ମୁମ୍ବାଇ ୧୬/୧୦: ବଲିଉଡରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଅଭିନୟ କ୍ୟାରିୟର ଏତେ ଭଲ ନଥିଲା ତଥାପି ଏମାନେ ନିଜର ସୈାନ୍ଦର୍ଯ୍ୟ ଜରିଆରେ ଦର୍ଶକଙ୍କ ମନ ଜିଣି ପାରିଥିଲେ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଆଜି ଆମେ ଆଲୋଚନା କରିବା ଏହି ଅଭିନେତ୍ରୀଙ୍କ ସମ୍ପତ୍ତି ବିଷୟରେ
ଟିନା ଅମ୍ବାନୀ: ବହୁତ କମ୍ ଲୋକ ଜାଣିଥିବେ ଯେ ଦେଶର ସବୁଠୁ ବଡ଼ ବ୍ୟବସାୟୀ ପରିବାରର ବୋହୂ ଟିନା ଅମ୍ବାନୀ ଅନେକଗୁଡ଼ିଏ ଫିଲ୍ମରେ କାମ କରିସାରିଛନ୍ତି। ଅନିଲ ଅମ୍ବାନୀଙ୍କୁ ବିବାହ କରିବା ପୂର୍ବରୁ ସେ ୧୯୭୮ମସିହାରୁ ୧୯୯୧ମସିହା ଯାଏଁ ଫିଲ୍ମ ଜଗତରେ ସକ୍ରିୟ ଥିଲେ। ୧୯୯୧ମସିହାରେ ଅନୀଲ ଅମ୍ବାନୀଙ୍କୁ ବିବାହ କରିବା ପରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ। ଟିନାଙ୍କ ପାରିବାରିକ ସମ୍ପତ୍ତି ୨୦୭୩୫କୋଟି ଟଙ୍କା।

ଗାୟତ୍ରୀ ଯୋଶୀ: ଗାୟତ୍ରୀ ଯୋଶୀ ୧୯୯୯ମସିହାରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମଡେଲିଂରେ ସେ ଭଲ ନାମ କମାଇଥିଲେ। ଏହା ପରେ ୨୦୦୪ମସିହାରେ ବଲିଉଡର କିଙ୍ଗ୍ ଶାହରୁଖ ଖାନଙ୍କ ସହ ସ୍ବଦେଶ ରେ କାମ କରିଥିଲେ ,ଯେୁଁଥିରେ ତାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୫ମସିହାରେ ସେ ଓବେରୟ କନଷ୍ଟ୍ରକସନର ମାଲିକ ବିକାସ ଓବେରୟଙ୍କୁ ବିବାହ କରିଥିଲେ। ତାଙ୍କ ପରିବାର ନିକଟରେ ଅନ୍ୟୂନ ୧୩୪୦୫ଟଙ୍କାର ସଂପତ୍ତି ରହିଛି।

ସେଲିନା ଜେଟଲି: ସେଲିନା ଜେଟଲି ୨୦୦୩ ମସିହାରେ ଫିଲ୍ମ ଜନାଶୀନ ଜରିଆରେ ଫିଲ୍ମରେ ପ୍ରବେଶ କରିଥିଲେ,କିଛି ଫିଲ୍ମରେ କାମ କରିବା ପରେ ତାଙ୍କ କ୍ୟାରିୟର ଠିକ୍ ଚାଲିନଥିଲା। ଏହା ପରେ ସେ ଅଷ୍ଟ୍ରିଆର ବଡ଼ ବ୍ୟବସାୟୀଙ୍କୁ ବିବାହ କରିଥିଲେ ଯାହାଙ୍କ ପାଖରେ ଦୁବାଇ ଏବଂ ସିଙ୍ଗାପୁରରେ ବଡ଼ ବଡ଼ ହୋଟେଲ୍ ରହିଛି।

ଅସିନ୍: ୨୦୦୧ମସିହାରୁ ୨୦୧୫ମସିହା ପର୍ଯ୍ୟନ୍ତ ଅସିନ୍ ବଲିଉଡ ଫିଲ୍ମ ସହ ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ସେ ମାଲୟାଲମ୍ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ। ୨୦୧୬ମସିହାରେ ସେ ମାଇକ୍ରୋମ୍ୟାକ୍ସ ର କୋ-ଫାଉଣ୍ଡର ରାହୁଲ ଶର୍ମାଙ୍କୁ ବିବାହ କରି ଅଭିନୟ ଜଗତରୁ ସନ୍ନ୍ୟାସ ନେଇଥିଲେ। ଅସିନଙ୍କ ପରିବାର ନିକଟରେ ପାଖାପାଖି ୭୪୦କୋଟି ଟଙ୍କାର ସମ୍ପତ୍ତି ରହିଛି।
