ଏହି ୮ଜଣ ବଲିଉଡ ଅଭିନେତ୍ରୀ ହୋଇଥିଲେ ଲଣ୍ଡା : ଜାଣନ୍ତୁ କାହିଁକି?

Published By : Prameya-News7 Bureau | April 04, 2019 IST

ମୁମ୍ବାଇ ୪/୩:  ଫିଲ୍ମ ନିର୍ଦେଶକମାନେ ପ୍ରତିଟି କଥାର ଟିକିନିଖି ଧ୍ୟାନ ରଖିଥାଆନ୍ତି। ଏଥିପାଇଁ ଫିଲ୍ମର ସବୁ ଚରିତ୍ରଙ୍କୁ ଯୁକ୍ତି ଯୁକ୍ତ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥାନ୍ତି। ଏପରି କି ଆବଶ୍ୟକତା ଅନୁସାରେ କୌଣସି ଭୂମିକାରେ ଅବତୀର୍ଣ୍ଣ ହେବା ପାଇଁ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଯେ କୈାଣସି ସ୍ତରକୁ ନେବାକୁ ନିର୍ଦ୍ଦେଶକମାନେ ପଛାନ୍ତି ନାହିଁ। ଏହି କର୍ମରେ ବଲିଉଡର ଏପରି ୮ଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଗୋଟିଏ ସିନ୍ ପାଇଁ ଲଣ୍ଡା ହେବାକୁ ମଧ୍ୟ ପଡିଛି।

{"id":99977,"width":593,"height":333}

୧.ପ୍ରିୟଙ୍କା ଚୋପ୍ରା: ଏହି ତାଲିକାରେ ବଲିଉଡରୁ ହଲିଉଡ ଯାତ୍ରା କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ମଧ୍ୟ ସାମିଲ ରହିଛି। ସେ ବ୍ଲକବଷ୍ଟର ଫିଲ୍ମ ‘ମ୍ୟାରି କମ’ରେ ଭୂମିକା ପାଇଁ ସତସତିକା ଲଣ୍ଡା ହୋଇଥିଲେ।

{"id":99978,"width":594,"height":311}

୨.ଅନ୍ତରା ମାଲି : ସିକିମର ବୈାଦ୍ଧଭିକ୍ଷୁଙ୍କ ଉପରେ ଆଧାରିତ ଫିଲ୍ମ ‘ଆଣ୍ଡ ଓ୍ବାନସ ଅଗେନ’ରେ ଅଭିନେତ୍ରୀ ଅନ୍ତରା ମାଲି ଲଣ୍ଡା ହୋଇଥିଲେ। ଏହି ଫିଲ୍ମରେ ସେ ମହିଳା ବୌଦ୍ଧଭିକ୍ଷୁ ଚରିତ୍ରରେ ଅଭିନୟ କରିଥିଲେ ।

{"id":99980,"width":595,"height":312}

୩.ତନଭି ଆଜମୀ : ସଞ୍ଜୟ ଲୀଲା ଭନସାଲିଙ୍କ ସୁପରହିଟ୍ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ଅଭିନେତ୍ରୀ ତନଭି ଆଜମୀ ଜବରଦସ୍ତ ଅଭିନୟ କରିଥିଲେ ଏବଂ ଏହି ଚରିତ୍ରରେ ଅବତୀର୍ଣ୍ଣ ହେବା ପାଇଁ ତାଙ୍କୁ ଲଣ୍ଡା ହେବାକୁ ପଡ଼ିଥିଲା। ସେ ଫିଲ୍ମରେ ମରାଠୀ ବିଧବାଙ୍କ ଭୂମିକାରେ ଅଭିନୟ କରିଥିଲେ।

{"id":99981,"width":596,"height":287}

୪.ତନୁଜା: ଏହି ତାଲିକାରେ ବିଗତ ଦିନର ଅଭିନେତ୍ରୀ ତନୁଜାଙ୍କ ନାଁ ମଧ୍ୟ ସାମିଲ ରହିଛି। ସେ ଫିଲ୍ମ ‘ପିତୃଋଣ’ ପାଇଁ ଲଣ୍ଡା ହୋଇଥିଲେ।

{"id":99982,"width":593,"height":445}

୫.ଲିସା ରାୟ: ଶବାନା ଏବଂ ନନ୍ଦିତାଙ୍କ ସହ ଅଭିନେତ୍ରୀ ଲିସା ରାୟ ମଧ୍ୟ ଫିଲ୍ବ ’ଓ୍ବାଟର’ ପାଇଁ ଲଣ୍ଡା ହୋଇଥିଲେ। ଏହି ଫିଲ୍ମରେ ସେ ବିଧବା ହୋଇଥିଲେ। ଏହି ଫିଲ୍ମର ସୁଟିଂ ଶ୍ରୀଲଙ୍କାରେ ହୋଇଥିଲା।

{"id":99984,"width":593,"height":708}

୬.ନନ୍ଦିତା ଦାସ: ଫିଲ୍ମ ‘ଓ୍ବାଟର’ରେ ନନ୍ଦିତା ଦାସ ମଧ୍ୟ ଲଣ୍ଡା ହୋଇଥିଲେ।

{"id":99985,"width":595,"height":461}

୭.ଶବାନା ଆଜମୀ: ଫିଲ୍ମ ‘ଓ୍ବାଟର’ ନିମନ୍ତେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଲଣ୍ଡା ହେବାକୁ ପଡ଼ିଥିଲା। ଏହି ଫିଲ୍ମ ବିଧବାଙ୍କ ଜୀବନୀ ଉପରେ ଆଧାରିତ ଥିଲା।

{"id":99986,"width":595,"height":305}

୮.ଅନୁଷ୍କା ଶର୍ମା: ଅନୁଷ୍କା ଶର୍ମା ‘ୟେ ଦିଲ ମୁସ୍କିଲ’ ଫିଲ୍ମରେ କ୍ୟାନସର ପୀଡ଼ିତ ହୋଇଥିବାରୁ ଲଣ୍ଡା ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.