । ଏହି ସାମ୍ପେନ୍ ବୋତଲର ଆକାର ବହୁତ ବଡ  ହୋଇଥାଏ। ଏହା ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗେ। ଏହି ସାମ୍ପେନର ମୂଲ୍ୟ ପ୍ରାୟତଃ ୧ କୋଟି ୪୦ ଲକ୍ଷରୁ ଅଧିକ ହୋଇଥାଏ ।
/wp:list wp:list
  • ଅନ୍ୟପଟେ ଡାଲମୋର-୬୨। ଏହା ଦୁନିଆର ସବୁଠାରୁ ମହଙ୍ଗା ହ୍ବିସ୍କି ଭାବରେ ବୋଲି ବିବେଚିତ। ଏହା ଏତେ ମହଙ୍ଗା ଯେ ଆଜି ପର୍ଯ୍ୟନ୍ତ ଏହାର ମାତ୍ର ୧୨ ଟି ବୋତଲ ତିଆରି ହୋଇଛି। ଏହି ହ୍ବିସ୍କି ବୋତଲର ମୂଲ୍ୟ ୧ କୋଟି ୫୦ଲକ୍ଷରୁ ଅଧିକ ଅଟେ।
/wp:list wp:list
  • ଏହି ଲିଷ୍ଟରେ ଶେଷରେ ପେନ୍‌ଫୋଲ୍ଡ ଆମ୍ପୁଲ୍ ନାମକ ମଦର ନାମ ଆସେ । ଏହା ହେଉଛି ସବୁଠାରୁ ମହଙ୍ଗା ଲାଲ୍ ମଦ। ଏହାର ଆକୃତି ସାଧାରଣତଃ କଲମ ଆକୃତି ପରି  ଦେଖାଯାଏ। ଏହି ମଦ ବୋତଲ ଦାମ୍‌ ୧ କୋଟି ୨୦ ଲକ୍ଷ ଟଙ୍କା ରହିଛି।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.