ଯାତ୍ରୀଙ୍କୁ ରେଲୱେ ମାଗଣାରେ ଦିଅନ୍ତି ଏହି ୭ ସୁବିଧା, ୯୯% ଲୋକେ ଜାଣନ୍ତିନି

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪।୯: ଦୈନିକ ଲକ୍ଷଲକ୍ଷ ଲୋକ ଆଇଆରସିଟିସି ଟ୍ରେନରେ ଯାତ୍ରା କରନ୍ତି, ହେଲେ ଅନେକ ଲୋକଙ୍କୁ ଭାରତୀୟ ରେଳ ଦ୍ୱାରା ଦିଆଯାଉଥିବା ମାଗଣା ସେବା ସମ୍ପର୍କରେ ଜଣା ବି ନଥାଏ। ଭାରତୀୟ ରେଲୱେ ତାଙ୍କ ଯାତ୍ରୀଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିଥାନ୍ତି, ଏଥି ପାଇଁ ଶୁଳ୍କ ବି ନିଅନ୍ତି ନାହିଁ। ଏଥିରେ ମାଗଣା ଖାଦ୍ୟ, ମାଗଣା ବେଡରୋଲ ଓ ସାଙ୍ଗରେ ନେଉଥିବା ସାମାନ ପାଇଁ ମଧ୍ୟ ଅନେକ ସୁବିଧା ଦିଅନ୍ତି। 

ଏସି କୋଚ୍‌ରେ ମାଗଣା ବେଡରୋଲ ସୁବିଧା
ଆଇଆରସିଟିସି ରେଲୱେ ଫାର୍ଷ୍ଟକ୍ଲାସ୍, ଏସି ୨-ଟିୟର, ୩-ଟିୟର  ସମେତ ସବୁ ଏସି ଶ୍ରେଣୀରେ ଗୋଟିଏ କମ୍ବଳ, ଗୋଟିଏ ତକିଆ, ୨ଟି ବେଡସିଟ୍ ଓ ଗୋଟିଏ ଫେସ୍ ଟାୱେଲ ସହିତ ମାଗଣା ବେଡରୋଲ ପ୍ରଦାନ କରନ୍ତି। ତେବେ ଗରିବ ରଥ ଏକ୍ସପ୍ରେସରେ ଯାତ୍ରୀଙ୍କୁ ବେଡରୋଲ ପାଇଁ ୨୫ ଟଙ୍କା ଅତିରିକ୍ତ ଦେବାକୁ ପଡିଥାଏ। ଯଦି ଏସି ଶ୍ରେଣୀରେ ଯାତ୍ରା କାଳରେ ଆପଣଙ୍କୁ ବେଡ ରୋଲ ନ ମିଳେ, ତେବେ ଆପଣ ଅଭିଯୋଗ ମଧ୍ୟ କରିପାରିବେ। 

ଟ୍ରେନରେ ଯାତ୍ରୀଙ୍କୁ ମାଗଣାରେ ଦିଆଯାଏ ମେଡିକାଲ ସୁବିଧା
ଯଦି ଆପଣ ଟ୍ରେନ ଯାତ୍ରା କାଳରେ ଅସୁସ୍ଥ ହୋଇପଡନ୍ତି ଅଥବା ଅସୁସ୍ଥ ଅନୁଭବ କରନ୍ତି ତେବେ ଆପଣ ଫ୍ରଣ୍ଟ ଲାଇନ କର୍ମଚାରୀ ଯେପରି ଟିକେଟ କଲେକ୍ଟର, ଟ୍ରେନ ଅଧିକ୍ଷକଙ୍କୁ ନିଜର ଅସୁସ୍ଥତା ଜଣାଇ ଟିକିତ୍ସା ସେବା ଦାବି କରିପାରନ୍ତି। ସେମାନେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧା ପ୍ରଦାନ କରିବେ। ଏହା ଛଡା ଆପଣ ‘ରେଲ ଯାତ୍ରୀ’ ନାମକ ମୋବାଇଲ ଆପ ଦ୍ୱାରା ଅନଲାଇନ ସହାୟତା ମଧ୍ୟ ନେଇ ପାରନ୍ତି। 

