ପ୍ରେମିକ ଧୋକା ଦେଇଥିବାରୁ ଏହି ଅଭିନେତ୍ରୀମାନେ କରିଥିଲେ ଆତ୍ମହତ୍ୟା

Published By : Prameya-News7 Bureau | October 13, 2019 IST

ମୁମ୍ବାଇ୧୨|୧୦: ଗ୍ଲାମର ଇଣ୍ଡଷ୍ଟ୍ରି ବାହାରୁ ଯେତେ ଚକାଚକ୍‌ ଦେଖାଯାଏ ଭିତରେ ସେତିକି ହିଁ ଅନ୍ଧକାର ଥାଏ। ଟିଭି ଓ ବଲିଉଡ ଜଗତର କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ପ୍ରେମରେ ହାରିଥିବାରୁ ଜୀବନରେ ହାରିବା ପସନ୍ଦ କରିଥିଲେ।ପ୍ରେମରେ ଧୋକା ପାଇ ଜୀବନ ସମାପ୍ତ କରିବାର ନିଷ୍ପତ୍ତି ନେଇଥିଲେ କିଛି ସେଲିବ୍ରିଟି।ପ୍ରେମରେ ପ୍ରତାରଣା ସମସ୍ତେ ସହି ପାରନ୍ତି ନାହିଁ। ଏଥିପାଇଁ କିଛି ଜଣ ଜୀବନ ଦେବା ପାଇଁ ପଛଘୁଞ୍ଚା କରନ୍ତି ନାହିଁ।ଏହି ଅଭିନେତ୍ରୀ ମାନେ ହେଲେ-

{"id":169486,"width":579,"height":386}

୧- ଜିୟା ଖାନ: ଜିୟା ଖାନ ଫିଲ୍ମ ଗଜନୀରେ ଅଭିନୟ କରିବା ପରେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ମୃତ୍ୟୁ ସମୟରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଜିୟା ଖାନ ପ୍ରେମରେ ହାରି ଆତ୍ମହତ୍ୟା କରିଥିଲେ। ଜିୟା ଖାନ ଅଭିନେତା ସୁରଜ ପଞ୍ଚୋଲିଙ୍କ ସହ ରିଲେସନଶିପ୍‌ରେ ଥିଲେ।

{"id":169487}

ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିଲା ହେଲେ ହଠାତ୍‌ ଜିୟାଙ୍କ ମୃତ୍ୟୁ ଖବର ଆସିଥିଲା ଯାହା ଅନେକଙ୍କୁ ଆଚମ୍ବିତ କରିଥିଲା। ଜିୟା ଖାନ ସବୁବେଳେ ଖୁସିରେ ରହିବା ପସନ୍ଦ କରୁଥିଲେ। କିନ୍ତୁ ପ୍ରେମରେ ଆଘାତ ପାଇ ସେ ଆତ୍ମହତ୍ୟା କରିଥିଲେ।

{"id":169483}

୨- କୁଲଜିତ ରନ୍ଧୱା: ଟିଭି ସିରିଏଲ କୋହିନୁରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କୁଲଜିତ ୨୦୦୮ ମସିହା ଫେବୃଆରୀ ମାସ ୬ ତାରିଖରେ ଆତ୍ମହତ୍ୟା କରିଥିଲେ। ଫ୍ଲାଟ୍‌ରୁ କୁଲଜିତଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୃତ୍ୟୁର ଅନେକ ଦିନ ପରେ ଜଣା ପଡିଥିଲା ଯେ, ସେ ଜଣେ ଯୁବକଙ୍କ ପ୍ରେମରେ ଥିଲେ। ହେଲେ ଉଭୟଙ୍କ ସମ୍ପର୍କରେ କିଛି ଅସୁବିଧା ହୋଇଥିବାରୁ ସେ ଆତ୍ମହତ୍ୟା କରିଥିଲେ।

{"id":169484,"width":573,"height":666}

୩- ପ୍ରତ୍ୟୁଷା ବାନାର୍ଜି: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ବାଲିକା ବଧୂରେ ଆନନ୍ଦୀ ଭୂମିକାରେ ଅଭିନୟ କରୁଥିଲେ ପ୍ରତ୍ୟୁଷା । ଏହା ବ୍ୟତୀତ ସେ ଅନ୍ୟାନ୍ୟ ଧାରାବାହିକରେ ମଧ୍ୟ ଅଭିନୟ କରୁଥିଲେ। ହେଲେ ବାଲିକା ବଧୂ ପାଇଁ ସେ ସଫଳତା ହାସଲ କରିଥିଲେ। ୨୦୧୬ ମସିହାରେ ପ୍ରତ୍ୟୁଷା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ଖବର ଅନେକ ଦର୍ଶକଙ୍କୁ ଆଚମ୍ବିତ କରିଥିଲା। ମାତ୍ର ୨୪ ବର୍ଷ ବୟସରେ ସେ ଦୁନିଆ ଛାଡି ଯାଇଥିଲେ।

{"id":169485}

 ପ୍ରତ୍ୟୁଷାଙ୍କ ପ୍ରେମିକ ତାଙ୍କୁ ଧୋକା ଦେଇଥିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ସେହି ସମୟରେ ସେ କିଛି ଦିନ ପୂର୍ବରୁ ଗର୍ଭବତୀ ହୋଇଥିଲେ।ଡାକ୍ତରଖାନା ରିପୋର୍ଟ ଅନୁସାରେ ତାଙ୍କ ଗର୍ଭସ୍ଥ ଭୃଣ ନଷ୍ଟ ହୋଇଯାଇଥିଲା। ଗର୍ଭାଶୟରେ ସଂକ୍ରମଣ ଓ ଗର୍ଭପାତ ବେଳେ ସାଧାରଣତଃ ଏଭଳି ହୋଇଥାଏ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଥିଲା ଯେ, ପ୍ରତ୍ୟୁଷା ଗର୍ଭବତୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.