ଟ୍ରେନରେ ଯାତ୍ରୀଙ୍କୁ ମାଗଣାରେ ମିଳେ ଗୋଟିଏ ମିଲ
ଯଦି ଆପଣ ରାଜଧାନୀ, ଦୂରନ୍ତ ଓ ଶତାବ୍ଦୀ ଭଳି ପ୍ରିମିୟମ ଆଇଆରସିଟିସି ଟ୍ରେନରେ ଯାତ୍ରା କରୁଥାନ୍ତି ଓ ଟ୍ରେନ ୨ ଘଣ୍ଟାରୁ ଅଧିକ ବିଳମ୍ବରେ ଚାଲୁଥାଏ ତେବେ ଆପଣ ଟ୍ରେନରେ ମାଗଣା ଖାଦ୍ୟ ପାଇପାରିବେ। 

ଆଇଆରସିଟିସିରେ ଲକର ରୁମ ସୁବିଧା
ଆଇଆରସିଟିସି ରେଳ ଷ୍ଟେସନମାନଙ୍କରେ ଯାତ୍ରୀଙ୍କ ନିମନ୍ତେ କ୍ଲକ ରୁମ ଓ ଲକର ରୁମ ମଧ୍ୟ ଉପଲବ୍ଧ। ଆପଣ ଏହି କ୍ଲକ ରୁମ ଓ ଲକର ରୁମରେ ଆପଣଙ୍କ ସାମଗ୍ରୀ ସର୍ବାଧିକ ୧ ମାସ ପର୍ଯ୍ୟନ୍ତ ରଖି ପାରିବେ। ତେବେ ଏହି ସୁବିଧା ଉପଲବ୍ଧ କରିବା ପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ପଡିପାରେ। 

ରେଳଷ୍ଟେସନରେ ଯାତ୍ରୀଙ୍କୁ ମାଗଣା ୱାଇଫାଇ
ଭାରତୀୟ ରେଳବାଇ ଅନେକ ଷ୍ଟେସନରେ ଯାତ୍ରୀଙ୍କୁ ମାଗଣା ୱାଇଫାଇ ସୁବିଧା ଦେଉଛନ୍ତି। ଏଥିରେ ଯଦି ଆପଣଙ୍କ ଟ୍ରେନ ବିଳମ୍ବ ଥାଏ ତେବେ ଆପଣ ଷ୍ଟେସନରେ ନିଶୁଳ୍କ ୱାଇଫାଇର ସୁବିଧା ନେଇ ପାରନ୍ତି। 

ମାଗଣା ବୀମା
ଭାରତୀୟ ରେଳ ଯାତ୍ରୀଙ୍କୁ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣାରୁ ବଞ୍ଚାଇବା ପାଇଁ କମ ମୂଲ୍ୟରେ ବୀମା ସୁବିଧା ମଧ୍ୟ ଦେଇଥାନ୍ତି। ଏହି ଆଇଆରସିଟିସି ବୀମା ଉପଲବ୍ଧ କରିବା ପାଇଁ ଯାତ୍ରୀଙ୍କୁ ଟିକେଟ କିଣିବା ସମୟରେ କିଛି ଅଧିକ ପଇସା ଦେବାକୁ ହୋଇଥାଏ। 

ଆଇଆରସିଟିସିରେ ଏମିତି କରିପାରିବେ ଅଭିଯୋଗ
ଯଦି ଆପଣ ଟ୍ରେନରେ ଯାତ୍ରା କରୁଥାନ୍ତି ଓ ଉପରୋକ୍ତ ସୁବିଧା ଆପଣଙ୍କୁ ନ ମିଳେ ତେବେ ଆପଣ ଉଭୟ ଅନଲାଇନ ଓ ଅଫ ଲାଇନରେ ଅଭିଯୋଗ କରିପାରିବେ। ଆପଣ ଆକାଉଣ୍ଟ ଏଜେନ୍ସୀ, ପାର୍ସଲ ଅଫିସ, ମାଲଗୋଦାମ, ଟାଉନ ବୁକିଂ ଅଫିସ, ରିଜର୍ଭେସନ ଅଫିସ ଆଦିରୁ ନୋଟବୁକ୍ ସଂଗ୍ରହ କରି ସେଥିରେ ନିଜର ସମସ୍ୟା ଲେଖି ପାରନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.